Sunday, November 29, 2026
ବାଘୁଆବାର୍ତ୍ତା
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
 
WhatsApp chat
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
No Result
View All Result
ବାଘୁଆବାର୍ତ୍ତା

ଅର୍ଥ ଲୋଭରେ ସାବତ ମା’ ଦୁଇ ଝିଅଙ୍କୁ ଅପହରଣ କରିନେଇ ରଖିଛି ମୁଣ୍ଡ ଜାମିନ୍‌

by ସଞ୍ଜୟ ସ୍ୱାଇଁ
June 23, 2022
in Crime, State
ଅର୍ଥ ଲୋଭରେ ସାବତ ମା’ ଦୁଇ ଝିଅଙ୍କୁ ଅପହରଣ କରିନେଇ ରଖିଛି ମୁଣ୍ଡ ଜାମିନ୍‌
62
VIEWS
Share on FacebookShare on Twitter

କେନ୍ଦ୍ରାପଡ଼ା, (ବାଘୁଆବାର୍ତ୍ତା): ଅର୍ଥ ଲୋଭରେ ସାବତ ମା’ ଦୁଇ ଝିଅଙ୍କୁ ଅପହରଣ କରିନେଇ ମୁଣ୍ଡ ଜାମିନ୍‌ ରଖିଛି । ୨ ଲକ୍ଷ ଟଙ୍କା ଦେଲେ ଝିଅଙ୍କୁ ଛାଡ଼ିବ ବୋଲି ସ୍ୱାମୀଙ୍କୁ ଫୋନ୍‌ରେ ଧମକ ବି ଦେଇଛି । କେନ୍ଦ୍ରାପଡ଼ା ଜିଲ୍ଲା ଜମ୍ବୁ ସାମୁଦ୍ରିକ ଥାନା ଅଧୀନ ମହାକାଳପଡ଼ା ବ୍ଲକ୍‌ ବଉଳକଣି ଗ୍ରାମ (ଅରୁଣନଗର)ରେ ଘଟିଛି ଏଭଳି ଏକ ଅଭାବନୀୟ ଘଟଣା । ଘଟଣାଟି ୧୫ ଦିନ ତଳର ହୋଇଥିଲେ ହେଁ ଅପହୃତା ଦୁଇ ନାବାଳିକାଙ୍କ ବାପା ବୁଧବାର ଏ ସଂପର୍କରେ ଜିଲ୍ଲା ଏସ୍‌ପି ଓ ଜିଲ୍ଲା ମଙ୍ଗଳ କମିଟି ଅଧ୍ୟକ୍ଷଙ୍କୁ ଭେଟି ଫେରାଦ୍‌ ହେବା ପରେ ଘଟଣା ଲୋକଲୋଚନକୁ ଆସିଛି । ଜିଲ୍ଲା ଏସ୍‌ପିଙ୍କ କାର୍ୟାଳୟରୁ ନିର୍ଦ୍ଦେଶ ଜାରି ହେବା ପରେ ଜମ୍ବୁ ପୁଲିସ ଏବେ ୨ ଝିଅଙ୍କୁ ଉଦ୍ଧାର କରିବା ପାଇଁ ତତ୍ପର ହୋଇ ଉଠିଛି । ଅଭିଯୋଗରୁ ପ୍ରକାଶ, ବଉଳକଣି ଗ୍ରାମ (ଅରୁଣନଗର)ରେ ରହୁଥିବା ଆଲୋକ ଅଧିକାରୀ ପେସାରେ ରାଜମିସ୍ତ୍ରୀ । ଚଳିତ ମାସ ୫ ତାରିଖରେ ସେ କାମ ସାରି ଘରକୁ ଫେରି, ଘରେ ଦ୍ୱିତୀୟ ପତ୍ନୀ ପ୍ରତିମା ମଣ୍ଡଳ ଏବଂ ଦୁଇ ଝିଅ ସୀମା(୧୩) ଓ ପାର୍ବତୀ(୯) ଘରେ ନଥିବା ଦେଖିଥିଲେ । ଅପରପକ୍ଷରେ ନବମ ଶ୍ରେଣୀରେ ପଢ଼ୁଥିବା ପୁଅ ସୁବ୍ରତ ଖଟ ଗୋଡ଼ରେ ବନ୍ଧା ହୋଇ ପଡ଼ିଥିଲେ । ତାଙ୍କୁ ଖଟ ଗୋଡ଼ରେ ବାନ୍ଧି ଦେଇ ୨ ଝିଅଙ୍କୁ ସାଙ୍ଗରେ ଧରି ପ୍ରତିମା କେଉଁଆଡ଼େ ପଳାଇଥିବା ସୁବ୍ରତ କହିଥିଲେ । ଆଲୋକ ପତ୍ନୀ ଓ ୨ ଝିଅଙ୍କୁ ବହୁ ଖୋଜାଖୋଜି କରିବା ପରେ ମଧ୍ୟ ସେମାନଙ୍କ ପତ୍ତା ପାଇନଥିଲେ । ଝିଅମାନଙ୍କୁ ସାଙ୍ଗରେ ନେବା ବେଳେ ଗାଁ ଲୋକେ ପଚାରିବାରୁ ଝିଅମାନଙ୍କୁ ପୋଷାକ କିଣାଇଦେବା ପାଇଁ ସେ ସାଙ୍ଗରେ ନେଇ ଯାଉଛନ୍ତି ବୋଲି ପ୍ରତିମା କହିଥିବା ଜଣାପଡ଼ିଥିଲା । ଏଣେ ଘରେ ଥିବା ନଗଦ ୩୮ ହଜାର ଟଙ୍କା, ୨ଟି ସୁନାମୁଦି ଓ ରୁପା ଚେନ୍‌ ଆଦି ମିଳି ନଥିଲା । ଏ ସଂକ୍ରାନ୍ତରେ ଗତ ୬ ତାରିଖ ଦିନ ଆଲୋକ ଜମ୍ବୁ ସାମୁଦ୍ରିକ ଥାନାରେ ଅଭିଯୋଗ କରିଥିଲେ । ପ୍ରଥମ ପତ୍ନୀଙ୍କ ସହ ତାଙ୍କର ବିବାହ ବିଚ୍ଛେଦ ହୋଇଥିବା ବେଳେ ସେ ପ୍ରତିମାଙ୍କୁ ୩ ବର୍ଷ ତଳେ ଦ୍ୱିତୀୟ ବିବାହ କରିଥିଲେ । ପ୍ରତିମାଙ୍କ ବାପଘର ସ୍ଥାନୀୟ ସୁନତି ପଞ୍ଚାୟତର ପାଞ୍ଚଗୋଚ୍ଛିଆ ଗ୍ରାମରେ । ଦୁଇ ଝିଅଙ୍କୁ ନ ପାଇ ମନସ୍ତାପରେ ଥିବା ଆଲୋକଙ୍କ ନିକଟକୁ ଗତ ୧୧ ତାରିଖ ରାତି ୯ଟାରେ ଏକ ଫୋନ୍‌ କଲ୍‌ ଆସିଥିଲା । ଏହି ଫୋନ୍‌ ତାଙ୍କ ଦ୍ୱିତୀୟ ପତ୍ନୀ ପ୍ରତିମା କରିଥିଲେ । ଫୋନ୍‌ରେ ସେ ତାଙ୍କୁ ଧମକ ଦେବା ସହ ‘୨ଲକ୍ଷ ଟଙ୍କା ଦିଅ, ତୁମ ଦୁଇ ଝିଅଙ୍କୁ ନେଇଯାଅ’ ବୋଲି କହିଥିଲେ । ପରିକି ଟଙ୍କା ତାଙ୍କ ମା’ଙ୍କୁ ଦେଇ ଆସିବାକୁ କହିଥିଲେ । ଏହା ପରେ ପୁଣି ଥରେ ତାଙ୍କୁ ଫୋନ୍‌ ଆସିଥିଲା ଓ ସେମାନେ ଦୁବାଇରେ ଥିବା ପ୍ରତିମା କହିଥିଲେ । ଟଙ୍କା ନ ଦେଲେ ଝିଅମାନଙ୍କର କିଡ୍‌ନୀ ବିକ୍ରି କରିଦେବେ ବୋଲି ଧମକ ବି ଦେଇଥିଲେ । ୧୧ ତାରିଖଠାରୁ ଆଜି ପର୍ୟ୍ୟନ୍ତ ୪-୫ଥର ପ୍ରତିମା ଆଲୋକଙ୍କ ପାଖକୁ ଫୋନ୍‌‌ କରିଥିବା ଆଲୋକ ଶିଶୁ ମଙ୍ଗଳ କମିଟି ଅଧ୍ୟକ୍ଷ ଓ ଏସ୍‌ପିଙ୍କ କାର୍ୟ୍ୟାଳୟରେ ସୂଚନା ଦେଇଛନ୍ତି । ଜମ୍ବୁ ପୁଲିସ ପାଖରୁ ନ୍ୟାୟ ନ ପାଇବାରୁ ଆଜି ସେ ଏସ୍‌ପି ଓ ଶିଶୁ ମଙ୍ଗଳ କମିଟି ଅଧ୍ୟକ୍ଷଙ୍କୁ ଭେଟି ଅଭିଯୋଗ କରିଥିଲେ । ଲ୍ଲା ଶିଶୁ ମଙ୍ଗଳ କମିଟି(ସିଡବ୍ଲ୍ୟୁସି) ଅଧ୍ୟକ୍ଷ ଭଗବତୀ ପ୍ରସାଦ ଦାସ କହିଛନ୍ତି ଯେ ଆମେ ଏ ଅଭିଯୋଗ ପାଇଛୁ । ଘଟଣାର ଅନୁସନ୍ଧାନ ଚାଲିଛି । ଅପରପକ୍ଷରେ ଏସ୍‌ପି ମଦକର ସନ୍ଦିପ ସମ୍ପଦ ଘଟଣାର ତଦନ୍ତ କରିବାକୁ ଜମ୍ବୁ ଥାନା ଆଇଆଇସିଙ୍କୁ ନିର୍ଦ୍ଦେଶ ଦେଇଥିବା ଜଣାଯାଇଛି । ଜମ୍ବୁ ସାମୁଦ୍ରିକ ଥାନା ଅଧିକାରୀ ପରେଶ ମହାନ୍ତି କହିଛନ୍ତି, ଏନେଇ ଥାନାରେ ଏକ ମାମଲା ରୁଜୁ ହୋଇ ତଦନ୍ତ ଚାଲିଛି । ଯେଉଁ ମୋବାଇଲ୍‌ ନମ୍ବରରୁ କଲ୍‌ ଆସିଥିଲା, ତାହାର ଲୋକେସନ ଟ୍ରେସିଂ ପାଇଁ ଚେଷ୍ଟା ଚାଲିଛି । ଖୁବ୍‌ ଶୀଘ୍ର ସତ ଜଣାପଡ଼ିବ ଓ ଅପହୃତା ଉଦ୍ଧାର ହେବେ ।

