ନୀଳଗିରି, (ବାଘୁଆବାର୍ତ୍ତା): ବାଲେଶ୍ଵର ଜିଲ୍ଲା ନୀଳଗିରି ଥାନା ଅନ୍ତର୍ଗତ ନୀଳଗିରି ସହର ଉପଖଣ୍ଡ କଦମ୍ବସାହି ଅଞ୍ଚଳରେ ସିରିଜ ଲୁଟ୍ । ମଙ୍ଗଳବାର ରାତିରେ ଏକା ସମୟରେ ପୃଥକ ପୃଥକ ଘରେ କଳାକନା ବୁଲାଇଛନ୍ତି ଲୁଟେରା । ଲୁଟ୍ ପରେ ଘରଲୋକେ ପିଛା ନକରିବା ପାଇଁ ଗେଟ୍କୁ ବାନ୍ଧି ପଳାଇଯାଇଥିଲେ । ସଂପୃକ୍ତ ଅଞ୍ଚଳର ସୀତାଅଂଶୁ ପାତ୍ର ଓ ରଘୁନାଥ ପୃଷ୍ଟିଙ୍କ ଘର ଝରକା ଗ୍ରୀଲ ତାଡି ଭିତରେ ନଗଦ ଟଙ୍କା ସହ ସୁନା ଗହଣା ନେଇ ଫେରାର ହୋଇଛନ୍ତି ଲୁଟେରା । ଗହଣା ଓ ୧୦ ଲକ୍ଷରୁ ଅଧିକ ଟଙ୍କା ଚୋରି ହୋଇଛି ବୋଲି ଅନୁମାନ କରାଯାଉଛି । ଘଟଣାସ୍ଥଳରେ ନୀଳଗିରି ପୋଲିସ ଓ ସାଇଣ୍ଟିଫିକ୍ ଟିମ୍, ଡଗ୍ ସ୍କ୍ବାଡ୍ ପହଞ୍ଚି ତଦନ୍ତ କରୁଥିବା ଦେଖିବାକୁ ମିଳିଛି ।





