Sunday, July 19, 2026
ବାଘୁଆବାର୍ତ୍ତା
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
 
WhatsApp chat
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
No Result
View All Result
ବାଘୁଆବାର୍ତ୍ତା

ସ୍ୱାଧିନତା ଆନ୍ଦୋଳନରେ ନୟାଗଡ଼ର ଭୂମିକା ଗୁରୁତ୍ୱପୂର୍ଣ୍ଣ

by ସଞ୍ଜୟ ସ୍ୱାଇଁ
January 26, 2020
in Breaking, Education
ସ୍ୱାଧିନତା ଆନ୍ଦୋଳନରେ ନୟାଗଡ଼ର ଭୂମିକା ଗୁରୁତ୍ୱପୂର୍ଣ୍ଣ
38
VIEWS
Share on FacebookShare on Twitter

୭୧ ତମ ସାଧାରଣତନ୍ତ୍ର ଦିବସ

ନୟାଗଡ଼, (ବାଘୁଆବାର୍ତ୍ତା) : ଜିଲ୍ଲାସ୍ତରୀୟ ୭୧ତମ ସାଧାରଣତନ୍ତ୍ର ଦିବସ ମହାସମାରୋହରେ ପାଳିତ ହୋଇଯାଇଛି । ମୁଖ୍ୟ ଅତିଥି ଭାବେ ରାଜ୍ୟ ସରକାରଙ୍କର ବିଦ୍ୟାଳୟ ଓ ଗଚ୍ଚଶିକ୍ଷାମନ୍ତ୍ରୀ ସମୀର ରଂଜନ ଦାଶ ଯୋଗ ଦେଇ ପୁଲିସ ଟ୍ରେନିଂ ପଡ଼ିଆରେ ଆୟୋଜିତ ପ୍ୟାରେଡରେ ପତାକା ଉତ୍ତୋଳନ କରିବା ସହ ପ୍ୟାରେଡ ଅଭିବାଦନ ଗ୍ରହଣ କରିଛନ୍ତି ।

ଏହି ଅବସରରେ ମନ୍ତ୍ରୀ ତାଙ୍କ ବକ୍ତବ୍ୟରେ ଯେଉଁ ମହାମାନବ ବରପୁତ୍ର ନିଜର ଅସୀମ ତ୍ୟାଗ, ଆତ୍ମବଳୀ ପ୍ରଦାନରେ ଆମ ପାଇଁ ସ୍ୱାଧିନତା ଆଣି ଭାରତକୁ ଏକ ସାର୍ବଭୈାମ ଗଣତାନ୍ତ୍ରିକ ସାଧାରଣତନ୍ତ୍ର ରାଷ୍ଠ୍ରରେ ପରିଣତ କରିଛନ୍ତି ସେମାନେ ଆଜିର ଦିନରେ ଚିରମନସ୍ୟ ବୋଲି କହିଥିଲେ । ଭାରତର ସ୍ୱାଧିନତା ଆନ୍ଦୋଳନରେ ଓଡ଼ିଶାର ଅବଦାନ ଅବିସ୍ମରଣୀୟ ଏହା ସହିତ ଏହି ମୁକ୍ତି ଆନ୍ଦୋଳନରେ ନୟାଗଡ଼ ଜିଲ୍ଲାର ଅଗଣିତ ସ୍ୱାଧିନତା ସଂଗ୍ରାମୀ ମାନଙ୍କର ଗୁରୁତ୍ୱପୂର୍ଣ୍ଣ ଭୂମିକାକୁ ମନ୍ତ୍ରୀ ସ୍ମରଣ କରିଛନ୍ତି । ଏଥିସହିତ ଆମ ଦେଶରେ ପ୍ରଚଳିତ ଗଣତନ୍ତ୍ର ପୃଥିବୀରେ ଶ୍ରେଷ୍ଠ ବୋଲି ପ୍ରତିପାଦିତ ହୋଇଛି ବୋଲି ମନ୍ତ୍ରୀ କହିଛନ୍ତି । ଭାରତ ସାଧାରଣତନ୍ତ୍ର ରାଷ୍ଟ୍ରଭାବେ ପରିଣତ ହେବାର ୭୦ ବର୍ଷ ବିତି ଯାଇଛି । ଏହା ମଧ୍ୟରେ ସମକାରଙ୍କର ଅନେକ ଜନହିତକର ଯୋଜନା ଗୁଡ଼ିକ ପ୍ରଣୟନ କରାଯାଇ ଲୋକମାନଙ୍କୁ ସୁବିଧା ସୁଯୋଗ ଦିଆଯାଇଛି । ରାଜ୍ୟ ସରକାରଙ୍କର ବଳିଷ୍ଠ ନେତୃତ୍ୱରେ ଦୁଇ ଦଶନ୍ଧି ଧରି ରାଜ୍ୟରେ ଏକ ସ୍ଥିର ଓ ଦୃଢ଼ ସରକାର ତିଷ୍ଠି ରହିଛି ବୋଲି ମନ୍ତ୍ରୀ କହିଛନ୍ତି । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ରାଜ୍ୟରେ ଏକ ଉତ୍ତରଦାୟୀ ସରକାର ନିମନ୍ତେ ୫ଟି ଆହ୍ୱାନ ଦେଇଥିବା ଏବଂ ଆମ ଗାଁ ଆମ ବିକାଶ ପରି କାଳିଆ ଯୋଜନା, ଆହାର ଭଳି ଅନେକ ଯୋଜନା ଲୋକଙ୍କ ଆସ୍ଥା ଭାଜନ ହୋଇଯାଇଛି । ନୟାଗଡ଼ ମାଟି ଯେମିତି ଉର୍ବର ସେମିତି ଉଦାର ବୋଲି ମନ୍ତ୍ରୀ ଶ୍ରୀଯୁକ୍ତ ଦାଶ କହିବା ସହ ଏହି ମାଟ କଳା, ସାହିତ୍ୟ ଓ ସଂସ୍କୃତିର ମାଟି । ଏଠାରେ ପଠାଣି ସାମନ୍ତ ଜନ୍ମ ଗ୍ରହଣ କରି ରଚନା କରିଛନ୍ତି ଅମୂଲ୍ୟ ଗ୍ରନ୍ଥ ସିଦ୍ଧାନ୍ତ ଦର୍ପଣ ।

