Sunday, November 29, 2026
ବାଘୁଆବାର୍ତ୍ତା
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
 
WhatsApp chat
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
No Result
View All Result
ବାଘୁଆବାର୍ତ୍ତା

ପୂର୍ବ ଶତ୍ରୁତା ନେଲା ରକ୍ତାକ୍ତ ସଂଘର୍ଷ, ଗୋଟିଏ ପରିବାରର ୩ ଗୁରୁତର

by ସଞ୍ଜୟ ସ୍ୱାଇଁ
June 23, 2022
in Crime, State
ପୂର୍ବ ଶତ୍ରୁତା ନେଲା ରକ୍ତାକ୍ତ ସଂଘର୍ଷ, ଗୋଟିଏ ପରିବାରର ୩ ଗୁରୁତର
58
VIEWS
Share on FacebookShare on Twitter

କାମାକ୍ଷାନଗର, (ବାଘୁଆବାର୍ତ୍ତା): ପୂର୍ବ ଶତ୍ରୁତା ନେଲା ରକ୍ତାକ୍ତ ସଂଘର୍ଷର ରୂପ । ମାମୁଁ ଘରେ ଥିବା ପୁତୁରାକୁ ଧରି ଘରକୁ ଫେରିବା ପରେ ଅତର୍କିତ ଆକ୍ରମଣର ଶିକାର ହେଲେ ଗୋଟିଏ ପରିବାରର ୩ ସଦସ୍ୟ । ପ୍ରାୟ ୨୦ରୁ ଊର୍ଦ୍ଧ୍ୱ ପ୍ରତିପକ୍ଷ ସେମାନଙ୍କୁ ଅତର୍କିତ ଭାବେ ଠେଙ୍ଗାରେ ପିଟିବା ସହ ଖଣ୍ଡାରେ ହାଣିଥିବାରୁ ୩ ଜଣଙ୍କ ଅବସ୍ଥା ସଙ୍କଟାପନ୍ନ ଅଛି। ଢେଙ୍କାନାଳ ଜିଲ୍ଲା ଭୁବନ ସୁରପ୍ରତାପପୁରରେ ଘଟିଛି ଏହି ଅଘଟଣ । ଏହି ଆକ୍ରମଣରେ ଉଭୟ ପକ୍ଷର ୫ ଜଣ ଆହତ ହୋଇଛନ୍ତି । ସେମାନଙ୍କ ମଧ୍ୟରୁ ଗୋଟିଏ ପରିବାରର ୩ ଜଣଙ୍କ ଅବସ୍ଥା ଗୁରୁତର ଥିବା ଜଣାପଡିଛି । ସେମାନେ ହେଲେ ଜୟପ୍ରକାଶ ରାଉତ, ଜିତେନ୍ଦ୍ର ରାଉତ ଓ ଶୁଭଙ୍କର ପ୍ରିୟଦର୍ଶୀ ରାଉତ । ଆହତ ଜିତେନ୍ଦ୍ର ରାଉତଙ୍କ ସୂଚନା ଅନୁଯାୟୀ, ପୁତୁରା ତା’ ମାମୁଁ ଘରେ ଥିବା ବେଳେ ତାକୁ ଧରି ଗାଁକୁ ଆସୁଥିଲୁ। ପଞ୍ଚାୟତ ଅଫିସ ନିକଟରେ ସରପଞ୍ଚଙ୍କ ସ୍ୱାମୀ ଜମନ ସାମଲ, ଦିଅର ଓ ପ୍ରାୟ ୨୦ରୁ ଊର୍ଦ୍ଧ୍ୱ ଦଳୀୟ ଲୋକ ରାସ୍ତାରେ ବାଉଁଶ ପକାଇ ଅଟକାଇଲେ। ଏହାପରେ ସେମାନେ ଅତର୍କିତ ଭାବେ ଆମମାନଙ୍କୁ ଠେଙ୍ଗାରେ ପିଟିବା ସହ ଖଣ୍ଡାରେ ହାଣି ଦେଲେ । ସେମାନେ ବୋମା ମାଡ଼ ସହ ଫାୟାରିଂ ବି କରିଥିଲେ। ସେମାନଙ୍କ ଆକ୍ରମଣରେ ସାନ ଭାଇର ହାତ, ମୁଣ୍ଡ ହାଣିଥିବା ବେଳେ ଠେଙ୍ଗା ମାଡ଼ରେ ପୁତୁରା ମୁଣ୍ଡ ଫାଟିଛି। ମୋ ଗୋଡ଼ ଭାଙ୍ଗିଛି। ପ୍ରତିପକ୍ଷର ଆକ୍ରମଣରେ ଭଜମନ ଓ ତାଙ୍କର ଜଣେ ସମର୍ଥକ ଚିତ୍ରସେନ ସାହୁ ଗୁରୁତର ହୋଇ ଭୁବନ ମେଡିକାଲରେ ଚିକିତ୍ସିତ ହେଉଛନ୍ତି । ପୁଲିସ୍‌ ଘଟଣାର ତଦନ୍ତ ଆରମ୍ଭ କରିଥିବା ବେଳେ ପୂର୍ବ ଶତ୍ରୁତାରୁ ଏପରି କାଣ୍ଡ ଘଟିଥିବା ଅନୁମାନ କରିଛି। ଏହି ଘଟଣାରେ କାହାକୁ ଗିରଫ କରାଯାଇନି।

ଏମ୍‌ଏମ୍‌ଡିଆର୍ ପ୍ରସଙ୍ଗ ; ରାଜ୍ୟ ସ୍ୱାର୍ଥ ଅପେକ୍ଷା ବିଜେପି ସ୍ୱାର୍ଥକୁ ସୁରକ୍ଷା

ଏମ୍‌ଏମ୍‌ଡିଆର୍ ପ୍ରସଙ୍ଗ ; ରାଜ୍ୟ ସ୍ୱାର୍ଥ ଅପେକ୍ଷା ବିଜେପି ସ୍ୱାର୍ଥକୁ ସୁରକ୍ଷା

August 30, 2026
ଛାତ୍ର ସଂଗଠନକୁ ଗୁରୁମନ୍ତ୍ର ଦେଲେ ଅରୁଣ

ଛାତ୍ର ସଂଗଠନକୁ ଗୁରୁମନ୍ତ୍ର ଦେଲେ ଅରୁଣ

August 30, 2026
ଜିଲ୍ଲାସ୍ତରୀୟ ୧୨ତମ ଆନ୍ତର୍ଜାତୀୟ ଯୋଗ ଦିବସ ପାଳିତ

ଜିଲ୍ଲାସ୍ତରୀୟ ୧୨ତମ ଆନ୍ତର୍ଜାତୀୟ ଯୋଗ ଦିବସ ପାଳିତ

June 22, 2026
ବିଶ୍ୱ ଶିଶୁ ଶ୍ରମ ନିଷେଧ ଦିବସ

ବିଶ୍ୱ ଶିଶୁ ଶ୍ରମ ନିଷେଧ ଦିବସ

June 12, 2026
ନୟାଗଡ଼ ରୋଟାରୀ କ୍ଲବ ପରିଦର୍ଶନ କଲେ ଜିଲ୍ଲା ଗଭର୍ଣ୍ଣର

ନୟାଗଡ଼ ରୋଟାରୀ କ୍ଲବ ପରିଦର୍ଶନ କଲେ ଜିଲ୍ଲା ଗଭର୍ଣ୍ଣର

June 7, 2026

© 2025 Baghuabarta. Designed & Developed by WebHunk International

No Result
View All Result
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
WhatsApp chat
error: Content is protected !!