ଅନୁଗୋଳ, (ବାଘୁଆବାର୍ତ୍ତା): ତାଳଚେର ଘଣ୍ଟପଡା ନାକିଟି ସାହିରେ ଜଣେ ମହିଳାଙ୍କୁ ମର୍ଡର ହୋଇଛି । ମୃତ ମହିଳା ଜଣକ ହେଲେ ଜୁଲେଇ ବିଶ୍ବାଳ। ତାଙ୍କ ବେକକୁ ଏକ ଧାରୁଆ ଅସ୍ତ୍ରରେ କଟା ଯାଇଛି । ଏହି ଘଟଣାରେ ପୁଅ ମନୋଜ ବିଶ୍ବାଳଙ୍କୁ ସନ୍ଦେହ କରି ତାଳଚେର କୋଲୀୟାରୀ ଥାନାରେ ଅଟକ ରଖାଯାଇଛି। ତେବେ ତାଙ୍କ ଘରେ କେବଳ ବିଧବା ମା ଏବଂ ପୁଅ ରହୁଥିଲେ। ତେଣୁ ସନ୍ଦେହ କରି ପୁଅକୁ ଥାନାରେ ଅଟକ ରଖିବା ସହ ପଚାରା ଉଚୁରା ଜାରି ରଖିଛି ପୋଲିସ।





