ଲମତାପୁଟ, (ବାଘୁଆବାର୍ତ୍ତା): ଜଙ୍ଗଲକୁ ଆମ୍ବ ଗୋଟାଇବା ପାଇଁ ଭୋରୁ ଯାଉ ଥିବା ସମୟରେ ବାରାହା ପାଇଁ ପକାଯାଇଥିବା ବିଦ୍ୟୁତ୍ ତାର ସଂସ୍ପର୍ଶରେ ଆସି ଜଣେ ମହିଳାଙ୍କ ମୃତ୍ୟୁ ଘଟିଛି। ମୃତକ ମହିଳା ଜଣକ ହେଲେ ରାଧା ଖରା। ଏଭଳି ଅଭାବନୀୟ ଘଟଣା ଲମତାପୁଟ ବ୍ଲକ ନନ୍ଦପୁର ଥାନା ଅଧୀନ କାପୁଗୁଡା ଗ୍ରାମରେ ଘଟିଛି। ଲମତାପୁଟ ବ୍ଲକ ନନ୍ଦପୁର ଥାନା ଅଧୀନ କାପୁଗୁଡା ଗ୍ରାମର ରାଧା ଖରା ସବୁ ଦିନ ଭଳି ନିଜ ଗ୍ରାମ ଜଙ୍ଗଲ କୁ ଆମ୍ବ ଗୋଟାଇବା ପାଇଁ ଯାଇଥିଲେ। କିନ୍ତୁ ଘରକୁ ଦୀର୍ଘ ସମୟ ଧରି ଫେରି ନଥିଲେ। ବହୁ ସମୟ ଧରି ଘରକୁ ନ ଫେରି ବାରୁ ଘର ଲୋକେ ଖୋଜା ଖୋଜି କରିଥିଲେ । କିନ୍ତୁ ରାଧା ଙ୍କ ସ୍ବାମୀ ହିଁ ଗାଈ ଚରାଇବାକୁ ଯାଉଥିବା ସମୟରେ ରାଧାଙ୍କ ମୃତଦେହ ଗାଁ ନିକଟ ଜମିରେ ପଡିଥିବା ଦେଖିଥିଲେ। ସେ ସଙ୍ଗେ ସଙ୍ଗେ ନିଜ ଘର ଲୋକଙ୍କୁ ଖବର ଦେଇଥିଲେ। ଶରୀର ପାଖା ପାଖି ୬୦ ଭାଗ ପୋଡି ଯାଇଥିବା ଜଣା ପଡ଼ିଛି। ଜଙ୍ଗଲରେ ବରାହ ଶିକାର ପାଇଁ ବିଛା ଯାଇଥିବା ବିଦ୍ୟୁତ୍ ତାର ସଂସ୍ପର୍ଶରେ ଆସି ମହିଳା ଜଣକ ମୃତ୍ୟୁ ହୋଇ ଥିବା ଜଣା ପଡିଛି । ଘଟଣା ସ୍ଥଳରେ ରାଣୀତୋଟା ପୋଲିସ ପହଞ୍ଚି ମୃତଦେହ ଜବତ କରି ବ୍ୟବଛେଦ ପାଇଁ ପଠାଇବା ସହ ଘଟଣାର ଅଧିକ ତଦନ୍ତ ଜାରି ରଖିଛି ।





