ସାନଖେମୁଣ୍ଡି, (ବାଘୁଆବାର୍ତ୍ତା): ଗଞ୍ଜାମ ଜିଲ୍ଲାର ବିଭିନ୍ନ ଥାନା ଅଂଚଳରେ ଥିବା ବିଭିନ୍ନ ନେଟୱର୍କ କମ୍ପାନୀର ଟାଓ୍ବାର ରୁ ବ୍ୟାଟେରୀ ଚୋରୀ ଘଟଣାରେ ପୋଲିସ ୪ ଜଣଙ୍କୁ ଗିରଫ କରିଛି। ଏଥିସହ ପ୍ରାୟ ଚାଳିଶି ଲକ୍ଷ ଟଙ୍କାର ଚୋରା ବ୍ୟାଟେରୀ ପୋଲିସ ଜବତ କରିଛି । ଗଞ୍ଜାମ ଜିଲ୍ଲାର ଆସିକା ସୋରଡା ଶେରଗଡ ଥାନା ସମେତ ସମସ୍ତ ପ୍ରାୟ ଥାନା ଅଂଚଳରେ ଗଲା କିଛିଦିନ ହେବ ମୋବାଇଲ ଟାୱାର ରୁ ବ୍ୟାଟେରୀ ଚୋରି ହେଉଥିବାର ଅଭିଯୋଗ ହୋଇଥିଲା । କିଏ ଏହି ବ୍ୟାଟେରୀ ଚୋରି କରୁଛି ଏହାର ତଦନ୍ତ ପାଇଁ ପୋଲିସ ପ୍ରଶାସନ ଏକ ଟିମ୍ ଗଠନ କରିଥିଲା। ତେବେ ଆସିକା ପୋଲିସ ଏକ ଟିମ ଗଠନ କରି ବ୍ୟାଟେରୀ ଚୋରକୁ ଧରିବା ପାଇଁ ପ୍ରଥମେ ଦୁଇ ଭାଇଙ୍କୁ ଧରିଥିଲା ପୋଲିସ । ଏଥିସହ ତଦନ୍ତ କରି ପ୍ରାୟ ୨୫୩ ଟି ବ୍ୟାଟେରୀ ଅର୍ଥାତ ପ୍ରାୟ ୪୦ ଲକ୍ଷ ଟଙ୍କାର ବ୍ୟାଟେରୀକୁ ଜବତ କରିବାରେ ସଫଳ ହୋଇ ପାରିଛି ପୋଲିସ । ଚୋରା ବ୍ୟାଟେରୀ କିଣିଥିବା ଅଭିଯୋଗ ରେ ମଧ୍ୟ ପୋଲିସ ବ୍ରହ୍ମପୁର ଅଂଚଳର ଦୁଇଜଣଙ୍କୁ ଗିରଫ କରିଥିଲା। ଗିରଫ ଅଭିଯୁକ୍ତ ମାନେ ବ୍ୟାଟେରୀ ଚୋରି କରିବାରେ ଧୂରନ୍ଧର ବୋଲି ଆସିକା ଏସଡିପିଓ ସୂଚନା ଦେଇଛନ୍ତି । ଏପରିକି ଘଟଣାର ତଦନ୍ତ ମଧ୍ୟ ଚାଲିଥିବା ସେ କହିଛନ୍ତି ।





