ନୟାଗଡ଼, (ବାଘୁଆବାର୍ତ୍ତା) : ସ୍ୱୟଂ ଶାସିତ ମହାବିଦ୍ୟାଳୟ ଖେଳପଡ଼ିଆରେ କ୍ରୀଡ଼ା ଭାରତୀ ଆନୁକୂଲ୍ୟରେ ସାମୂହିକ ସୂର୍ଯ୍ୟ ନମସ୍କାର ଅନୁଷ୍ଠିତ ହୋଇଯାଇଛି । ଏହି କାର୍ଯ୍ୟକ୍ରମରେ କଟକ ଶାରିରୀକ ଶିକ୍ଷାର ପ୍ରାକ୍ତନ୍ତ ଅଧ୍ୟକ୍ଷ ଡ. ଅଶୋକ ନାୟକ ମୁଖ୍ୟ ଅତିଥି ଭାବେ ଯୋଗ ଦେଇ ପ୍ରତ୍ୟେହ ସୂର୍ଯ୍ୟ ନମସ୍କାର କଲେ ଶରୀର କିଭଳି ସୁସ୍ଥ ରୁହେ ସେ ନେଇ ବକ୍ତବ୍ୟ ଦେଇଥିଲେ । କାର୍ଯ୍ୟକ୍ରମରେ ସମ୍ମାନିତ ଅତିଥି ଭାବେ ପୂର୍ବତନ ନଗରପାଳ ଗୁରୁପ୍ରସାଦ ଜେନା, ବରିଷ୍ଠ ସାମ୍ବାଦିକ ରାମକୃଷ୍ଣ ରଥ, ସମାଜସେବୀ ପ୍ରଭାସୁିନୀ ନନ୍ଦ ପ୍ରମୂଖ ଯୋଗ ଦେଇଥିବା ବେଳେ କ୍ରୀଡ଼ା ଭାରତୀ ଉପଦେଷ୍ଟା ଦୁର୍ଯୋଧନ ସାହୁ, ସଭାପତି ପ୍ରଫୁଲ କୁମାର ସାହୁ, ସଂପାଦକ ରବି ନାରାୟଣ ମିଶ୍ର ପ୍ରମୂଖ ଉପସ୍ଥିତ ଥିଲେ । ଏହି କାର୍ଯ୍ୟକ୍ରମରେ ନୟାଗଡ଼ ୟୁନିଟେକ ମହାବିଦ୍ୟାଳୟ, ଅକ୍ସଫୋର୍ଡ଼, ସ୍ୱୟଂ ଶାସିତ ମହାବିଦ୍ୟାଳୟ ଭଳି ଅନେକ ଶିକ୍ଷାନୁଷ୍ଠାନର ସହସ୍ରାଧିକ ଛାତ୍ରଛାତ୍ରୀ ଯୋଗ ଦେଇ ସୂର୍ଯ୍ୟ ନମସ୍କାର କରିଥିଲେ । କାର୍ଯ୍ୟକ୍ରମକୁ ଅଧ୍ୟାପକ ଡ. ଆଶୁତୋଷ ମିଶ୍ର ସଂଯୋଜନା କରିଥିଲେ ।






