- ସର୍ବଭାରତୀୟ ହକି ଫାଇନାଲ ମ୍ୟାଚ
ନୟାଗଡ଼, (ବାଘୁଆବାର୍ତ୍ତା) : ନୟାଗଡ଼ ଜିଲ୍ଲା ହକି ଆସୋସିଏସନ ରଗବୀ ଦ୍ୱାରା ଆୟୋଜିତ ସର୍ବ ଭାରତୀୟ ହକି ଟୁନାମେଣ୍ଟ ଆଜି ଫାଇନାଲ ମ୍ୟାଚ ଅନୁଷ୍ଠିତ ହୋଇଯାଇଛି । ନୟାଗଡ଼ ଖେଳପଡ଼ିଆଠାରେ ଅନୁଷ୍ଠିତ ଏହି ସର୍ବଭାରତୀୟ ହକି ଟୁର୍ଣ୍ଣାମେଂଟର ଫାଇନାଲରେ ସେଲ୍ ହକି ରାଉଲକେଲା ବନାମ ପୂର୍ବତଟ ରେଳବାଇ ଭୂବନେଶ୍ୱର ମଧ୍ୟରେ ଖେଳ ଅନୁଷ୍ଠିତ ହୋଇଥିଲା । ଏଥିରେ ସେଲ୍ ହକି ଦଳ ୪-୨ ଗୋଲରେ ବିଜୟ ଲାଭ କରିଛି । ହକି ଆସୋସିଏସନର ସଭାପତି ମିତାଲୀ ପ୍ରିୟଦର୍ଶନୀ ପ୍ରଧାନଙ୍କ ତତ୍ୱାବଧାନରେ ଅନୁଷ୍ଠିତ ଏହି ଖେଳରେ ମୁଖ୍ୟ ଅତିଥି ଭାବେ ରଣପୁର ବିଧାୟକ ସତ୍ୟନାରାୟଣ ପ୍ରଧାନ ଯୋଗ ଦେଇଥିବା ବେଳେ ସମ୍ମାନିତ ଅତିଥି ଭାବେ ଭାପୁର ବ୍ଲକ ଉପାଧ୍ୟକ୍ଷ ଗୟାଧର ପରିଡ଼ା, ରାଜ୍ୟ ବିଜୁ ଛାତ୍ର ଜନତା ଦଳ ଉପଦେଷ୍ଟା ହରିଶ୍ ରାଉତ, ବନଖଣ୍ଡ ଅଧିକାରୀ ଧନରାଜ ଏଚ.ଡି, ପୈାର ନିର୍ବାହୀ ଅଧିକାରୀ ସନ୍ତୋଷ କୁମାର ଜେନା, ଶ୍ରମିକ ନେତା ଶ୍ରୀକାନ୍ତ ପଟ୍ଟନାୟକ, ସମାଜସେବୀ ପ୍ରମୋଦ ପଟ୍ଟନାୟକ, ଭାଟସାହି ସରପଂଚ କିଶୋର ସାହୁ ପ୍ରମୂଖ ଯୋଗ ଦେଇଥିଲେ । ଆଜିର ଖେଳରେ ମ୍ୟାନ ଅଫ ଦି ମ୍ୟାଚ ସେଲର ଗୋଲ କିପର ଘୋଷିତ ହୋଇଥିଲେ । ବେଷ୍ଟ ପ୍ଲେୟାର ଭାବେ ସେଲ ଦଶଲର ଅନୁପ ଏବଂ ବେଷ୍ଟ ଡିଫେଣ୍ଡର ସେଲ ଦଳର କେ ରବିନ ଘୋଷିତ ହୋଇଥିଲେ । ବିଜୟୀ ଦଳକୁ ୨୫ ହଜାର ଟଙ୍କା ସହ ଟ୍ରଫି ପ୍ରଦାନ କରାଯାଇଥିଲା । ସେହିପରି ଭାବେ ପରାଜିତ ଦଳକୁ ୨୦ ହଜାର ଟଙ୍କା ଏବଂ ଟ୍ରଫି ପ୍ରଦାନ କରାଯାଇଥିଲା । ନୟାଗଡ଼ ହକି କପକୁ ଆର୍ମୀ କୋଚ ସୁଦୀପ୍ତ ଉଦୟଭାନୁ ପରିଚାଳନା କରିଥିଲେ ।