ଏମ୍‌ଏମ୍‌ଡିଆର୍ ପ୍ରସଙ୍ଗ ; ରାଜ୍ୟ ସ୍ୱାର୍ଥ ଅପେକ୍ଷା ବିଜେପି ସ୍ୱାର୍ଥକୁ ସୁରକ୍ଷା

ଏମ୍‌ଏମ୍‌ଡିଆର୍ ପ୍ରସଙ୍ଗ ; ରାଜ୍ୟ ସ୍ୱାର୍ଥ ଅପେକ୍ଷା ବିଜେପି ସ୍ୱାର୍ଥକୁ ସୁରକ୍ଷା

August 30, 2026
ଛାତ୍ର ସଂଗଠନକୁ ଗୁରୁମନ୍ତ୍ର ଦେଲେ ଅରୁଣ

ଛାତ୍ର ସଂଗଠନକୁ ଗୁରୁମନ୍ତ୍ର ଦେଲେ ଅରୁଣ

August 30, 2026
ଜିଲ୍ଲାସ୍ତରୀୟ ୧୨ତମ ଆନ୍ତର୍ଜାତୀୟ ଯୋଗ ଦିବସ ପାଳିତ

ଜିଲ୍ଲାସ୍ତରୀୟ ୧୨ତମ ଆନ୍ତର୍ଜାତୀୟ ଯୋଗ ଦିବସ ପାଳିତ

June 22, 2026
ବିଶ୍ୱ ଶିଶୁ ଶ୍ରମ ନିଷେଧ ଦିବସ

ବିଶ୍ୱ ଶିଶୁ ଶ୍ରମ ନିଷେଧ ଦିବସ

June 12, 2026
ନୟାଗଡ଼ ରୋଟାରୀ କ୍ଲବ ପରିଦର୍ଶନ କଲେ ଜିଲ୍ଲା ଗଭର୍ଣ୍ଣର

ନୟାଗଡ଼ ରୋଟାରୀ କ୍ଲବ ପରିଦର୍ଶନ କଲେ ଜିଲ୍ଲା ଗଭର୍ଣ୍ଣର

June 7, 2026

© 2025 Baghuabarta. Designed & Developed by WebHunk International

No Result
View All Result
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
WhatsApp chat
error: Content is protected !!