Sunday, November 29, 2026
ବାଘୁଆବାର୍ତ୍ତା
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
 
WhatsApp chat
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
No Result
View All Result
ବାଘୁଆବାର୍ତ୍ତା

ବାସମତି ଚାଉଳ ପ୍ୟାକେଟରେ ଚରସ ଜବତ

by ସଞ୍ଜୟ ସ୍ୱାଇଁ
June 13, 2022
in Crime, NATIONAL NEWS
ବାସମତି ଚାଉଳ ପ୍ୟାକେଟରେ ଚରସ ଜବତ
76
VIEWS
Share on FacebookShare on Twitter

ନୂଆଦିଲ୍ଲୀ, (ବାଘୁଆବାର୍ତ୍ତା): ଗୁଜରାଟରେ ସୀମା ସୁରକ୍ଷା ବଳ (ବିଏସ୍‌ଏଫ୍‌) ୧୦ ପ୍ୟାକେଟ୍‌ ଚରସ ଜବତ କରିଛି । ବାସମତି ଚାଉଳ ପ୍ୟାକେଟ୍‌ରେ ଏହା ଯାଉଥିଲା । ଗୁଜରାଟର କଚ୍ଛ ଜିଲ୍ଲା ନିକଟବର୍ତ୍ତୀ ଜାଖାଉ ସମୁଦ୍ର ତଟବର୍ତ୍ତୀ ଅଞ୍ଚଳରେ ଏହାକୁ ଠାବ କରାଯାଇଛି । ‘କୋବ୍ରା ବ୍ରାଣ୍ଡ୍‌ କୋହିନୂର’ ବାସମତି ଚାଉଳ ପ୍ୟାକେଟ୍‌ ମଧ୍ୟରେ ଏହାକୁ ଲୁଚାଯାଇ ଚାଲାଣ କରାଯାଉଥିଲା । ପାକିସ୍ତାନରୁ ଏହା ଆସିଥିବା ଅନୁମାନ କରାଯାଉଛି । ବିଏସ୍‌ଏଫ୍‌ ଭୁଜ ଏହାକୁ ଜବତ କରିଥିବା ଜଣାପଡ଼ିଛି । ବିଏସ୍‌ଏଫ୍‌ ଓ ଅନ୍ୟ ଏଜେନ୍ସି ଦ୍ୱାରା ୨୦୨୨ ମେ ୨୦ ପରଠାରୁ ଏ ପର୍ୟ୍ୟନ୍ତ ୧,୫୧୬ ପ୍ୟାକେଟ୍‌ ନିଶାଦ୍ରବ୍ୟ ଜବତ ହେଲାଣି । ସପ୍ତାହେ ତଳେ କଚ୍ଛ ଜିଲ୍ଲାରୁ ୪୯ ପ୍ୟାକେଟ୍‌ ହେରୋଇନ୍‌ ଜବତ ହୋଇଥିଲା, ଯାହାର ଆନୁମାନିକ ମୂଲ୍ୟ ୨୫୦ କୋଟି ଟଙ୍କା ଥିଲା । ଏକ ପାକିସ୍ତାନୀ ଡଙ୍ଗାରେ ଏହି ହେରୋଇନ୍‌ ଚାଲାଣ ହୋଇଥିବା ଗୁଜରାଟ ଆତଙ୍କବାଦ ନିରୋଧ ସ୍କ୍ୱାଡ (ଏଟିଏସ୍‌) ସୂଚନା ଦେଇଥିଲା ।

ଏମ୍‌ଏମ୍‌ଡିଆର୍ ପ୍ରସଙ୍ଗ ; ରାଜ୍ୟ ସ୍ୱାର୍ଥ ଅପେକ୍ଷା ବିଜେପି ସ୍ୱାର୍ଥକୁ ସୁରକ୍ଷା

ଏମ୍‌ଏମ୍‌ଡିଆର୍ ପ୍ରସଙ୍ଗ ; ରାଜ୍ୟ ସ୍ୱାର୍ଥ ଅପେକ୍ଷା ବିଜେପି ସ୍ୱାର୍ଥକୁ ସୁରକ୍ଷା

August 30, 2026
ଛାତ୍ର ସଂଗଠନକୁ ଗୁରୁମନ୍ତ୍ର ଦେଲେ ଅରୁଣ

ଛାତ୍ର ସଂଗଠନକୁ ଗୁରୁମନ୍ତ୍ର ଦେଲେ ଅରୁଣ

August 30, 2026
ଜିଲ୍ଲାସ୍ତରୀୟ ୧୨ତମ ଆନ୍ତର୍ଜାତୀୟ ଯୋଗ ଦିବସ ପାଳିତ

ଜିଲ୍ଲାସ୍ତରୀୟ ୧୨ତମ ଆନ୍ତର୍ଜାତୀୟ ଯୋଗ ଦିବସ ପାଳିତ

June 22, 2026
ବିଶ୍ୱ ଶିଶୁ ଶ୍ରମ ନିଷେଧ ଦିବସ

ବିଶ୍ୱ ଶିଶୁ ଶ୍ରମ ନିଷେଧ ଦିବସ

June 12, 2026
ନୟାଗଡ଼ ରୋଟାରୀ କ୍ଲବ ପରିଦର୍ଶନ କଲେ ଜିଲ୍ଲା ଗଭର୍ଣ୍ଣର

ନୟାଗଡ଼ ରୋଟାରୀ କ୍ଲବ ପରିଦର୍ଶନ କଲେ ଜିଲ୍ଲା ଗଭର୍ଣ୍ଣର

June 7, 2026

© 2025 Baghuabarta. Designed & Developed by WebHunk International

No Result
View All Result
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
WhatsApp chat
error: Content is protected !!