ନୟାଗଡ଼, (ବାଘୁଆବାର୍ତ୍ତା): ରଡ଼ ଚୋରି ଘଟଣାରେ ସୋମବାର ବିଳମ୍ବିତ ରାତିରେ ଚୋରକୁ ଉଠାଇ ଆଣିଛି ଇଟାମାଟି ପୋଲିସ । ରଡ଼ ଚୋର ଜଣଙ୍କ ହେଲେ ପୁରୁଷୋତ୍ତମପୁର ଗାଁର ମାନସ ଜେନା। ସୂଚନାନୁସାରେ, ନୟାଗଡ଼ ଜିଲ୍ଲା ରଣପୁର ଥାନା ଅନ୍ତର୍ଗତ ରାଜସୁନାଖଳା ଅଞ୍ଚଳର ଜଣେ ରଡ଼ ସିମେଣ୍ଟ ବ୍ୟବସାୟୀ ରଡ଼ ମଗାଇଥିଲେ । ତେବେ ମାନସ ଜେନା ଚଲାଉଥିବା ଟ୍ରକରେ ରଡ଼ ଧରି ରାଜସୁନାଖଳା ଅଭିମୁଖେ ଆସିଥିଲେ । ରଡ଼ ଗାଡ଼ି ଆସିଲା ସତ କିନ୍ତୁ ବ୍ୟବସାୟୀ ପାଖରେ ପହଞ୍ଚି ନଥିଲା । ଟ୍ରକ୍ ଚାଳକ ରାଜସୁନାଖଳା ନିକଟରେ ଗାଡ଼ି ରଖି ସେଥିରୁ ଅଧା ରଡ଼ ବିକ୍ରି କରିଦେଇ ଗାଡ଼ି ରଖିଦେଇ ଫେରାର ହୋଇଯାଇଥିଲେ । ଏନେଇ ବ୍ୟବସାୟୀ ଜଣଙ୍କ ରଣପୁର ଥାନାରେ ଅଭିଯୋଗ କରିଥିଲେ । ଅଭିଯୋଗକୁ ଭିତ୍ତି କରି ପୋଲିସ ତଦନ୍ତ ଆରମ୍ଭ କରିଥିଲା । ଏବଂ ଅଭିଯୁକ୍ତକୁ ଖୋଜିବା ଆରମ୍ଭ କରିଥିଲା । ତେବେ ଅଭିଯୁକ୍ତ ମାନସ ଘର ଇଟାମାଟି ଥାନା ଅଞ୍ଚଳରେ ହୋଇଥିବାରୁ ରଣପୁର ପୋଲିସ ଇଟାମାଟି ପୋଲିସର ସହାୟତା ଲୋଡ଼ିଥିଲେ । ସୋମବାର ବିଳମ୍ବିତ ରାତିରେ ଇଟାମାଟି ପୋଲିସ ପୁରୁଷୋତ୍ତମପୁର ଛକ ନିକଟରେ ମାନସ ବୁଲୁଥିବାର ଦେଖି ମାନଙ୍କୁ କାବୁ କରି ଇଟାମାଟି ଥାନାକୁ ଆଣିଥିଲେ । ପୋଲିସ କିଛି ଟା ତଦନ୍ତ କରି ରଣପୁର ପୋଲିସକୁ ଚୋର ମାନସ ଜେନା (୨୮) ଙ୍କୁ ହସ୍ତାନ୍ତର କରିଥିବା ନେଇ ଇଟାମାଟି ଥାନା ଅଧିକାରୀ ରମେଶ କୁମାର ଦେବତା ସୂଚନା ଦେଇଛନ୍ତି ।




