Saturday, June 13, 2026
ବାଘୁଆବାର୍ତ୍ତା
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
 
WhatsApp chat
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
No Result
View All Result
ବାଘୁଆବାର୍ତ୍ତା

ଆରମ୍ଭ ହେଲା ଡିମିରିଝରି ପ୍ରିମିୟର ଲିଗ୍ କ୍ରିକେଟ ଟୁର୍ନାମେଣ୍ଟ

by ସଞ୍ଜୟ ସ୍ୱାଇଁ
June 18, 2022
in Nayagarh, Sports, State
ଆରମ୍ଭ ହେଲା ଡିମିରିଝରି  ପ୍ରିମିୟର ଲିଗ୍ କ୍ରିକେଟ ଟୁର୍ନାମେଣ୍ଟ
58
VIEWS
Share on FacebookShare on Twitter

ନୟାଗଡ, (ବାଘୁଆବାର୍ତ୍ତା): ନୟାଗଡ ଜିଲା ନୂଆଗାଁ ବ୍ଲକ ବଡଗୋଠ ପଚାଂୟତ ଡିମିରିଝରୀ ହାଇସ୍କୁଲ ପଡିଆରେ ଶୁକ୍ରବାରଠାରୁ ଡିମିରିଝରି ପ୍ରିମିୟର ଲିଗ୍ କ୍ରିକେଟ ଟୁର୍ନାମେଂଟ ଆରମ୍ଭ ହୋଇଯାଇଛି । ପ୍ରଥମ ଦିବସରେ ୩ ଗୋଟି ମ୍ୟାଚ୍ ଅନୁଷ୍ଠିତ ହୋଇଥିଲା । ପ୍ରଥମ ମ୍ୟାଚ୍ କସ୍ତୁରୀ ଇଲେକ୍ଟ୍ରିକାଲ୍ସ ବନାମ ମା ଶୁଳିଆ ଫାଇଟର୍ସ ମଧ୍ୟରେ ଅନୁଷ୍ଠିତ ହୋଇଥିଲା । ଏଥିରେ କସ୍ତୁରୀ ଇଲେକ୍ଟ୍ରିକାଲ୍ସ ଦଳ ପ୍ରଥମେ ଟସ୍ ଜିତି ବୋଲିଂ ନିଷ୍ପତି ନେଇଥିଲେ । ଶୁଳିଆ ଫାଇଟର୍ସ ୭ ଓିକେଟ ବିନିମୟରେ ୧୦୯ ରନ ସଂଗ୍ରହ କରିଥିଲେ । ଜବାବରେ କସ୍ତୁରୀ ଇଲେକ୍ଟ୍ରିକାଲ୍ସ ଦଳ ୯ ଓିକେଟ ହରାଇ ୧୪ ଓଭର ୨ ଗୋଟି ବଲରେ ୧୧୦ ରନ ସଂଗ୍ରହ କରି ବିଜୟ ଲାଭ କରିଥିଲା । ଦ୍ୱିତୀୟ ମ୍ୟାଚ ଇଲେଭେନ ଷ୍ଟ୍ରାଇକର୍ସ ଓ ରାମଚଣ୍ଡୀ ଓ୍ୟାରିୟର୍ସ ଦଳ ମଧ୍ୟରେ ଅନୁଷ୍ଠିତ ହୋଇଥିଲା । ଏଥିରେ ରାମଚଣ୍ଡୀ ଓ୍ୟାରିୟର୍ସ ଟସ୍ ଜିତି ବ୍ୟାଟିଂ ନିଷ୍ପତି ନେଇ ୧୫ ଓଭରରେ ୧୧୧ ରନ ସଂଗ୍ରହ କରିଥିଲେ । ପ୍ରତିପକ୍ଷ ଇଲେଭେନ ଷ୍ଟ୍ରାଇକର୍ସ ଦଳ ୧୪ ଓଭରରେ ୧୧୨ ରନ ସଂଗ୍ରହ କରି ବିଜୟ ଲାଭ କରିଥିଲେ । ସେହିପରି ତୃତୀୟ ମ୍ୟାଚଟି ଡିମି ଡେଭିଲର୍ସ ଓ କସ୍ତୁରୀ ଇଲେକ୍ଟ୍ରିକାଲ୍ସ ମଧ୍ୟରେ ଅନୁଷ୍ଠିତ ହୋଇଥିଲା । ଏଥିରେ କସ୍ତୁରୀ ଇଲେକ୍ଟ୍ରିକାଲ୍ସ ଦଳ ଟସ୍ ଜିତି ବ୍ୟାଟିଂ ନିଷ୍ପତି ନେଇ ୧୧ ଓଭରରେ ସମସ୍ତ ଓିକେଟ ହରାଇ ଥିଲା । ଜବାବରେ ଡିମି ଡେଭଲର୍ସ ୧୨ ଓଭରରେ ସମସ୍ତ ଓିକେଟ ହରାଇ ୬୫ ରନ ସଂଗ୍ରହ କରି ପରାସ୍ତ ହୋଇଥିଲା । ତୃତୀୟ ମ୍ୟାଚ୍ରେ କସ୍ତୁରୀ ଇଲେକ୍ଟ୍ରିକାଲ୍ସ ବିଜୟ ଲାଭ କରିଥିଲା । ଆଜିର ଏହି ମ୍ୟାଚରେ ବଡଗୋଠ ପଂଚାୟତର ପୂର୍ବତନ ସରପଂଚ ବନମାଳି ସ୍ୱାଇଁ , ଆଂଚଳିକ ହାଇସ୍କୁଲର ପ୍ରଧାନଶିକ୍ଷକ ସୁଧିର କୁମାର ସାହୁ , କ୍ରୀଡା ଶିକ୍ଷକ ପ୍ରଶାନ୍ତ କୁମାର ପ୍ରଧାନ ଏବଂ ହିନ୍ଦୀ ଶିକ୍ଷକ ରମେଶ ଚନ୍ଦ୍ର ରାଉତରାୟ ପ୍ରମୁଖ ଅତିଥି ଭାବେ ଯୋଗ ଦେଇଥିଲେ । ଏହି ମ୍ୟାଚକୁ ଦୀପକ କୁମାର ନାୟକ , ପରମେଶ୍ୱର ସାହୁ , କାହ୍ନା ନାୟକ ,ଗଣେଶ ସାହୁ ସୂଚାରୁରୂପେ ପରିଚାଳନା କରିଥିଲେ ।

