Sunday, November 29, 2026
ବାଘୁଆବାର୍ତ୍ତା
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
 
WhatsApp chat
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
No Result
View All Result
ବାଘୁଆବାର୍ତ୍ତା

ପୁଅକୁ ପିଟି ପିଟି ମାରିଦେଲେ ବାପା, ସାବତ ମା’

by ସଞ୍ଜୟ ସ୍ୱାଇଁ
June 15, 2022
in Crime, State
ପୁଅକୁ ପିଟି ପିଟି ମାରିଦେଲେ ବାପା, ସାବତ ମା’
120
VIEWS
Share on FacebookShare on Twitter

ପାରାଦୀପ, (ବାଘୁଆବାର୍ତ୍ତା): ରଜରେ ପୁଅ ଡ୍ରେସ କିଣି ଟଙ୍କା ଖର୍ଚ୍ଚ କରିଦେବାରୁ ରାଗିଗଲେ ବାପା ଓ ସାବତ ମା’ । ଏହି ଘଟଣା ଧୀରେ ଧୀରେ ଉଗ୍ର ରୂପ ନେବାରୁ ଉଭୟ ବାପା ଓ ସାବତ ମା’ ପହିଲି ରଜରେ ପୁଅକୁ ପିଟି ପିଟି ମାରିଦେଲେ। ଏପରି ଅଭାବନୀୟ ଘଟଣା ଜଗତସିଂହପୁର ଜିଲ୍ଲା ପାରାଦୀପ ଅଭୟଚାନ୍ଦପୁର ଥାନା ତ୍ରିଲୋଚନପୁରରେ ଘଟିଛି । ମୃତକ ହେଲେ ୧୫ ବର୍ଷୀୟ ରାହୁଲ ସାହୁ । ଏହି ଘଟଣାରେ ପୁଲିସ୍‌ ତାଙ୍କ ବାପା ମକର ବେହେରା ଓ ମା’ କୁନି ବେହେରାଙ୍କୁ ପଚରାଉଚରା କରୁଛି। ହେଲେ ମୃତକଙ୍କ ବାପା ଏହି ଅଭିଯୋଗକୁ ଖଣ୍ଡନ କରିଛନ୍ତି । ସାହି ପଡ଼ିଶାଙ୍କ ନିକଟରୁ ମିଳିଥିବା ସୂଚନା ଅନୁଯାୟୀ, ରାହୁଲଙ୍କ ମା’ ଦୀର୍ଘ ୧୦ ବର୍ଷ ତଳେ ଆଖି ବୁଜି ଦେଇଥିଲେ। ସେତେବେଳେ ପତ୍ନୀ ହତ୍ୟା ମାମଲାରେ ଜେଲ୍‌ ଯାଇଥିଲେ ମକର ବେହେରା । ଜେଲ୍‌ରୁ ଫେରି ସେ କୁନି ବେହେରାଙ୍କୁ ଦ୍ୱିତୀୟ ବିବାହ କରିଥିଲେ। ଏହାପରେ ବାପା ଓ ସାବତ ମା’ ମିଶି ରାହୁଲଙ୍କୁ ବହୁତ ହଇରାଣ କରୁଥିଲେ। ଏଥିରେ ଅତିଷ୍ଠ ରାହୁଲ ବିଭିନ୍ନ ସମୟରେ ଛୋଟ ଛୋଟ କାମ କରି ନିଜ ଖର୍ଚ୍ଚ ଉଠାଉଥିଲେ। ଗତକାଲି ରଜ ଥିବା ବେଳେ ନିଜ ଟଙ୍କାରେ ଡ୍ରେସ କିଣି ଆଣି ପିନ୍ଧିଥିଲେ ରାହୁଲ । କିନ୍ତୁ ଏହା ଦେଖି ତାଙ୍କ ବାପା ଓ ସାବତ ମା’ ତାଙ୍କ ଉପରେ ଅତ୍ୟାଚାର ଆରମ୍ଭ କରିଦେଲେ। ଏପରିକି ସେମାନ ପୁଅକୁ ପିଟାପିଟି କରିଥିବା କହିଛନ୍ତି ସାହି ପଡ଼ିଶା ଲୋକେ। ଏହାପରେ ଆଜି ସକାଳେ ପୁଅର ମୃତଦେହ ଗାଁ ସ୍କୁଲ୍ ପଛପଟ ବାଡ଼ିରେ ଦେଖି ଗାଁ ଲୋକେ ପୁଲିସ୍‌କୁ ଖବର ଦେଇଥିଲେ। ପୁଲିସ୍‌ ଘଟଣାସ୍ଥଳରେ ପହଞ୍ଚି ମୃତଦେହ ଜବତ କରି ବ୍ୟବଚ୍ଛେଦ ପାଇଁ ପଠାଇଛି । ଖବର ପାଇ ରାହୁଲଙ୍କ ମାମୁଁ ଘର ଲୋକେ ଘଟଣାସ୍ଥଳରେ ପହଞ୍ଚିଛନ୍ତି। ଭଜଣାର ମୃତ୍ୟୁ ପାଇଁ ସେମାନେ ଉଭୟ ମକର ଓ କୁନିଙ୍କୁ ଦାୟୀ କରିଛନ୍ତି। ପୁଲିସ୍‌ ଉଭୟଙ୍କୁ ପଚରାଉଚୁରା କରୁଛି। ହେଲେ ରାହୁଲଙ୍କ ବାପା ସମସ୍ତ ଅଭିଯୋଗକୁ ଖଣ୍ଡନ କରିଛନ୍ତି। ପୁଅକୁ ସାମାନ୍ୟ ଆକଟ କରିବାରୁ ସେ ଆତ୍ମହତ୍ୟା କରିଥିବା କହିଛନ୍ତି ମକର। ଏହାକୁ କିନ୍ତୁ ରାହୁଲର ମାମୁଁ ଘର ଲୋକେ ବିଶ୍ୱାସ କରିପାରୁ ନାହାନ୍ତି। ବ୍ୟବଚ୍ଛେଦ ରିପୋର୍ଟ ଆସିଲେ ଏହା ହତ୍ୟା ନା ଆତ୍ମହତ୍ୟା ତାହା ସ୍ପଷ୍ଟ ହେବ ବୋଲି କହିଛନ୍ତି ତଦନ୍ତକାରୀ ଅଧିକାରୀ।

