ନୟାଗଡ଼, (ବାଘୁଆବାର୍ତ୍ତା) : ନୟାଗଡ଼ ସହରରେ ଅବସ୍ଥିତ ରାମକୃର୍ଷ୍ଣ ଆଦର୍ଶ ଶିକ୍ଷାକେନ୍ଦ୍ରର ପଂଚଦଶ ତମ ବାର୍ଷିକ ଉତ୍ସବ ଅନୁଷ୍ଠିତ ହୋଇଯାଇଛି । ଏହି କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ଅତିରିକ୍ତ ଜିଲ୍ଲାପାଳ ବିଧାନ ଚନ୍ଦ୍ର ରାୟ ଯୋଗ ଦେଇଥିବା ବେଳେ ମୁଖ୍ୟବକ୍ତା ଭାବେ ବିଶିଷ୍ଟ ଶିକ୍ଷାବିତ ଧନୁସ୍ତରୀ ମିଶ୍ର, ସମ୍ମାନିତ ଅତିଥି ଭାବେ ମାଆଘର ଅନୁଷ୍ଠାନର ପ୍ରତିଷ୍ଠାତା ତଥା ସମାଜସେବୀ ଋତୁପର୍ଣ୍ଣା ମହାନ୍ତି, ବନଖଣ୍ଡ ଅଧିକାରୀ ଧନରାଜ ଏଚ.ଡି, ଭାରତ ବିକାଶ ପରିଷଦର ରାଷ୍ଟ୍ରିୟ ସଚିବ ଗୀତା ପଟ୍ଟନାୟକ ଯୋଗ ଦେଇଥିଲେ । ପ୍ରାକ୍ତନ ଅଧ୍ୟକ୍ଷ ଡ. ଲଳିତ ପଟ୍ଟନାୟକଙ୍କ ସଭାପତିତ୍ୱ ଅନୁଷ୍ଠିତ ଉତ୍ସବରେ ଅନୁଷ୍ଠାନର ଅଧ୍ୟକ୍ଷ ଶ୍ରୀଧର ସାହୁ ବାର୍ଷିକ ବିବରଣୀ ପାଠ କରିବା ସହ ସ୍ୱାଗତ ଅଭିଭାଷଣ ପ୍ରଦାନ କରିଥିଲେ । ଅତିଥିମାନେ ଆଜିର ବାର୍ଷିକ ଉତ୍ସବଟି ଛାତ୍ରଛାତ୍ରୀମାନଙ୍କ ଏକ ଆକର୍ଷଣର ଦିନ ବୋଲି ମତ ଦେବା ସହ ବିଭିନ୍ନ କ୍ଷେତ୍ରରେ ନିପୁଣତା ପଦର୍ଶନ କରିଥିବା ଛାତ୍ରଛାତ୍ରୀମାନେ ଆଜିର ଦିନରେ ପୁରସ୍କୃତ ହେବା ସହିତ ଆଗାମୀ ବାର୍ଷିକ ପରୀକ୍ଷା ପାଇଁ ସେମାନଙ୍କ ମନବଳ ବୃଦ୍ଧି ପାଇବ ବୋଲି କହିଥଲେ । ପ୍ରତିଭା ଚିହ୍ନଟ କରିବା ପାଇଁ ଶିକ୍ଷକ ଓ ଅଭିଭାବକମାନେ ଆଜି ଦିନଠାରୁ ଶପଥ ନେବାକୁ ଅତିଥିମାନେ ଆହ୍ୱାନ ଦେଇଥିଲେ । ଶିକ୍ଷା ସହିତ ବିଭିନ୍ନ ସମାଜସେବାରେ ସାମିଲି ହେଲେ ଏକ ପୂର୍ଣ୍ଣାଙ୍ଗ ସମାଜ ପାଇଁ ବାଟ ଖୋଲିବ ବୋଲି କହିଥିଲେ । ଏହି ଅବସରରେ କବି ଗୋଦାବରୀଶ ମିଶ୍ର ଏବଂ ଇଂ କମଳ କାନ୍ତ ସାହୁଙ୍କୁ ଅନୁଷ୍ଠାନ ପକ୍ଷରୁ ସମ୍ବର୍ଦ୍ଧିତ କରାଯାଇଥିଲା । ବିଦ୍ୟାଳୟର ମୁଖପତ୍ର ମୁରୁଜର ଶୁଭ ପତ୍ରିକାକୁ ଅତିଥିମାନେ ଉନ୍ମୋଚନ କରିବା ସହ ବିଭିନ୍ନ ପ୍ରତିଯୋୀତାରେ କୃତିତ୍ୱ ଅର୍ଜ୍ଜନ କରିଥିବା ଛାତ୍ରଛାତ୍ରୀମାନଙ୍କୁ ପୁରସ୍କୃତ କରିଥିଲେ । ଛାତ୍ରଛାତ୍ରୀମାନଙ୍କ ଦ୍ୱାରା ସାଂସ୍କୃତିକ କାର୍ଯ୍ୟକ୍ରମ ପରିବେଷଣ କରାଯାଇଥିଲା । ଏହି କାର୍ଯ୍ୟକ୍ରମରେ ବିଦ୍ୟାଳୟର ଶିକ୍ଷକ ଓ ଶିକ୍ଷୟତ୍ରୀମାନେ ସହଯୋଗ କରିଥିଲେ ।






