ନୟାଗଡ଼, (ବାଘୁଆବାର୍ତ୍ତା) : ନୟାଗଡ଼ ସହର ଉପକଣ୍ଠସ୍ଥ ଦୁର୍ଗାପ୍ରସାଦଠାରେ ଜୟଦୁର୍ଗା କ୍ଲବ ଆନୁକୂଲ୍ୟରେ ଆସନ୍ତା ୨୭ ତାରିଖରେ ରାଜ୍ୟସ୍ତରୀୟ ଭଲିବଲ ଟୁର୍ଣ୍ଣାମେଣ୍ଟ ଅନୁଷ୍ଠିତ ହେବ । ଜୟଦୁର୍ଗା କ୍ଲବ ବିଂଶତମ ବାର୍ଷିକ ଉତ୍ସବ ଅବସରରେ ଆୟୋଜିତ ହେବାକୁଥିବା ଏହି ଦିବାରାତ୍ର ଟୁର୍ଣ୍ଣାମେଣ୍ଟରେ ରାଇଜିଂ କ୍ଲବ ରାଉରକେଲା, ସ୍ପୋର୍ଟ୍ସ ହଷ୍ଟେଲ ବାଲେଶ୍ୱର, ତ୍ରିବେଣୀ କେଉଁଝର ଭଲି ଶକ୍ତିଶାଳୀ ଦଳ ଅଂଶ ଗ୍ରହଣ କରିବେ । ଏହି କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ନୟାଗଡ଼ ବିଧାୟକ ତଥା ମନ୍ତ୍ରୀ ଡ. ସାହୁ ଯୋଗ ଦେବାର କାର୍ଯ୍ୟକ୍ରମ ରହିଥିବା ନେଇ ଜୟଦୁର୍ଗା କ୍ଲବ ସଭାପତ କୈଳାଶ ଚନ୍ଦ୍ର ଜେନା ଏବଂ ସଂପାଦକ ରବିନ୍ଦ୍ର କୁମାର ଜେନା ପ୍ରମୂଖ ଅନୁରୋଧ କରିଛନ୍ତି ।