ଏମ୍‌ଏମ୍‌ଡିଆର୍ ପ୍ରସଙ୍ଗ ; ରାଜ୍ୟ ସ୍ୱାର୍ଥ ଅପେକ୍ଷା ବିଜେପି ସ୍ୱାର୍ଥକୁ ସୁରକ୍ଷା

ଏମ୍‌ଏମ୍‌ଡିଆର୍ ପ୍ରସଙ୍ଗ ; ରାଜ୍ୟ ସ୍ୱାର୍ଥ ଅପେକ୍ଷା ବିଜେପି ସ୍ୱାର୍ଥକୁ ସୁରକ୍ଷା

August 30, 2026
ଛାତ୍ର ସଂଗଠନକୁ ଗୁରୁମନ୍ତ୍ର ଦେଲେ ଅରୁଣ

ଛାତ୍ର ସଂଗଠନକୁ ଗୁରୁମନ୍ତ୍ର ଦେଲେ ଅରୁଣ

August 30, 2026
ଜିଲ୍ଲାସ୍ତରୀୟ ୧୨ତମ ଆନ୍ତର୍ଜାତୀୟ ଯୋଗ ଦିବସ ପାଳିତ

ଜିଲ୍ଲାସ୍ତରୀୟ ୧୨ତମ ଆନ୍ତର୍ଜାତୀୟ ଯୋଗ ଦିବସ ପାଳିତ

June 22, 2026
ବିଶ୍ୱ ଶିଶୁ ଶ୍ରମ ନିଷେଧ ଦିବସ

ବିଶ୍ୱ ଶିଶୁ ଶ୍ରମ ନିଷେଧ ଦିବସ

June 12, 2026
ନୟାଗଡ଼ ରୋଟାରୀ କ୍ଲବ ପରିଦର୍ଶନ କଲେ ଜିଲ୍ଲା ଗଭର୍ଣ୍ଣର

ନୟାଗଡ଼ ରୋଟାରୀ କ୍ଲବ ପରିଦର୍ଶନ କଲେ ଜିଲ୍ଲା ଗଭର୍ଣ୍ଣର

June 7, 2026

© 2025 Baghuabarta. Designed & Developed by WebHunk International

No Result
View All Result
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
WhatsApp chat
error: Content is protected !!