ଜଳେଶ୍ୱର, (ବାଘୁଆବାର୍ତ୍ତା): ଜଳେଶ୍ୱର ବିଡିଓଙ୍କ ଘରେ ଭିଜିଲାନ୍ସ ରେଡ୍ । ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ଫସିଲେ ଅଶ୍ୱିନୀ ଦାସ । ଏକକାଳୀନ ୬ଟି ସ୍ଥାନରେ ଚଢ଼ାଉ କରୁଛି ଭିଜିଲାନ୍ସ । ଏହି ଚଢ଼ାଉରେ ୫ଜଣ ଡିଏସପିଙ୍କ ସମେତ ୯ ଜଣ ଇନିସପେକ୍ଟର ସାମିଲ ହୋଇଛନ୍ତି । ଏଥି ସହିତ ଭିଜିଲାନ୍ସ ନେତୃତ୍ୱରେ ଜଳେଶ୍ୱର ସ୍ଥିତ ବିଡିଓଙ୍କ ସରକାରୀ ବାସଭବନରେ ଚଢ଼ାଉ କରୁଛି ୫ ଜଣିଆ ଟିମ୍ । ଏହା ପୂର୍ବରୁ କେନ୍ଦ୍ରାପଡ଼ା ଜିଲ୍ଲା ମହାକାଳପଡ଼ାରେ ବିଡିଓ ଭାବରେ କାର୍ୟ୍ୟ କରୁଥିଲେ ଅଶ୍ୱିନୀ । କେନ୍ଦ୍ରାପଡ଼ାର ପୈତୃକ ଘର, କଟକ ସ୍ଥିତ ଶ୍ୱଶୂରଙ୍କ ଘର ଏବଂ ଜଳେଶ୍ୱରରେ ଥିବା ସରକାରୀ କ୍ୱାର୍ଟର ସହିତ ମୋଟ ୫ଟି ସ୍ଥାନରେ ରେଡ୍ କରୁଛି ଭିଜିଲାନ୍ସ ।





