ଜଗତସିଂହପୁର, (ବାଘୁଆବାର୍ତ୍ତା): ଜଗତସିଂହପୁର ଜିଲ୍ଲାର ପ୍ରସିଦ୍ଧ ବିଭୂତିକ୍ଷେତ୍ର ଗୋରେଖନାଥଙ୍କ ହୁଣ୍ଡି ତାଲା ଭାଙ୍ଗି ଲକ୍ଷାଧିକ ଟଙ୍କା ଚୋରି ହୋଇଛି। ମଙ୍ଗଳବାର ବିଳମ୍ବିତ ରାତିରେ ଏକାଧିକ ଦୁର୍ବୃତ୍ତ ହୁଣ୍ଡି ତାଲା ଭାଙ୍ଗି ଲୁଟିନେଇଥିବା ଜଣା ଯାଇଛି । ଗୋରେଖନାଥଙ୍କ ସମ୍ମୁଖରେରେ ଥିବା ଦାନବାକ୍ସ ବା ହୁଣ୍ଡି ଭାଙ୍ଗି ବିଳମ୍ବିତ ରାତିରେ ତିନି ଜଣ ଦୁର୍ବୁତ୍ତ ଲୁଟିନେଇଥିବାର ସିସିଟିଭି ଫୁଟେଜରୁ ଜଣା ଯାଇଛି। ହୁଣ୍ଡିରୁ ପ୍ରାୟ ୧୦ ରୁ ୧୫ ଲକ୍ଷ ଟଙ୍କା ଲୁଟ ହୋଇଥିବା ଅନୁମାନ କରାଯାଇଛି। ଗୋରେଖନାଥଙ୍କ ପୀଠରେ ପୋଲିସ ଆଉଟପୋଷ୍ଟରେ କର୍ମଚାରୀ, ପୀଠର ରାତି ଜଗୁଆଳି ସହ ସିସିଟିଭି କ୍ୟାମେରା ଥିବା ସତ୍ବେ ହୁଣ୍ଡିରୁ ଚୋରି ହେବା ଘଟଣା ସାଧାରଣରେ ଅସନ୍ତୋଷ ସୃଷ୍ଟି କରିଛି। ଘଟଣା ସ୍ଥଳରେ ତିର୍ତ୍ତୋଲ ପୋଲିସ ପହଂଚି ତଦନ୍ତ ଆରମ୍ଭ କରିଛି ।





