Saturday, April 18, 2026
ବାଘୁଆବାର୍ତ୍ତା
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
 
WhatsApp chat
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
No Result
View All Result
ବାଘୁଆବାର୍ତ୍ତା

ବେଣାଗାଡ଼ିଆରେ ଜଣଙ୍କୁ ହାଣିଦେଲେ

by ସଞ୍ଜୟ ସ୍ୱାଇଁ
January 25, 2020
in Crime
ବେଣାଗାଡ଼ିଆରେ ଜଣଙ୍କୁ ହାଣିଦେଲେ
13
VIEWS
Share on FacebookShare on Twitter

ଜମି ପାଇଁ ପ୍ରମୋଦଙ୍କ ଜୀବନ ଗଲା

ନୟାଗଡ଼, (ବାଘୁଆବାର୍ତ୍ତା) : ନୟାଗଡ଼ ଜିଲ୍ଲା ଖଣ୍ଡପଡ଼ା ଥାନା ଅନ୍ତର୍ଗତ ବେଣାଗାଡ଼ିଆରେ ଆଜି ବାପ ଓ ପୁଅଙ୍କ ଟାଙ୍ଗୀଆ ଚୋଟରେ ଜଣେ ବ୍ୟକ୍ତିଙ୍କ ମୃତ୍ୟୁ ଘଟିଛି । ଜମିବାଡିକୁ କେନ୍ଦ୍ର କରି ହୋଇଥିବା ଏହି ଆକ୍ରମଣରେ ବେଣାଗାଡ଼ିଆ ଗ୍ରାମର ପ୍ରମୋଦ ଦାସ(୫୧)ଙ୍କ ମୃତ୍ୟୁ ଘଟିଛି । ସୂଚନାନୁସାରେ, ଦୀର୍ଘ ବର୍ଷ ଧରି ଜମିବାଡିକୁ କେନ୍ଦ୍ର କରି ମୃତ ପ୍ରମୋଦ ଏବଂ ତାଙ୍କ ସଂପର୍କୀୟ ମାନଙ୍କ ମଧ୍ୟରେ ବିବାଦ ଲାଗି ରହିଥିଲା । ଶନିବାର ସନ୍ଧ୍ୟା ପ୍ରାୟ ୮.୪୫ମିନିଟିରେ ପ୍ରମୋଦ ବେଣାଗାଡିଆ ବଜାରରେ ଛିଡା ହୋଇଥିବା ବେଳେ ହଠାତ୍ ସେଠାରେ ବେଣାଗାଡିଆ ପଂଚାୟତ ଅଧିନ କାଦୁଆ ଗ୍ରାମର ରମା ବେହେରା, ତାର ପୁଅ ଶିବ ଓ ୨ଜଣ ସହଯୋଗୀ ସେଠାରେ ପହଁଚିଥିଲେ । ରମା ବେହେରା ଏକ ଟାଙ୍ଗିଆ ସହାୟତାରେ ହଠାତ୍ ପ୍ରମୋଦଙ୍କୁ ଆକ୍ରମଣ କରିଥିବାରୁ ସେ ଘଟଣାସ୍ଥଳରେ ଚେତାଶୁନ୍ୟ ହୋଇ ତଳେ ଖସି ପଡିଥିଲେ । ଘଟଣାସ୍ଥଳରେ ହିଁ ପ୍ରମୋଦଙ୍କର ମୃତ୍ୟୁ ହୋଇଥିବା ପ୍ରତ୍ୟେକ୍ଷଦର୍ଶୀଙ୍କଠାରୁ ପ୍ରକାଶ । ଖବରପାଇ ଖଣ୍ଡପଡା ପୁଲିସ ଘଟଣାସ୍ଥଳରେ ପହଁଚି ଶବକୁ ଜବତ କରି ବ୍ୟବଚ୍ଛେଦ ନିମନ୍ତେ ଖଣ୍ଡପଡା ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରକୁ ପଠାଇଥିବା ବେଳେ ଏ ନେଇ ଘଟଣାର ଖୋଳ ତାଡ଼କରୁଥିବା ଜଣାଯାଇଛି । ଅଭିଯୁକ୍ତମାନେ ଏଭଳି କାଣ୍ଡ ଘଟାଇ ଘଟଣାସ୍ଥଳରୁ ଫେରାର ହୋଇଯାଇଥିବା ଜଣାଯାଇଛି । ତେବେ ରିପୋର୍ଟ ଲେଖାହେବା ପର୍ଯ୍ୟନ୍ତ ଉପରୋକ୍ତ ଘଟଣାକୁ ନେଇ ଖଣ୍ଡପଡା ଥାନାରେ କୈାଣସି ଲିଖିତ ଅଭିଯୋଗ ହୋଇ ନଥିବା ଖଣ୍ଡପଡା ଥାନା ସୁତ୍ରରୁ ପ୍ରକାଶ ।
ପ୍ରବାଦ ପୁରୁଷ ବିଜୁ ପଟ୍ଟନାୟକଙ୍କ ଶ୍ରାଦ୍ଧ ବାର୍ଷିକ:ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ରୋଗୀଙ୍କୁ ଫଳ ବଣ୍ଟନ

