ନୟାଗଡ଼, (ବାଘୁଆବାର୍ତ୍ତା): ଗଣିଆ ବ୍ଲକ ଛାମୁଣ୍ଡିଆ ପଞ୍ଚାୟତ ରାଜିଙ୍ଗି ଧୋବା ବୋରେଇ କ୍ରିକେଟ କ୍ଲବ ଆନୁକୂଲ୍ୟରେ ଆନ୍ତଃ ଜିଲ୍ଲା କ୍ରିକେଟ ଟୁର୍ଣ୍ଣାମେଣ୍ଟ ଉଦଘାଟିତ ହୋଇ ଯାଇଛି । ଏହି ଟୁର୍ଣ୍ଣାମେଣ୍ଟଟି ୭ ଦିନ ଧରି ଚାଲିବାକୁ ସ୍ଥିର ହୋଇଥିବା ବେଳେ ୭ ତାରିଖରେ ଫାଇନାଲ ମ୍ୟାଚ ଅନୁଷ୍ଠିତ ହେବ । ଆଜିର ମ୍ୟାଚରେ କ୍ଲବର ସଭାପତି ପ୍ରଦୀପ୍ତ କୁମାର ରାଉତ ମୁଖ୍ୟ ଅତିଥି ଭାବେ ଯୋଗ ଦେଇ ଖେଳକୁ ଉଦଘାଟନ କରିଥିଲେ । ନୂଆଗାଁ ଦଳ ପ୍ରଥମେ ଟସ୍ ଜିତି ୧୫ ଓଭରରେ ୪ ଉଇକେଟ ହରାଇ ୧୨୩ ରନ୍ ସଂଗ୍ରହ କରିଥିଲେ । ଜବାବରେ ଖଣ୍ଡପଡା ଦଳ ୧୧.୦୫ ଓଭରରେ ସମସ୍ତ ଉଇକେଟ ମାତ୍ର ୪୫ ରନ୍ କରି ପରାଜୟ ବରଣ କରିଥିଲେ । ବିଜୟୀ ନୂଆଗାଁ ଦଳର ସିପୁନ ସ୍ୱାଇଁଙ୍କୁ ମ୍ୟାନ ଅଫ୍ ଦି ମ୍ୟାଚ ପୁରସ୍କାର ବଣ୍ଟନ କରାଯାଇଥିଲା । ଆଜିର ମ୍ୟାଚ ପରିଚାଳନା କରିଥିଲେ ଜ୍ଞାନରଞ୍ଜନ ସାମଲ ଓ ଅଶୋକ ନାୟକ । ଆସନ୍ତାକାଲିର ଖେଳନରସିଂହପୁର ଓ ଦଶପଲ୍ଲା ମଧ୍ୟରେ ଅନୁଷ୍ଠିତ ହେବ ବୋଲି କ୍ଲବର ସଦସ୍ୟ ସମୀର କ୍ୁମାର ବେହେରା ଜଣାଇଛନ୍ତି ।






