ନୟାଗଡ଼, (ବାଘୁଆବାର୍ତ୍ତା): ନୟାଗଡ଼ ଜିଲ୍ଲା ଓଡ଼ଗାଁ ବନାଞ୍ଚଳ ଅନ୍ତର୍ଗତ ଜିରିପଡ଼ା ଗ୍ରାମରୁ ବନାଞ୍ଚଳ କର୍ମଚାରୀମାନେ ବିପୁଳ ଶାଳ ସାଇଜ ଜବତ କରିଛନ୍ତି । ଏହି ଘଟଣାରେ ଓଡ଼ଗାଁ ବନାଞ୍ଚଳରେ କାଠ ବ୍ୟବସାୟ କରୁଥିବା ନେଇ କୈଳାଶ ଚନ୍ଦ୍ର ପ୍ରଧାନଙ୍କ ନାମରେ ମାମଲା ରୁଜୁ କରାଯାଇଛି । ସୂଚନାନୁସାରେ, ଜିରିପଡ଼ା ଗ୍ରାମରେ ଶ୍ରୀଯୁକ୍ତ ପ୍ରଧାନ ବେଆଇନ ଶାଳ ସାଇଜ ବ୍ୟବସାୟ କରୁଥିବା ନେଇ କୈାଣସି ସୁତ୍ରରୁ ଖବରପାଇ ବନାଞ୍ଚଳ ଅଧିକାରୀ ରବିନ୍ଦ୍ର ନାଥ ପଣ୍ଡାଙ୍କ ତତ୍ୱାବଧାନରେ ଚଢ଼ାଉ କରାଯାଇଥିଲା । ଏହି ଚଢ଼ାଉ ବେଳେ ତାଙ୍କର ଏକ ଅର୍ଦ୍ଧ ନିର୍ମିତ ଘରୁ ୧୨୦ ଖଣ୍ଡ ଶାଳ ସାଇଜ, ୧୦ ଖଣ୍ଡ କସି ପଟା ଏବଂ ବୈାଦ୍ୟୁତିକ ହାତ କରତକୁ ଜବତ କରାଯାଇଛି । ଏନେଇ କୈଳାଶଙ୍କ ନାମରେ ୬୮ ନମ୍ବରରେ ଏକ ମାମଲା ରୁଜୁ କରାଯାଇଥିବା ସୂଚନା ମିଳିଛି । ଏହି ଚଢ଼ାଉରେ ବନାଞ୍ଚଳ ଅଧିକାରୀଙ୍କ ସହ ବନପାଳ ଜ୍ୟୋତି ରଂଜନ ମାନ ସିଂ, ସରିତା ବରାଳ, ବନରକ୍ଷୀ ସୁବାସ ଚନ୍ଦ୍ର ନାୟକ, ଅଶୋକ କୁମାର ମୁଦୁଲି, ଅରବିନ୍ଦ ସାହୁ, ମାନସ ରଂଜନ ମେହେର ପ୍ରମୂଖ ସାମିଲ ଥିଲେ ।






