ଖୋର୍ଦ୍ଧା, (ବାଘୁଆବାର୍ତ୍ତା): ଖୋର୍ଦ୍ଧା ଆଦର୍ଶ ଥାନା ଅନ୍ତର୍ଗତ ଗୁରୁଜଙ୍ଗ ଦେୱାନ ସାହିରେ ଝୁଲନ୍ତା ଅବସ୍ଥାରେ ଯୁବକଙ୍କ ମୃତଦେହ ଉଦ୍ଧାର ହୋଇଛି। ମୃତକ ଗୁରୁଜଙ୍ଗ ଦେୱାନ ସାହିର ହେମନ୍ତ କୁମାର ସାହୁ । ତାଙ୍କ ଘର ସମ୍ମୁଖରେ ଥିବା ଏକ ଆଖଡା ଘର ଦୁଆରେ ତାଙ୍କ ମୃତଦେହ ଉଦ୍ଧାର ହୋଇଛି । ମୃତକ ସବୁବେଳେ ନିଶାସକ୍ତ ଅବସ୍ଥାରେ ରୁହନ୍ତି ତେଣୁ ପାରିବାରିକ କଳହରୁ ଯୁବକ ଆତ୍ମହତ୍ୟା କରିଥିବା ସନ୍ଦେହ କରାଯାଉଛି। ଆଦର୍ଶ ଥାନା ପୋଲିସ ଏ ନେଇ ଏକ ଅପମୃତ୍ୟୁ ମାମଲା ରୁଜୁ କରି ଶବ ବ୍ୟବଚ୍ଛେଦ ପାଇଁ ଖୋର୍ଦ୍ଧା ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ପଠାଇଛି । ଏନେଇ ପୋଲିସ ତଦନ୍ତ ଜାରି ରଖିଛି। ତଦନ୍ତ ପରେ ସ୍ପଷ୍ଟ ହେବ ଯୁବକଙ୍କ ମୃତ୍ୟୁର ରହସ୍ୟ ।





