Sunday, November 29, 2026
ବାଘୁଆବାର୍ତ୍ତା
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
 
WhatsApp chat
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
No Result
View All Result
ବାଘୁଆବାର୍ତ୍ତା

ପୂର୍ବ ଶତ୍ରୁତାକୁ କେନ୍ଦ୍ରକରି ମରଣାନ୍ତକ ଆକ୍ରମଣ

by ସଞ୍ଜୟ ସ୍ୱାଇଁ
June 17, 2022
in Crime, State
ପୂର୍ବ ଶତ୍ରୁତାକୁ କେନ୍ଦ୍ରକରି ମରଣାନ୍ତକ ଆକ୍ରମଣ
20
VIEWS
Share on FacebookShare on Twitter

ସାଲେପୁର, (ବାଘୁଆବାର୍ତ୍ତା): ପୂର୍ବ ଶତ୍ରୁତାକୁ କେନ୍ଦ୍ରକରି ଯୁବକକୁ ମରଣାନ୍ତକ ଆକ୍ରମଣ । ଏଭଳି ଅଭିଯୋଗ ଆସିଛି କଟକ ଜିଲ୍ଲା ସାଲେପୁର ଥାନା ମାଛୁଆତି ଗ୍ରାମରୁ । ମାଛୁଆତି ଗ୍ରାମର ଅଜୟ କୁମାର ମଲ୍ଲିକ, ସନ୍ତୁ ରାଓ , ଶାଙ୍କି ନାୟକ ଓ ରିଣ୍ଟୁ ମଲ୍ଲିକ ମିଶି ସଂଘବଧଭାବେ କରିଥିଲେ ଆକ୍ରମଣ । ଆକ୍ରମଣରେ ମାଛୁଆତି ଗ୍ରାମର ରାକେଶ ସ୍ୱାଇଁ ଗୁରୁତର । ଗୁରୁତର ଅବସ୍ଥାରେ ତାଙ୍କୁ କଟକ ବଡ଼ମେଡିକାଲକୁ ଚିକିତ୍ସା ପାଇଁ ପଠାଇ ଦିଆଯାଇଛି । ରାକେଶଙ୍କ ପିଠି ଓ ବେକରେ ହଣାଯାଇଛି ଓ ତାଙ୍କ ପାଖରୁ ସୁନା ଚେନ, ମୁଦି, ୫ହଜାର ଟଙ୍କାକୁ ମଧ୍ୟ ଛଡାଇ ନେଇଥିଲେ । ଏନେଇ ରାକେଶର ମା କାମିନୀ ସ୍ୱାଇଁ ସାଲେପୁର ଥାନାରେ ଲିଖିତ ଅଭିଯୋଗ କରିଛନ୍ତି । ସୂଚନା ମୁତାବକ ମାଛୁଆତି ଅଂଚଳରେ ସ୍ଵପ୍ନ ମହଲ ଯାତ୍ରାପାର୍ଟି ଯାତ୍ରା କରୁଥିଲା । ଏହି ଯାତ୍ରାରେ ମାଛୁଆତି ଅଞ୍ଚଳର ରାକେଶ ସ୍ୱାଇଁ ଓ ମନୁ ଜେନା ଯାତ୍ରା ପଡ଼ିଆରେ ଦୋକାନ କରିଥିଲେ । ମାଛୁଆତି ଗ୍ରାମର ଅଜୟ କୁମାର ମଲ୍ଲିକ, ସନ୍ତୁ ରାଓ , ଶାଙ୍କି ନାୟକ ଓ ରିଣ୍ଟୁ ମଲ୍ଲିକ ରାକେଶ ସ୍ୱାଇଁଙ୍କୁ ବାକି ମାଗିଥିଲେ । ରାକେଶ ସ୍ୱାଇଁ ବାକି ନ ଦେବାରୁ ୪ଜଣ ଯାକ ଯୁବକ ମିଶି ଫାର୍ସା ସାହାଯ୍ୟରେ ରାକେଶ ସ୍ୱାଇଁଙ୍କ ବେକ ଓ ପିଠିକୁ ଆକ୍ରମଣ କରିଥିଲେ । ଗୁରୁତର ଅବସ୍ଥାରେ ଯୁବକ ରାକେଶ ସ୍ୱାଇଁଙ୍କୁ ପ୍ରଥମେ ସାଲେପୁର ମେଡିକାଲରେ ଚିକିତ୍ସାପାଇଁ କରାଯାଇଥିଲା ଭର୍ତ୍ତି । ସେଠାରେ ଅବସ୍ଥା ଗୁରୁତର ହେବାରୁ କଟକ ବଡ଼ମେଡିକାଲକୁ ଚିକିତ୍ସା ପାଇଁ ପଠାଇ ଦିଆଯାଇଛି ।

ଏମ୍‌ଏମ୍‌ଡିଆର୍ ପ୍ରସଙ୍ଗ ; ରାଜ୍ୟ ସ୍ୱାର୍ଥ ଅପେକ୍ଷା ବିଜେପି ସ୍ୱାର୍ଥକୁ ସୁରକ୍ଷା

ଏମ୍‌ଏମ୍‌ଡିଆର୍ ପ୍ରସଙ୍ଗ ; ରାଜ୍ୟ ସ୍ୱାର୍ଥ ଅପେକ୍ଷା ବିଜେପି ସ୍ୱାର୍ଥକୁ ସୁରକ୍ଷା

August 30, 2026
ଛାତ୍ର ସଂଗଠନକୁ ଗୁରୁମନ୍ତ୍ର ଦେଲେ ଅରୁଣ

ଛାତ୍ର ସଂଗଠନକୁ ଗୁରୁମନ୍ତ୍ର ଦେଲେ ଅରୁଣ

August 30, 2026
ଜିଲ୍ଲାସ୍ତରୀୟ ୧୨ତମ ଆନ୍ତର୍ଜାତୀୟ ଯୋଗ ଦିବସ ପାଳିତ

ଜିଲ୍ଲାସ୍ତରୀୟ ୧୨ତମ ଆନ୍ତର୍ଜାତୀୟ ଯୋଗ ଦିବସ ପାଳିତ

June 22, 2026
ବିଶ୍ୱ ଶିଶୁ ଶ୍ରମ ନିଷେଧ ଦିବସ

ବିଶ୍ୱ ଶିଶୁ ଶ୍ରମ ନିଷେଧ ଦିବସ

June 12, 2026
ନୟାଗଡ଼ ରୋଟାରୀ କ୍ଲବ ପରିଦର୍ଶନ କଲେ ଜିଲ୍ଲା ଗଭର୍ଣ୍ଣର

ନୟାଗଡ଼ ରୋଟାରୀ କ୍ଲବ ପରିଦର୍ଶନ କଲେ ଜିଲ୍ଲା ଗଭର୍ଣ୍ଣର

June 7, 2026

© 2025 Baghuabarta. Designed & Developed by WebHunk International

No Result
View All Result
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
WhatsApp chat
error: Content is protected !!