Monday, April 20, 2026
ବାଘୁଆବାର୍ତ୍ତା
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
 
WhatsApp chat
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
No Result
View All Result
ବାଘୁଆବାର୍ତ୍ତା

ଅଙ୍ଗନୱାଡ଼ି କର୍ମୀ ଓ ସହାୟିକା ସାମୂଖ୍ୟର ଜିଲ୍ଲା କମିଟି ବୈଠକ

by ସଞ୍ଜୟ ସ୍ୱାଇଁ
February 3, 2020
in Feature News
ଅଙ୍ଗନୱାଡ଼ି କର୍ମୀ ଓ ସହାୟିକା ସାମୂଖ୍ୟର ଜିଲ୍ଲା କମିଟି ବୈଠକ
23
VIEWS
Share on FacebookShare on Twitter

ନୟାଗଡ଼, (ବାଘୁଆବାର୍ତ୍ତା) : ନୟାଗଡ଼ ଜିଲ୍ଲା ଅଙ୍ଗନୱାଡ଼ି କର୍ମୀ ଓ ସହାୟିକାଙ୍କ ଜିଲ୍ଲା କମିଟି ବୈଠକ ନୟାଗଡ଼ ବ୍ଲକ ସମ୍ମିଳନୀ କକ୍ଷରେ ଆଜି ଅନୁଷ୍ଠିତ ହୋଇଯାଇଛି । ଜିଲ୍ଲା ସଭାନେତ୍ରୀ ଜ୍ୟୋତ୍ସାମୟୀ ପଣ୍ଡାଙ୍କ ସଭାପତିତ୍ୱରେ ଅନୁଷ୍‌ଠିତ ଏହି ବୈଠକରେ ଜିଲ୍ଲାର ୮ଟି ବ୍ଲକର ସଭାନେତ୍ରୀ ଓ ସଂପାଦିକ ମାନେ ଯୋଗ ଦେଇଥିଲେ । ଏହି ବୈଠକରେ ସରକାର ଛାତ୍ରଛାତ୍ରୀମାନଙ୍କୁ ଅଣ୍ଡା ଦେବା ପାଇଁ ୫ଟଙ୍କା ଅର୍ଥ ରାଶି ପ୍ରଦାନ କରୁଥିବା ବେଳେ ଅଣ୍ଡାର ବଜାର ଦର ୬ ଟଙ୍କା ରହିଥିବା ନେଇ ସରଗରମ ଆଲୋଚନା ହୋଇଥିଲା । ଉଚ୍ଚା ଦରରେ ଅଣ୍ଡା କିଣି ଛାତ୍ରଛାତ୍ରୀମାନଙ୍କୁ ଯୋଗାଇ ଦେବା ଆଉ ସମ୍ଭବ ପର ନୁହେଁ ବୋଲି ମତ ପ୍ରକାଶ ପାଇଥିଲା । ଅଙ୍ଗନୱାଡ଼ି କର୍ମୀ ଓ ସହାୟିକାଙ୍କ ଉପରେ ସରକାର ବିଭିନ୍ନ କାର୍ଯ୍ୟ ଲଦି ଦେଉଥିବା ବେଳେ ପାରିଶ୍ରମିକ ଦେବା ବେଳକୁ ପଛଘୁଂଚା ଦେଉଥିବା ନେଇ ଆଲୋଚନା ହେଇଛି । ସଠିକ ସମୟରେ ଦରମା ଦିଆଯାଉନଥିବାରୁ ବୈଠକରେ ଅସନ୍ତୋଷ ପ୍ରକାଶ ପାଇଛି । ଏହି ବୈଠକରେ ମେନକା ପଲେଇ, ରଞ୍ଜୁରାଣୀ ସାହୁ, ବିନୋଦିନି ଦେଇ, ବବିତା ସାହୁ, ରାଜ୍ୟ କୋଷାଧ୍ୟକ୍ଷା ସୁଶ୍ରୀ ସଂଗୀତା ଆଲୋଚନାରେ ଅଂଶ ଗ୍ରହଣ କରିଥିଲେ । ସେହିଭଳି ଅତିଥି ଭାବେ ରାଜ୍ୟ ବିଜୁ ଶ୍ରମିକ ସାମ୍ମୁଖ୍ୟ ସହ ସଂପାଦକ ଶ୍ରୀକାନ୍ତ ପଟ୍ଟନାୟକ ଯୋଗ ଦେଇ ସମସ୍ୟା ସଂମ୍ପର୍କରେ ଜିଲ୍ଲା ପ୍ରଶାସନ ସହ ଆଲୋଚନା କରାଯାଇ ସମାଧାନ କରିବାକୁ ଚେଷ୍ଟା କରାଯିବ ବୋଲି ମତ ଦେଇଥିଲେ । ଏଥି ସହିତ ପ୍ରତି ବ୍ଲକରେ କମିଟି ଗଠନ କରାଯାଇ ନିୟମିତ ବୈଠକ କରିବା ସହ ଜିଲ୍ଲା କମିଟି ସହ ଯୋଗସୁତ୍ର ରଖିବାକୁ ଶ୍ରମିକ ନେତା ଶ୍ରୀଯୁକ୍ତ ପଟ୍ଟନାୟକ ପରାମର୍ଶ ଦେଇଥିଲେ । ଏହି ବୈଠକରେ ଅନ୍ୟମାନଙ୍କ ମଧ୍ୟରେ ରୂପ ସେଠୀ, ମମତା ରଣା, ସଙ୍ଗୀତା କର ପ୍ରମୂଖ ଯୋଗ ଦେଇଥିଲେ ।

