ନୟାଗଡ଼, (ବାଘୁଆବାର୍ତ୍ତା):କୋଡ଼ିଏକହାଣିଆରେ ମହିଳା ସଶକ୍ତିକରଣ ନାରା ଦେଲେ କ୍ରିଦାଶପୁର ଗ୍ରାମ ପଞ୍ଚାୟତ ସରପଞ୍ଚ ସଂଜୁବାଳା ବିଶ୍ଵାଳ, ସମିତି ସଭ୍ୟ ବାସନ୍ତୀ ପଣ୍ଡା। ମହିଳାଙ୍କ ପରିବାର ସମସ୍ୟା ବୁଝିବା ସହ ଅଞ୍ଚଳର ବିକାଶ ପାଇଁ ପଦକ୍ଷେପ ଗ୍ରହଣ କରିବାକୁ ନିଷ୍ପତ୍ତି ନିଆଯାଇଛି। ଗାଁର ବିକାଶ ପାଇଁ କି ପଦକ୍ଷେପ ଗ୍ରହଣ କରାଯିବା ଆବଶ୍ୟକ ତାହା ଉପରେ ଆଲୋଚନା ହୋଇଛି। ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ମହିଳାଙ୍କୁ ସ୍ୱାବଲମ୍ବୀ କରିବା ପାଇଁ ଉଦ୍ୟମ କରୁଥିବା ବେଳେ ମିଶନ ଶକ୍ତି ଏହାର ମାଧ୍ୟମ ପାଲଟିଛି। ମିଶନ ଶକ୍ତି ମାଧ୍ୟମରେ କିଭଳି ମହିଳାମାନେ ସ୍ୱାବଲମ୍ବୀ ହୋଇ ପାରିବେ ସେ ନେଇ ଆଲୋଚନା କରା ଯାଉଛି। ନୟାଗଡ଼ ବିଧାୟକ ଡ. ଅରୁଣ କୁମାର ସାହୁ ମଧ୍ଯ ମହିଳାଙ୍କ ସମସ୍ୟା ବୁଝିବାକୁ ଗୁରୁତ୍ଵ ଦେଉଥିବା ବେଳେ ସେମାନଙ୍କୁ ସ୍ୱାବଲମ୍ବୀ କରିବା ପାଇଁ ଉଦ୍ୟମ କରୁଛନ୍ତି। କୋଡ଼ିଏକହାଣିଆ ଭଳି ପଞ୍ଚାୟତର ସବୁ ଗାଁରେ ମହିଳାଙ୍କୁ ନେଇ ବିକାଶ ମୂଳକ କାର୍ଯ୍ୟ କରାଯିବ ବୋଲି ଆଜିର ବୈଠକରେ ସରପଞ୍ଚ ପ୍ରତିଶ୍ରୁତି ଦେଇଛନ୍ତି।






