Sunday, November 29, 2026
ବାଘୁଆବାର୍ତ୍ତା
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
 
WhatsApp chat
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
No Result
View All Result
ବାଘୁଆବାର୍ତ୍ତା

ଜମିଜମା ବିବାଦକୁ କେନ୍ଦ୍ରକରି ଦିବ୍ୟାଙ୍ଗଙ୍କୁ ଆକ୍ରମଣ

by ସଞ୍ଜୟ ସ୍ୱାଇଁ
June 13, 2022
in Crime, State
ଜମିଜମା ବିବାଦକୁ କେନ୍ଦ୍ରକରି ଦିବ୍ୟାଙ୍ଗଙ୍କୁ ଆକ୍ରମଣ
51
VIEWS
Share on FacebookShare on Twitter

ଭୁବନେଶ୍ଵର, (ବାଘୁଆବାର୍ତ୍ତା): ଜମିଜମା ବିବାଦକୁ କେନ୍ଦ୍ରକରି ଦିବ୍ୟାଙ୍ଗଙ୍କୁ ଆକ୍ରମଣ। ଲୁହା ରଡ୍, ଶାବଳ ଏବଂ ମାରଣାସ୍ତ୍ରରେ ମାଡ଼ ମାରି ଦିବ୍ୟାଙ୍ଗଙ୍କୁ ଲହୁଲୁହାଣ କଲେ ଦୁର୍ବୃତ୍ତ। ରାଜଧାନୀ ଉପକଣ୍ଠ ବାଲିପାଟଣା ଥାନା ଭାପୁର ଗ୍ରାମରେ ଏଭଳି ଅଭାବନୀୟ ଘଟଣା ଘଟିଛି। ଦୁର୍ବୃତ୍ତଙ୍କ ମାଡରେ ଦିବ୍ୟାଙ୍ଗଙ୍କ ଗୋଡରେ ଗଭୀର କ୍ଷତ ସୃଷ୍ଟି ହେବା ସହ ଗୋଡ଼ ଭାଙ୍ଗିଯାଇଛି । ସୂଚନାନୁଯାୟୀ, ଭାପୁର ଗ୍ରାମର ରବି ନାରାୟଣ ପଣ୍ଡା ଜନ୍ମରୁ ଦିବ୍ୟାଙ୍ଗ। ସେ ନିଜ ଜାଗାରେ ଘର ନିର୍ମାଣ କରୁଥିଲେ। ହେଲେ ଶନିବାର ରାତିରେ କେହି ଦୁର୍ବୃତ୍ତ ତାଙ୍କ ଘର ଭାଙ୍ଗି ଦେଇଥିଲେ। ଏହାପରେ ୯ ଜଣ ଦୁର୍ବୃତ୍ତ ପୁନର୍ବାର ରବିବାର ରାତି ପ୍ରାୟ ୧୨ଟା ୩୦ରେ ୩ଟି ବାଇକରେ ଆସି ଶାବଳ, ଲୁହା ରଡ୍ ଏବଂ ମାରଣାସ୍ତ୍ର ଧରି ରବିଙ୍କ ବେକରେ ଖଣ୍ଡା ଲଗାଇ ଧମକ ଚମକ ଦେଇଥିଲେ। କେହି କିଛି ବୁଝିବା ଆଗରୁ ଦୁର୍ବୃତ୍ତମାନେ ରବିଙ୍କୁ ଲୁହା ରଡ ଓ ଶାବଳରେ ମାଡ଼ମାରି ଲହୁଲୁହାଣ କରି ପକାଇଛନ୍ତି। ରବିଙ୍କ ଦୁଇ ଗୋଡ଼ରେ ଗଭୀର ଆଘାତ ଲାଗିଛି। ତାଙ୍କୁ ରକ୍ଷା କରିବାକୁ ଆସି ତାଙ୍କ ସ୍ତ୍ରୀ ମଧ୍ୟ ଆକ୍ରମଣର ଶିକାର ହୋଇଛନ୍ତି । ଖବର ପାଇ ପୋଲିସ ରବିଙ୍କୁ ଗୁରୁତର ଅବସ୍ଥାରେ ଉଦ୍ଧାର କରି ୧୦୮ଆମ୍ବୁଲାନ୍ସ ଯୋଗେ ବାଲିପାଟଣା ଗୋଷ୍ଠି ସ୍ଵାସ୍ଥ୍ୟକେନ୍ଦ୍ରରେ ଭର୍ତ୍ତି କରିଥିଲେ। ହେଲେ ତାଙ୍କର ସ୍ଵାସ୍ଥ୍ୟାବସ୍ଥା ବିଗିଡ଼ିବାରୁ ତାଙ୍କୁ କ୍ୟାପିଟାଲ ହସ୍ପିଟାଲ ସ୍ଥାନାନ୍ତର କରାଯାଇଛି । ମାଡ଼ ମାରି ଘଟଣାସ୍ଥଳରୁ ଦୁର୍ବୃତ୍ତମାନେ ଫେରାର ହୋଇଯାଇଛନ୍ତି । ୨ ଜଣ ଦୁର୍ବୃତ୍ତଙ୍କୁ ରବି ଚିହ୍ନଟ କରିଛନ୍ତି ।

ଏମ୍‌ଏମ୍‌ଡିଆର୍ ପ୍ରସଙ୍ଗ ; ରାଜ୍ୟ ସ୍ୱାର୍ଥ ଅପେକ୍ଷା ବିଜେପି ସ୍ୱାର୍ଥକୁ ସୁରକ୍ଷା

ଏମ୍‌ଏମ୍‌ଡିଆର୍ ପ୍ରସଙ୍ଗ ; ରାଜ୍ୟ ସ୍ୱାର୍ଥ ଅପେକ୍ଷା ବିଜେପି ସ୍ୱାର୍ଥକୁ ସୁରକ୍ଷା

August 30, 2026
ଛାତ୍ର ସଂଗଠନକୁ ଗୁରୁମନ୍ତ୍ର ଦେଲେ ଅରୁଣ

ଛାତ୍ର ସଂଗଠନକୁ ଗୁରୁମନ୍ତ୍ର ଦେଲେ ଅରୁଣ

August 30, 2026
ଜିଲ୍ଲାସ୍ତରୀୟ ୧୨ତମ ଆନ୍ତର୍ଜାତୀୟ ଯୋଗ ଦିବସ ପାଳିତ

ଜିଲ୍ଲାସ୍ତରୀୟ ୧୨ତମ ଆନ୍ତର୍ଜାତୀୟ ଯୋଗ ଦିବସ ପାଳିତ

June 22, 2026
ବିଶ୍ୱ ଶିଶୁ ଶ୍ରମ ନିଷେଧ ଦିବସ

ବିଶ୍ୱ ଶିଶୁ ଶ୍ରମ ନିଷେଧ ଦିବସ

June 12, 2026
ନୟାଗଡ଼ ରୋଟାରୀ କ୍ଲବ ପରିଦର୍ଶନ କଲେ ଜିଲ୍ଲା ଗଭର୍ଣ୍ଣର

ନୟାଗଡ଼ ରୋଟାରୀ କ୍ଲବ ପରିଦର୍ଶନ କଲେ ଜିଲ୍ଲା ଗଭର୍ଣ୍ଣର

June 7, 2026

© 2025 Baghuabarta. Designed & Developed by WebHunk International

No Result
View All Result
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
WhatsApp chat
error: Content is protected !!