ସମ୍ବଲପୁର, (ବାଘୁଆବାର୍ତ୍ତା): ଅଇଁଠାପାଲି ଥାନ ଅନ୍ତର୍ଗତ ବସ ଷ୍ଟେସନ ପାଖାରେ ଗତକାଲି ତ୍ରୀକୋଣୀୟ ପ୍ରେମର ନାଟ ଦେଖିବାକୁ ମିଳିଥିଲା । ଯୁବତୀ ଜଣକ ଦୁଇ ଯୁବକୁ ଏକତରଫା ଭଲ ପାଉଥିଲେ । ଏହାକୁ ନେଇ ଦୁଇ ପ୍ରେମିକଙ୍କ ମଧ୍ୟରେ ମାଡପିଟ ହୋଇଥିଲା । ପ୍ରଥମ ପ୍ରେମିକ ଜଣକ ଦ୍ୱିତୀୟ ପ୍ରେମିକର ମାଡରେ ଆହତ ହୋଇଥିଲା । ଏନେଇ ଥାନାରେ ଲିଖିତ ଅଭିଯୋଗ ହେବା ପରେ ପୁଲିସ ଏହାର ତଦନ୍ତ କରିଥିଲା । ନୂଆ ପ୍ରେମିକ ବୌଦ୍ଧଦେବ ଗଡତିଆକୁ ଗରିଫ କରି କୋର୍ଟ ଚାଲାଣ କରାଯାଇଥିବା ସୂଚନା ମିଳିଛି।