ଏହି ପତାକା ଉତ୍ତୋଳନ କାର୍ଯ୍ୟକ୍ରମରେ ନୟାଗଡ଼ ଜିଲ୍ଲାପାଳ ଡ. ପୋମା ଟୁଡୁ, ଆରକ୍ଷୀ ଅଧକ୍ଷକ ଶଶୀଭୂଷଣ ଶତପଥୀ, ପ୍ରକଳ୍ପ ନିର୍ଦ୍ଦେଶକ ସୁବାସ ଚନ୍ଦ୍ର ରାୟ, ଅତିରିକ୍ତ ଜିଲ୍ଲାପାଳ ବିଧାନ ଚନ୍ଦ୍ର ରାୟ, ଉପଜିଲ୍ଲାପଳ ଲଗ୍ନଜିତ ରାଉତଙ୍କ ସହ ଜିଲ୍ଲାର ଅନେକ ବରିଷ୍ଠ ଅଧିକାରୀଙ୍କ ସହ ସ୍ୱାଧିନତା ସଂଗ୍ରାମୀ ଏବଂ ବୁଦ୍ଧିଜୀବୀମାନେ ଯୋଗ ଦେଇଥିଲେ । ସ୍ୱାଧିନତା ସଂଗ୍ରାମୀ ମାନଙ୍କୁ ମନ୍ତ୍ରୀ ଉପଢୈାକନ ଦେଇ ସମ୍ବର୍ଦ୍ଧିତ କରିଥିଲେ । ଏହି ଅବସରରେ ବିଭିନ୍ନ ବିଦ୍ୟାଳୟ ଓ ମହାବିଦ୍ୟାଳୟ ସ୍ତରରେ ହୋଇଥିବା ପ୍ରତିଯୋଗୀତାର କୃତି ଛାତ୍ରଛାତ୍ରୀମାନଙ୍କୁ ମୁଖ୍ୟ ଅତିଥି ପୁରସ୍କୃତ କରିଥିଲେ । କାର୍ଯ୍ୟକ୍ରମ ପରେ ମନ୍ତ୍ରୀ ନୟାଗଡ଼ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ରୋଗୀଙ୍କୁ ଫଳ ବଣ୍ଟନ କରିଥିଲେ । ଜିଲ୍ଲା ପ୍ରଶାସନ ଏବଂ ରୋଟାରୀ ମିଳିତ ଆନୁକୂଲ୍ୟରେ ଏକ ରକ୍ତଦାନ ଶିବିର ଅନୁଷ୍ଠିତ ହୋଇଥିଲା ।

ଜିଲ୍ଲାସ୍ତରୀୟ ୧୨ତମ ଆନ୍ତର୍ଜାତୀୟ ଯୋଗ ଦିବସ ପାଳିତ

ଜିଲ୍ଲାସ୍ତରୀୟ ୧୨ତମ ଆନ୍ତର୍ଜାତୀୟ ଯୋଗ ଦିବସ ପାଳିତ

June 22, 2026
ବିଶ୍ୱ ଶିଶୁ ଶ୍ରମ ନିଷେଧ ଦିବସ

ବିଶ୍ୱ ଶିଶୁ ଶ୍ରମ ନିଷେଧ ଦିବସ

June 12, 2026
ନୟାଗଡ଼ ରୋଟାରୀ କ୍ଲବ ପରିଦର୍ଶନ କଲେ ଜିଲ୍ଲା ଗଭର୍ଣ୍ଣର

ନୟାଗଡ଼ ରୋଟାରୀ କ୍ଲବ ପରିଦର୍ଶନ କଲେ ଜିଲ୍ଲା ଗଭର୍ଣ୍ଣର

June 7, 2026
ରାଜ୍ୟ ନିମ୍ନ ମାଧ୍ୟମିକ ଶିକ୍ଷକସଂଘର ରାଜ୍ୟସ୍ତରୀୟ ସମ୍ମିଳନୀ ପାଇଁ ଚୂଡ଼ାନ୍ତ ପ୍ରସ୍ତୁତି ବୈଠକ

ରାଜ୍ୟ ନିମ୍ନ ମାଧ୍ୟମିକ ଶିକ୍ଷକସଂଘର ରାଜ୍ୟସ୍ତରୀୟ ସମ୍ମିଳନୀ ପାଇଁ ଚୂଡ଼ାନ୍ତ ପ୍ରସ୍ତୁତି ବୈଠକ

May 27, 2026
ବରିଷ୍ଠ ସାମ୍ବାଦିକ ରାମକୃଷ୍ଣ ରଥଙ୍କ ପିତୃବିୟୋଗ

ବରିଷ୍ଠ ସାମ୍ବାଦିକ ରାମକୃଷ୍ଣ ରଥଙ୍କ ପିତୃବିୟୋଗ

May 27, 2026

© 2025 Baghuabarta. Designed & Developed by WebHunk International

No Result
View All Result
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
WhatsApp chat
error: Content is protected !!