ଡ଼ିଏଭି ପବ୍ଲିକ ସ୍କୁଲରେ ସ୍ୱେଚ୍ଛାକୃତ ରକ୍ତଦାନ ଶିବିର:୪୦ ୟୁନିଟ୍ ରକ୍ତ ସଂଗ୍ରହ

ଡ଼ିଏଭି ପବ୍ଲିକ ସ୍କୁଲରେ ସ୍ୱେଚ୍ଛାକୃତ ରକ୍ତଦାନ ଶିବିର:୪୦ ୟୁନିଟ୍ ରକ୍ତ ସଂଗ୍ରହ

April 19, 2026
୨୦ରୁ ୨୩ ପର୍ଯ୍ୟନ୍ତ ସ୍କୁଲ୍ ଛୁଟି:ପରବର୍ତ୍ତୀ ସମୟରେ ବଢ଼ିପାରେ !

୨୦ରୁ ୨୩ ପର୍ଯ୍ୟନ୍ତ ସ୍କୁଲ୍ ଛୁଟି:ପରବର୍ତ୍ତୀ ସମୟରେ ବଢ଼ିପାରେ !

April 19, 2026
ଜିଲ୍ଲା ସ୍ତରୀୟ ପୋଷଣ ପକ୍ଷ ପାଳିତ:ମାଆ କ୍ଷୀରରୁ ‌କୌଣସି ଶିଶୁ ଯେପରି ବଞ୍ଚିତ ନହୁଅନ୍ତି ସେଥିପ୍ରତି ଧ୍ୟାନ ଦେବାକୁ ଜିଲ୍ଲାପାଳଙ୍କ ପରାମର୍ଶ

ଜିଲ୍ଲା ସ୍ତରୀୟ ପୋଷଣ ପକ୍ଷ ପାଳିତ:ମାଆ କ୍ଷୀରରୁ ‌କୌଣସି ଶିଶୁ ଯେପରି ବଞ୍ଚିତ ନହୁଅନ୍ତି ସେଥିପ୍ରତି ଧ୍ୟାନ ଦେବାକୁ ଜିଲ୍ଲାପାଳଙ୍କ ପରାମର୍ଶ

April 18, 2026
ରୋଗୀଙ୍କ ପାଇଁ ଦେବଦୂତ ସାଜିଲେ ସୁରେଶ:ରୋଗୀଙ୍କ ପାଇଁ ଇଟାମାଟିରୁ ଭୁବନେଶ୍ବର ଯାତ୍ରା

ରୋଗୀଙ୍କ ପାଇଁ ଦେବଦୂତ ସାଜିଲେ ସୁରେଶ:ରୋଗୀଙ୍କ ପାଇଁ ଇଟାମାଟିରୁ ଭୁବନେଶ୍ବର ଯାତ୍ରା

April 18, 2026
ଶିକ୍ଷକଙ୍କ ଅକାଳ ଦେହାନ୍ତ:ଶିକ୍ଷା ମଣ୍ଡଳୀରେ ଶୋକର ଛାୟା

ଶିକ୍ଷକଙ୍କ ଅକାଳ ଦେହାନ୍ତ:ଶିକ୍ଷା ମଣ୍ଡଳୀରେ ଶୋକର ଛାୟା

April 18, 2026

© 2025 Baghuabarta. Designed & Developed by WebHunk International

No Result
View All Result
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
WhatsApp chat
error: Content is protected !!