ନୟାଗଡ଼,(ବାଘୁଆବାର୍ତ୍ତା): ରାଜସୁନାଖଳା ମହାବିଦ୍ୟାଳୟର ୪୩ତମ ପ୍ରତିଷ୍ଠା ଦିବସ ଆଜି ପାଳିତ ହୋଇଯାଇଛି । ରଣପୁର ବିଧାୟକ ସତ୍ୟନାରାୟଣ ପ୍ରଧାନ ମୁଖ୍ୟ ଅତିଥି ଭାବେ ଯୋଗ ଦେଇଥିବା ବେଳେ ସମ୍ମାନିତ ଅତିଥି ଭାବେ ଉପଜିଲ୍ଲାପାଳ ଲଗ୍ନଜିତ ରାଉତ, ଉକ୍ତ ମହାବିଦ୍ୟାଳୟର ପ୍ରତିଷ୍ଠାତା ସଂପାଦକ ମଧୂସୁଦନ ମହାପାତ୍ର, ପୂର୍ବତନ ବିଧାୟକ ଶରତ ଚନ୍ଦ୍ର ମିଶ୍ର, ଅଧ୍ୟକ୍ଷ ଅଶୋକ କୁମାର ପରିଡ଼ା ପ୍ରମୂଖ ଉପସ୍ଥିତ ଥିଲେ । ୪୩ ବର୍ଷ ପୂର୍ବର ମହାବିଦ୍ୟାଳୟ ଏବଂ ଏବେକାର ମହାବିଦ୍ୟାଳୟ ମଧ୍ୟରେ ଥିବା ପ୍ରଭେଦକୁ ଅତିଥିମାନେ ତାଙ୍କ ବକ୍ତବ୍ୟରେ ଆଲୋଚନା କରିଥିଲେ । ଏଥିରେ ବହୁ ଛାତ୍ରଛାତ୍ରୀ, ପୂର୍ବତନ ଅଧ୍ୟକ୍ଷ, ଜିବି ମେମ୍ବର ଉପସ୍ଥିତ ରହିଥିବା ବେଳେ ଉକ୍ତ ମହାବିଦ୍ୟାଳୟର ପିଏଚଡି ପ୍ରାପ୍ତ ହୋଇଥିବା ଅଧ୍ୟାପକ ଓ ଅଧ୍ୟାପିକାମାନଙ୍କୁ ସମ୍ବଦ୍ଧିତ କରାଯାଇଥିଲା । ଏହି ଅବସରରେ ମହାବିଦ୍ୟାଳୟର ପୂର୍ବତନ ଏଗାରର ଜଣ ଛାତ୍ରଛାତ୍ରୀ ବିଶ୍ୱବିଦ୍ୟାଳୟରେ ପ୍ରତିଷ୍ଠା ଲାଭ କରିଥିବାରୁ ସମ୍ମାନିତ କରାଯାଇଥିଲା ।