ପ୍ରବାଦ ପୁରୁଷ ବିଜୁ ପଟ୍ଟନାୟକଙ୍କ ଶ୍ରାଦ୍ଧ ବାର୍ଷିକ:ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ରୋଗୀଙ୍କୁ ଫଳ ବଣ୍ଟନ

April 17, 2026
ମୁଖ୍ୟମନ୍ତ୍ରୀ ସାମୂହିକ କନ୍ୟା ବିବାହ ଯୋଜନା:ଏପ୍ରିଲ୍ ୨୧ରେ ହେବ ୨୨ଜଣ କନ୍ୟାଙ୍କ ଗଣବିବାହ

ମୁଖ୍ୟମନ୍ତ୍ରୀ ସାମୂହିକ କନ୍ୟା ବିବାହ ଯୋଜନା:ଏପ୍ରିଲ୍ ୨୧ରେ ହେବ ୨୨ଜଣ କନ୍ୟାଙ୍କ ଗଣବିବାହ

April 16, 2026
ନୟାଗଡରେ ସିଏମ ଟ୍ରଫି: ଜିଲ୍ଲା ଓ ବ୍ଲକ୍ ସ୍ତରୀୟ ଖୋଖୋ ପ୍ରତିଯୋଗିତା

ନୟାଗଡରେ ସିଏମ ଟ୍ରଫି: ଜିଲ୍ଲା ଓ ବ୍ଲକ୍ ସ୍ତରୀୟ ଖୋଖୋ ପ୍ରତିଯୋଗିତା

April 16, 2026
ପ୍ରକାଶ ପାଇଲା କେନ୍ଦ୍ରୀୟ ଉଚ୍ଚ ମାଧ୍ୟମିକ ପରୀକ୍ଷା ଫଳ:ଡ଼ି.ଏ.ଭି ପବ୍ଲିକ୍ ସ୍କୁଲର ଅଭୂତପୂର୍ବ ସଫଳତା

ପ୍ରକାଶ ପାଇଲା କେନ୍ଦ୍ରୀୟ ଉଚ୍ଚ ମାଧ୍ୟମିକ ପରୀକ୍ଷା ଫଳ:ଡ଼ି.ଏ.ଭି ପବ୍ଲିକ୍ ସ୍କୁଲର ଅଭୂତପୂର୍ବ ସଫଳତା

April 16, 2026
କଣ୍ଟିଲୋ-ଖଣ୍ଡପଡାକୁ ରେଳ ସଂଯୋଗିକରଣ:ଦାବି ପତ୍ର ନେଇ ଖଣ୍ଡପଡା ବିଧାୟକଙ୍କ ଦିଲ୍ଲୀ ଗସ୍ତ

କଣ୍ଟିଲୋ-ଖଣ୍ଡପଡାକୁ ରେଳ ସଂଯୋଗିକରଣ:ଦାବି ପତ୍ର ନେଇ ଖଣ୍ଡପଡା ବିଧାୟକଙ୍କ ଦିଲ୍ଲୀ ଗସ୍ତ

April 16, 2026

© 2025 Baghuabarta. Designed & Developed by WebHunk International

No Result
View All Result
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
WhatsApp chat
error: Content is protected !!