ନୟାଗଡ଼, (ବାଘୁଆବାର୍ତ୍ତା): ବର୍ତ୍ତମାନ ତାଜା ଖବର । ବଦଳିଲେ ନୟାଗଡ଼ ଜିଲ୍ଲା ବିଭିନ୍ନ ଥାନାର ଆଇଆଇସି । ଏନେଇ ନୟାଗଡ଼ ପୋଲିସ ମୁଖ୍ୟାଳୟରୁ ସୂଚନା ମିଳିଛି । ସୂଚନାନୁସାରେ, ତ୍ରୀସ୍ତରୀୟ ନିର୍ବାଚନ ସରିବା ପରେ ଜିଲ୍ଲା ପୋଲିସରେ କାର୍ଯ୍ୟରତ କିଛି ଏସ.ଆଇଙ୍କୁ ପଦୋନ୍ନତି ଦିଆଯାଇ ବଦଳି କରାଯାଇଥିବା ବେଳେ ଆଜି ଜିଲ୍ଲାର ବିଭିନ୍ନ ଥାନାରେ କାର୍ଯ୍ୟରତ ଆଇଆଇସିଙ୍କୁ ବଦଳି କରାଯାଇଛି । ବାଣିଗୋଛା ଥାନାର ଆଇଆଇସି ମୁକେଶ କୁମାର ବେହେରାଙ୍କୁ ଚାନ୍ଦପୁର ଥାନାକୁ ବଦଳି କରାଯାଇଥିବା ବେଳେ ଇଟାମାଟି ଥାନାର ଆଇଆଇସି ରମେଶ କୁମାର ଦେବତାଙ୍କୁ ଖଣ୍ଡପଡ଼ା ଥାନାକୁ ବଦଳି କରାଯାଇଛି । ସେହିପରି ଖଣ୍ଡପଡ଼ା ଥାନାର ଆଇଆଇସି ବିଶ୍ବଜିତ ରାଉତରାୟଙ୍କୁ ଇଟାମାଟି ଥାନାର ଆଇଆଇସି ଭାବେ ଦାୟିତ୍ଵ ଦିଆଯାଇଛି । ଆଇଆଇସି ସଞ୍ଜୟ କୁମାର ମଲ୍ଲିକଙ୍କୁ ବାଣିଗୋଛା ଥାନାକୁ ବଦଳି କରାଯାଇଥିବା ବେଳେ ନୂଆଗାଁ ଥାନାର ଆଇଆଇସି ବସନ୍ତ କୁମାର ସାହୁଙ୍କୁ ଦଶପଲ୍ଲା ଥାନାକୁ ବଦଳି କରାଯାଇଛି । ସେହିପରି ଭାବେ ଜିଲ୍ଲା ପୋଲିସକୁ ନୂଆକରି ଆସିଥିବା ପୁଷ୍ପଲତା ବେହେରାଙ୍କୁ ନୂଆଗାଁ ଥାନାର ଆଇଆଇସି ଭାବେ ନିଯୁକ୍ତ କରାଯାଇଛି । ବଦଳି ହୋଇଥିବା ସ୍ଥାନରେ ଯଥାଶୀଘ୍ର ଯୋଗ ଦେବାକୁ ବଦଳି ହୋଇଥିବା ଆଇଆଇସି ମାନଙ୍କୁ ଜିଲ୍ଲା ଆରକ୍ଷୀ ଅଧିକ୍ଷକ ଅଲେଖ ପହି ଚିଠି ମାଧ୍ୟମରେ ନିର୍ଦ୍ଦେଶ ଦେଇଥିବା ବିଶେଷ ସୁତ୍ରରୁ ଜଣାପଡିଛି ।





