Sunday, November 29, 2026
ବାଘୁଆବାର୍ତ୍ତା
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
 
WhatsApp chat
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
No Result
View All Result
ବାଘୁଆବାର୍ତ୍ତା

୪ ବର୍ଷ ତଳେ ହୋଇଥିଲା ପ୍ରେମ ବିବାହ, ୨ ବର୍ଷର ପୁଅକୁ ଛାଡି ପ୍ରେମିକ ସହ ଫେରାର

by ସଞ୍ଜୟ ସ୍ୱାଇଁ
June 25, 2022
in Crime, State
୪ ବର୍ଷ ତଳେ ହୋଇଥିଲା ପ୍ରେମ ବିବାହ, ୨ ବର୍ଷର ପୁଅକୁ ଛାଡି ପ୍ରେମିକ ସହ ଫେରାର
179
VIEWS
Share on FacebookShare on Twitter

କଳାହାଣ୍ଡି, (ବାଘୁଆବାର୍ତ୍ତା): ପ୍ରେମ କରି ବିବାହ କରିଥିଲି ହେଲେ ଧୋକା ଦେଲା ପତ୍ନୀ।ଘରେ ୨ ବର୍ଷର ପୁଅକୁ ଛାଡି ପ୍ରେମିକ ସହ ରାତିରେ ପତ୍ନୀ ଫେରାର ହୋଇଯାଇଛନ୍ତି। ବୟଫ୍ରେଣ୍ଡ ଝସ କେତନଙ୍କ ସହ ନିଖୋଜ ହୋଇଥିବା କେ ଗାଁ ଥାନାରେ ଅଭିଯୋଗ କରିଛନ୍ତି ସ୍ବାମୀ ସୁମନ୍ତ। ପୋଲିସ କିଛି ପଦକ୍ଷ ନନେବାରୁ ଏସ୍‌ପି ଅଫିସ ଦ୍ବାରସ୍ଥ ହୋଇଛନ୍ତି। ସେ ପତ୍ନୀଙ୍କ ନିଖୋଜ ଅଭିଯୋଗ କରିଛନ୍ତି। ପତ୍ନୀ ଓ ପ୍ରେମିକା ତାଙ୍କୁ ନିର୍ୟ୍ୟାତନା ଦେବା ସହ ଅନେକ ପୁରୁଷଙ୍କ ସହ ସେ ଚାଟିଂ କରୁଥିବା ଅଭିଯୋଗ କରିଛନ୍ତି। କଳାହାଣ୍ଡି ଜିଲ୍ଲା ଗୋଳାମୁଣ୍ଡା ବ୍ଲକର କର୍ଳା ଗାଁର ସୁମନ୍ତ ସୁନାନୀ ୨୦୧୯ରେ ପତ୍ନୀ ଛନ୍ଦନାମ( ଅନୀତା) ଙ୍କୁ ପ୍ରେମ ବିବାହ କରିଥିଲେ । ୨୦୨୦ରେ ତାଙ୍କର ଏକ ପୁତ୍ର ସନ୍ତାନ ମଧ୍ୟ ଜନ୍ମ ହେଇଥିଲା । ଦୀର୍ଘ ୪ବର୍ଷ ସେମାନେ ହସ ଖୁସିରେ ବିତେଇବା ପରେ ସୁମନ୍ତ ଗୁଜୁରାଟକୁ କାମ କରିବା ପାଇଁ ଯାଇଥିଲେ । ସୁମନ୍ତ ବାହାରକୁ ଯିବା ପରେ ଗତ କିଛି ଦିନ ହେବ ଛନ୍ଦନାମ( ଅନୀତା)ଙ୍କ ଅନ୍ୟ ଏକ ବ୍ୟକ୍ତି ଜୟ କୁମାର (ଝସ କେତନ)ଙ୍କ ସହ ପ୍ରେମ ସମ୍ପର୍କ ଗଢି ଉଠିଥିଲା। ଝସ କେତନ ଏକ ମିସ୍ତ୍ରୀ ଭାବରେ କାମ କରୁଥିବା ବେଳେ ଛନ୍ଦନାମ( ଅନୀତା)ମଧ୍ୟ ସେଠାରେ କୁଲି ଭାବରେ କାମ କରୁଥିଲେ । ସୁମନ୍ତ ଫେରିବା ପରେ ମଧ୍ୟ ଛନ୍ଦନାମ( ଅନୀତା) ଏବଂ ଝସ କେତନଙ୍କ ସମ୍ପର୍କ ସେମିତି ରହିଥିଲା । ସୁମନ୍ତ ଏସବୁ ଜାଣିବା ପରେ ତାଙ୍କ ସ୍ତ୍ରୀ ଙ୍କ ସହ ପାଟିତୁଣ୍ଡ ହେଇଥିଲା ଏବଂ ପରେ ସେ ତାଙ୍କ ସ୍ତ୍ରୀ ଙ୍କୁ ଏସବୁ ନ କରିବା ଅପାଇଁ ବୁଝାଇ ମଧ୍ୟ ଥିଲେ । ରାତିରେ ସୁମନ୍ତ ଶୋଇଯିବା ପରେ ଛନ୍ଦନାମ( ଅନୀତା) ଏବଂ ଝସ କେତନ ପ୍ରତିଦିନ ମୋବାଇଲରେ କଥା ହେଉଥିଲେ । ଝସ କେତନ ଛନ୍ଦନାମ( ଅନୀତା)ଙ୍କୁ ମୋବାଇଲରେ ବିଭିନ୍ନ ମେସେଜ କରିବା ସହ ଅଶ୍ଳୀଳ ଫଟୋ ମଧ୍ୟ ପଠାଉଥିଲେ । ଯାହାକୁ ନେଇ ସୁମନ୍ତ କେ ଗାଁ ଥାନାରେ ଏକ କେସ ମଧ୍ୟ ରୁଜୁ କରିଥିଲେ । ଗତକାଲି ରାତିରେ ସୁମନ୍ତ ଶୋଇଥିବା ଅବସ୍ଥାରେ ପତ୍ନୀ ଛନ୍ଦନାମ( ଅନୀତା) ଘର ଛାଡ଼ି ଚାଲିଯାଇଛନ୍ତି । ସକାଳୁ ଏ ବିଷୟରେ ଜାଣିବା ପରେ ସୁମନ୍ତ କେଗାଁ ଥାନା ରେ ଏକ କେସ ଦେଇଥିଲେ ।

