ପଦ୍ମପୁର, (ବାଘୁଆବାର୍ତ୍ତା): ପଦ୍ମପୁର ଅବକାରୀ ଥାନା ଅଞ୍ଚଳରେ ବଢୁଛି ରନ୍ଧା ମଦ କାରବାର। ଏନେଇ ଖବର ପାଇ ବରଗଡ଼ ଅବକାରୀ ସୁପରିଟେନଡେଣ୍ଟ ପ୍ରଦୀପ ପଟ୍ଟନାୟକଙ୍କ ନିର୍ଦ୍ଦେଶ କ୍ରମେ ପଦ୍ମପୁର ଅବକାରୀ ଥାନା ଅଧୀନସ୍ଥ ସମ୍ପିଆ ଠାରେ ବରଗଡ଼ ମୋବାଇଲ ୟୁନିଟ ଓ ପଦ୍ମପୁର ଅବକାରୀ ବିଭାଗ ମିଳିତ ଭାବରେ ଚଢ଼ାଉ କରିଥିଲେ। ଚଢ଼ାଉ ବେଳେ ୬୦୦ ମହୁଲପୋଚ ଓ ୧୦୦ ଲିଟର ରନ୍ଧାମଦ ଜବତ ହୋଇଛି। ଏହା ସହ ୪ ଜଣଙ୍କୁ ଗିରଫ କରିଛି ପୋଲିସ। ଗିରଫ ହୋଇଥିବା ଅଭିଯୁକ୍ତମାନେ ହେଲେ ସମ୍ପିଆ ଗାଁର ହୄଷିକେଶ ବେହେରା, ଚତୁର୍ଭୁଜ ବେହେରା, ତେଜରାଜ ବେହେରା ଓ ଖଗେଶ୍ଵର କାଲୋ। ଏହି ୪ ଅଭିଯୁକ୍ତଙ୍କୁ ଆଜି କୋର୍ଟ ଚାଲାଣ କରିବ ପୋଲିସ। ଏନେଇ ପଦ୍ମପୁର ଅବକାରୀ ଥାନା ଏସଆଇ ଏଚ ଜଗା ରାଓ ସୂଚନା ଦେଇଛନ୍ତି। ଏହି ଚଢାଉରେ ମୁକେଶ ବିଶ୍ଵାଳ, ପ୍ରଶାନ୍ତ ବାଗ, ନବବତି ମଲ୍ଲିକ, ସୁବାଶିନୀ ଭୋଇ ଓ ରାକେଶ ସାହୁ ପ୍ରମୁଖ ସାମିଲ ଥିଲେ ।





