ଲମତାପୁଟ, (ବାଘୁଆବାର୍ତ୍ତା): ନୁଆପୁଟ ନଦୀ ଘାଟରେ ଗଞ୍ଜେଇ ଗଚ୍ଛିତ ହୋଇ ରହିଥିବା ବେଳେ ପୋଲିସ ଚଢାଉ କରି ୩୧ଟି ଗଞ୍ଜେଇ ବସ୍ତା ଜବତ କରିଛି। ଜଲାପୁଟ ଜବଭଣ୍ଡାର ଦେଇ ଗଞ୍ଜେଇ ଅଣାଯାଇ ନୂଆପୁଟ ଘାଟରେ ଗଚ୍ଛିତ ରଖାଯାଇ ଅନ୍ୟ ରାଜ୍ୟକୁ ଚାଲାଣ ହେଉଥିଲା। ଆନ୍ଧ୍ର ସୀମାନ୍ତବର୍ତ୍ତି ଅଞ୍ଚଳରୁ ଗଞ୍ଜେଇ ଡଙ୍ଗା ସାହାଯ୍ୟରେ ଜଲାପୁଟ ଜଳଭଣ୍ଡାର ଦେଇ ନୁଆପୁଟ ଘାଟକୁ ଅଣାଯାଇ ଗଚ୍ଛିତ ରଖାଯାଇଥିଲା। ଏହାକୁ ଅନ୍ୟ ରାଜ୍ୟକୁ ଚାଲାଣ କରାଯାଇଥିଲା। ବିଶେଷ ସୂତ୍ର ରୁ ଖବର ପାଇ ନନ୍ଦପୁର ଏସଡିପିଓଙ୍କ ନେତୃତ୍ଵ ରେ ଲମତାପୁଟ ପୋଲିସ ଚଡାଉ କରିଥିଲା । ପୋଲିସ ଆସିବା ଦେଖି ଅନ୍ଧାର ର ସୁଯୋଗ ନେଇ ଘଟଣା ସ୍ଥଳରୁ ମାଫିଆ ମାନେ ଫେରାର ହୋଇ ଯାଇଥିଲେ। ଘଟଣା ସ୍ଥଳ ରୁ ୩୧ଟି ଗଞ୍ଜେଇ ଭର୍ତ୍ତି ବସ୍ତା ପୋଲିସ ଜବତ କରିଥିଲା। ଏହି ବସ୍ତାରୁ ପ୍ରାୟ ସାଢେ଼ ୭ କୁଇଣ୍ଟାଲ ଗଞ୍ଜେଇ ଜବତ କରିଛି ପୋଲିସ । ଏହାର ମୂଲ୍ୟ ୭୫ ଲକ୍ଷ ଟଙ୍କା ହେବ ବୋଲି ପୋଲିସ ସୂଚନା ଦେଇଛି ।