ଏମ୍‌ଏମ୍‌ଡିଆର୍ ପ୍ରସଙ୍ଗ ; ରାଜ୍ୟ ସ୍ୱାର୍ଥ ଅପେକ୍ଷା ବିଜେପି ସ୍ୱାର୍ଥକୁ ସୁରକ୍ଷା

ଏମ୍‌ଏମ୍‌ଡିଆର୍ ପ୍ରସଙ୍ଗ ; ରାଜ୍ୟ ସ୍ୱାର୍ଥ ଅପେକ୍ଷା ବିଜେପି ସ୍ୱାର୍ଥକୁ ସୁରକ୍ଷା

August 30, 2026
ଛାତ୍ର ସଂଗଠନକୁ ଗୁରୁମନ୍ତ୍ର ଦେଲେ ଅରୁଣ

ଛାତ୍ର ସଂଗଠନକୁ ଗୁରୁମନ୍ତ୍ର ଦେଲେ ଅରୁଣ

August 30, 2026
ଜିଲ୍ଲାସ୍ତରୀୟ ୧୨ତମ ଆନ୍ତର୍ଜାତୀୟ ଯୋଗ ଦିବସ ପାଳିତ

ଜିଲ୍ଲାସ୍ତରୀୟ ୧୨ତମ ଆନ୍ତର୍ଜାତୀୟ ଯୋଗ ଦିବସ ପାଳିତ

June 22, 2026
ବିଶ୍ୱ ଶିଶୁ ଶ୍ରମ ନିଷେଧ ଦିବସ

ବିଶ୍ୱ ଶିଶୁ ଶ୍ରମ ନିଷେଧ ଦିବସ

June 12, 2026
ନୟାଗଡ଼ ରୋଟାରୀ କ୍ଲବ ପରିଦର୍ଶନ କଲେ ଜିଲ୍ଲା ଗଭର୍ଣ୍ଣର

ନୟାଗଡ଼ ରୋଟାରୀ କ୍ଲବ ପରିଦର୍ଶନ କଲେ ଜିଲ୍ଲା ଗଭର୍ଣ୍ଣର

June 7, 2026

© 2025 Baghuabarta. Designed & Developed by WebHunk International

No Result
View All Result
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
WhatsApp chat
error: Content is protected !!