ଭୁବନେଶ୍ବର, (ବାଘୁଆବାର୍ତ୍ତା): ଭୁବନେଶ୍ବରରେ ଜାଗା ଦେବାକୁ କହି ଠକେଇ। ୮୦ ଲକ୍ଷ ଟଙ୍କା ଠକେଇ ଅଭିଯୋଗରେ ଜଣକୁ ଗିରଫ କରିଛି ଖାରବେଳ ନଗର ଥାନା ପୋଲିସ । ଗିରଫ ଅଭିଯୁକ୍ତ ଜଣକ ହେଲେ ରାଜ କିଶୋର ଦାଶ । ଜଣେ ଆର୍ମି ଅଫିସରକୁ ଜାଗା ଦେବାକୁ କହି ଠକେଇ କରିଛନ୍ତି। ରାଜ କିଶୋର ନିଜ ବାପା ସମ୍ପତ୍ତିକୁ ନିଜ ନାମରେ ଥିବା କହି ଜଣେ ଆର୍ମି ଅଫିସରଙ୍କୁ ଜାଗା ବିକ୍ରି କରିଥିଲା। ପୈତୃକ ସମ୍ପତ୍ତି ୫ ଜଣଙ୍କ ନାମରେ ସେୟାର ଥିବା ତଦନ୍ତ ବେଳେ ଜଣା ପଡିଥିଲା





