ରାଉରକେଲା, (ବାଘୁଆବାର୍ତ୍ତା): କେବଲାଙ୍ଗ ଥାନା ଲମସି ଗ୍ରାମରେ ପାରିବାରିକ କଳହକୁ ନେଇ ବଡ ଭାଇର ଟାଙ୍ଗିଆ ଚୋଟରେ ସାନଭାଇର ମୃତ୍ୟୁ ଘଟିଛି। ମୃତକ ଜଣକ ହେଲେ ମନୋଜ ମହନ୍ତ। କେବଲାଙ୍ଗ ଥାନା ଲମସି ଗ୍ରାମର ମନୋଜ ମହନ୍ତଙ୍କ ଝିଅର ରବିବାର ବାହାଘର ହୋଇଥିଲା। ସୋମବାର ବଡ ଭାଇ ରଞ୍ଜିତ ମହନ୍ତ ଓ ମନୋଜ ମହନ୍ତଙ୍କ ମଧ୍ୟରେ କୌଣସି କାରଣକୁ ନେଇ କଳହ ହୋଇଥିଲା। ଏଥିରେ ରଞ୍ଜିତ ଟାଙ୍ଗିଆରେ ମନୋଜଙ୍କୁ ଆକ୍ରମଣ କରିଥିଲେ। ଘଟଣାସ୍ଥଳରେ ମନୋଜଙ୍କ ମୃତ୍ୟୁ ଘଟିଥିଲା। ଖବର ପାଇ ପୋଲିସ ପହଞ୍ଚି ମୃତଦେହ ଜବତ କରି ବ୍ୟବଛେଦ ପାଇଁ ପଠାଇ ଘଟଣାର ତଦନ୍ତ କରୁଛି। ରଞ୍ଜିତ ମହନ୍ତ ଫେରାର ହୋଇଯାଇଛି ।