ବିଶ୍ୱ ଶିଶୁ ଶ୍ରମ ନିଷେଧ ଦିବସ

ବିଶ୍ୱ ଶିଶୁ ଶ୍ରମ ନିଷେଧ ଦିବସ

June 12, 2026
ନୟାଗଡ଼ ରୋଟାରୀ କ୍ଲବ ପରିଦର୍ଶନ କଲେ ଜିଲ୍ଲା ଗଭର୍ଣ୍ଣର

ନୟାଗଡ଼ ରୋଟାରୀ କ୍ଲବ ପରିଦର୍ଶନ କଲେ ଜିଲ୍ଲା ଗଭର୍ଣ୍ଣର

June 7, 2026
ରାଜ୍ୟ ନିମ୍ନ ମାଧ୍ୟମିକ ଶିକ୍ଷକସଂଘର ରାଜ୍ୟସ୍ତରୀୟ ସମ୍ମିଳନୀ ପାଇଁ ଚୂଡ଼ାନ୍ତ ପ୍ରସ୍ତୁତି ବୈଠକ

ରାଜ୍ୟ ନିମ୍ନ ମାଧ୍ୟମିକ ଶିକ୍ଷକସଂଘର ରାଜ୍ୟସ୍ତରୀୟ ସମ୍ମିଳନୀ ପାଇଁ ଚୂଡ଼ାନ୍ତ ପ୍ରସ୍ତୁତି ବୈଠକ

May 27, 2026
ବରିଷ୍ଠ ସାମ୍ବାଦିକ ରାମକୃଷ୍ଣ ରଥଙ୍କ ପିତୃବିୟୋଗ

ବରିଷ୍ଠ ସାମ୍ବାଦିକ ରାମକୃଷ୍ଣ ରଥଙ୍କ ପିତୃବିୟୋଗ

May 27, 2026
ପ୍ରକାଶ ପାଇଲା ଓଡ଼ିଶା ସିଭିଲ୍ ସର୍ଭିସେସ ପରୀକ୍ଷା ଫଳ

ପ୍ରକାଶ ପାଇଲା ଓଡ଼ିଶା ସିଭିଲ୍ ସର୍ଭିସେସ ପରୀକ୍ଷା ଫଳ

May 27, 2026

© 2025 Baghuabarta. Designed & Developed by WebHunk International

No Result
View All Result
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
WhatsApp chat
error: Content is protected !!