ଭଦ୍ରକ, (ବାଘୁଆବାର୍ତ୍ତା): ଭଦ୍ରକ ଜିଲ୍ଲା ଧାମନଗରରେ ଦୁଇଟି ବେଆଇନ୍ କରତ କଳ ଉପରେ ଚଢ଼ାଉ। କଟକ ଭିଜିଲାନ୍ସ ଅଧିକାରୀଙ୍କ ସହ ବାଲେଶ୍ବର ଭିଜିଲାନ୍ସ ଅଧିକାରୀ, ଭଦ୍ରକ ବନ ବିଭାଗ, ଭଦ୍ରକ ପୋଲିସ ଓ ଧାମନଗର ବନ ବିଭାଗ ପକ୍ଷରୁ ମିଳିତ ଭାବେ ଧାମନଗର ଦୁଇ ଗୋଟି କରତ କଳ ଉପରେ ଆଜି ସକାଳୁ ସକାଳୁ ଚଢ଼ାଉ। ଆଜି ସକାଳ ୬ ଟା ସମୟରେ ଧାମନଗର ଉତ୍ତେଇପୁର ନିକଟରେ ଥିବା ଏକ ବେଆଇନ କରତ କଳ ଉପରେ ଚଢ଼ାଉ ହୋଇ ଥିବା ବେଳେ ଅନ୍ୟ ଟି ଧାମନଗର ସହର ଅଞ୍ଚଳ ହବିବିନଗର ନିକଟସ୍ଥ ଚୁନୁପଡା ଛକ ନିକଟରେ ଥିବା ବେଆଇନ୍ କରତା କଳ ଉପରେ ମଧ୍ୟ ଚଢ଼ାଉ ହୋଇ ଥିବା ଦେଖିବା ମିଳିଛି । ଚଢ଼ାଉ ବେଳେ ବେଆଇନ୍ କାଠ ସହ ବେଆଇନ୍ ଯନ୍ତ୍ରପାତି ଜବତ କରାଯାଇଛି ଥିବା ଜଣା ପଡିଛି। ଜବତ କାଠ ଓ ଯନ୍ତ୍ରପାତି ଜବତ ହୋଇଛି ଯାହାର ମୂଲ୍ୟ ପ୍ରାୟ ୨୦ ଲକ୍ଷ ଟଙ୍କା ହେବ ବୋଲି କଟକ ଭିଜିଲାନ୍ସ ଅଧିକାରୀ ସୂଚନା ଦେଇଛନ୍ତି।ତେବେ ଧାମନଗର ବନବିଭାଗ ନିକରେ ଏପରି ବେଆଇନ କରତକଳ ଦୀର୍ଘଦିନ ଧରି ଚାଲୁଥିବା ଅଭିଯୋଗ ପରେ ବନବିଭାଗ ଏଇ ଚଢ଼ାଉ କରିଛି ।





