ସାଲେପୁର, (ବାଘୁଆବାର୍ତ୍ତା): ବ୍ୟାଙ୍କରୁ ଟଙ୍କା ଉଠାଇ ଦୋକାନରୁ ପାନ କିଣୁଥିବା ବେଳେ ୨ଲକ୍ଷ ଟଙ୍କା ଲୁଟିନେଲେ ଦୁର୍ବୃତ୍ତ । କଟକ ଜିଲ୍ଲା ସାଲେପୁର ବ୍ଳକ ଗୋପୀନାଥପୁର ବଜାରରେ ଘଟଣା ଘଟିଛି । ଗୋପୀନାଥପୁର ଷ୍ଟେଟ ବ୍ୟାଙ୍କରୁ ରାମଚନ୍ଦ୍ର ରାଉତ ନାମକ ଜଣେ ବ୍ୟକ୍ତି ୨ଲକ୍ଷ ଟଙ୍କା ଉଠାଇ ରାସ୍ତାପାର୍ଶ୍ଵ ପାନ ଦୋକାନରେ ସାଇକେଲ ରଖି ପାନ କିଣୁଥିବା ସମୟରେ ଦୁର୍ବୃତ୍ତମାନେ ବ୍ୟାଗ ସହ ୨ଲକ୍ଷ ଟଙ୍କା, ଆଧାର କାର୍ଡ ଓ ପାସବୁକ ଲୁଟିନେଇଛନ୍ତି । ଏନେଇ ରାମଚନ୍ଦ୍ର ରାଉତ ପାଗାଫାଣ୍ଡିରେ ଅଭିଯୋଗ କରିବା ପରେ ପୋଲିସ ତଦନ୍ତ ଆରମ୍ଭ କରିଥିବାବେଳେ ଲୁଟେରାଙ୍କ ଟେର ପାଇପାରିନାହିଁ ।





