ନୟାଗଡ଼, (ବାଘୁଆବାର୍ତ୍ତା) : ମିଆଁମାର ଠାରେ ଅନୁଷ୍ଠିତ ଅନ୍ତର୍ଯ୍ୟାତୀୟ ହିନ୍ଦୀ ସମ୍ମିଳନୀରେ ନୟାଗଡ଼ର ଦୁଇ ମହିଳା ଯୋଗ ଦେଇ ନୟାଗଡ଼ ପାଇଁ ଗୈାରବ ଆଣିଛନ୍ତି । ଜାନୁୟାରୀ ୨୮ ତାରିଖରୁ ଫେବୃୟାରୀ ୬ ତାରିଖ ମଧ୍ୟରେ ମିଆଁମାର ଦେଶର ୟାଗୁନ ସହରରେ ଏହି ହିନ୍ଦୀ ସମ୍ମିଳନୀର ପ୍ରଥମ ଛତ୍ର ଅନୁଷ୍ଠିତ ହୋଇଥିବା ବେଳେ ଦ୍ୱିତୀୟ ଛତ୍ର ଇଲେ ହ୍ରଦ ମଧ୍ୟରେ ରହିଥିବା ଏକ ହୋଟଲେ ଅନୁଷ୍ଠିତ ହୋଇଥିଲା । ସେହିଭଳି ତୃତୀୟ ଛତ୍ର ମିଆଁମାରର ରାଜଧାନୀ ନାପିଟରରେ ଅନୁଷ୍ଠିତ ହୋଇଥିଲା । ଏହି ହିନ୍ଦୀ ସମ୍ମିଳନୀରେ ନୟାଗଡ଼ର ଅବସର ପ୍ରାପ୍ତ ଶିକ୍ଷୟତ୍ରୀ ତଥା କବି ବସିରନ ବିବି ଏବଂ ଅଧ୍ୟାପିକା ଡ. ସଂଯୁକ୍ତା ମିଶ୍ର ଯୋଗ ଦେଇଥିଲେ । ଏହି ଅବସରରେ ସାହିତ୍ୟରେ ଜନତନ୍ତ୍ର ବିଷୟ ବସ୍ତୁ ଉପରେ ଉଭୟ ଆଲୋଚନାରେ ଅଂଶ ଗ୍ରହଣ କରିବା ସହ କବିତା ପାଠ କରିଥିଲେ । ଆୟୋଜିତ ଏହି ସମ୍ମିଳନୀରେ ବସିରନ ବିବିଙ୍କୁ ମାଧବ ରାଓ ସ୍ମୃତି ସମ୍ମାନ ଏବଂ ଡ. ସଂଯୁକ୍ତା ମିଶ୍ରଙ୍କୁ ସୁଭଦ୍ରା କୁମାରୀ ଚୈାହାନ ସ୍ମ୍ମୃତି ସମ୍ମାନରେ ସମ୍ବର୍ଦ୍ଧିତ କରାଯାଇଛି । କାର୍ଯ୍ୟକ୍ରମରେ ବସିରନ ବିବିଙ୍କ ରଚିତ ପୁସ୍ତକ ‘ପିଲାଙ୍କ ରଙ୍ଗମଂଚ’ ଉନ୍ମୋଚିତ ହୋଇଯାଇଛି ।






