ପୁରୀ, (ବାଘୁଆବାର୍ତ୍ତା): ପାଠ ପଢ଼ାଉଥିଲେ । ପଢ଼ାଇବାବେଳେ ହେଲା ପ୍ରେମ । ପ୍ରେମ କରି ନାବାଳିକା ଛାତ୍ରୀଙ୍କୁ ଉଠାଇନେଲେ ଟ୍ୟୁସନ୍ ସାର୍ । ଚନ୍ଦନପୁର ଥାନା ଅଞ୍ଚଳରୁ ଅପହରଣ କରି ସିଧା ପଳାଇଲେ ଜମ୍ମୁ । ସେଠାରେ ଶରୀରିକ ସମ୍ବନ୍ଧ ରଖି ଫସିଲେ ଶିକ୍ଷକ । ଏଭଳି ଏକ ଘଟଣାରେ ଚନ୍ଦନପୁର ଥାନା ପୁଲିସ ଦୁଷ୍କର୍ମ ମାମଲା ରୁଜୁ କରି ଟ୍ୟୁସନ୍ ସାର୍ଙ୍କୁ ଗିରଫ କରିଛି । ଶିକ୍ଷକ ଜଣକ ହେଲେ ଏହି ଥାନା ଅଧୀନ ତଳଜଙ୍ଗ ଡିହସାହିର ବିକ୍ରମ ନାୟକ (୨୨) । ପୁଲିସ କହିଛି ଯେ, ପାଠ ପଢିବାବେଳେ ଆରମ୍ଭ ହୋଇଥିଲା ପ୍ରେମ । ନାବାଳିକା ଛାତ୍ରୀଙ୍କୁ ୨ ମାସ ପ୍ରେମ କରିବା ପରେ ଗତ ୪ ତାରିଖରେ ଅପହରଣ କରିଥିଲା ବିକ୍ରମ । ଏନେଇ ପୁଲିସ ଅପହରଣ ମାମଲା ରୁଜୁ କରି ତଦନ୍ତ ଆରମ୍ଭ କରିଥିଲା । ନାବାଳିକାକୁ ଉଦ୍ଧାର ପରେ ମାମଲା ଦୁଷ୍କର୍ମକୁ ଟର୍ଣ୍ଣ କରିଥିଲା । ୬ ପୋକ୍ସୋ ଆକ୍ଟ ବଳରେ ଦୁଷ୍କର୍ମ ମାମଲା କରି ପୁଲିସ ତାକୁ ଗିରଫ କରିଛି । ଶନିବାର ବିକ୍ରମକୁ କୋର୍ଟ ଚାଲାଣ କରାଯାଇଛି । ଜାମିନ୍ ନାମଞ୍ଜୁର ହେବା ପରେ ତାକୁ ଜେଲ୍ ପଠାଇଦିଆଯାଇଥିବା ପୁଲିସ କହିଛି ।





