Wednesday, June 17, 2026
ବାଘୁଆବାର୍ତ୍ତା
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
 
WhatsApp chat
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
No Result
View All Result
ବାଘୁଆବାର୍ତ୍ତା

ୟୁନିଟେକ ମହାବିଦ୍ୟାଳୟ ଓ ରୋଟାରୀ କ୍ଲବ ନୟାଗଡ଼ ମିଳିତ ଆନୁକୂଲ୍ୟରେ ରକ୍ତଦାନ ଶିବିର

by ସଞ୍ଜୟ ସ୍ୱାଇଁ
May 30, 2022
in Health, Nayagarh, State
ୟୁନିଟେକ ମହାବିଦ୍ୟାଳୟ ଓ ରୋଟାରୀ କ୍ଲବ ନୟାଗଡ଼ ମିଳିତ ଆନୁକୂଲ୍ୟରେ ରକ୍ତଦାନ ଶିବିର
140
VIEWS
Share on FacebookShare on Twitter

ନୟାଗଡ଼, (ବାଘୁଆବାର୍ତ୍ତା): ନୟାଗଡ଼ କଲେଜରୋଡସ୍ଥିତ ୟୁନିଟେକ ମହାବିଦ୍ୟାଳୟ ପରିସରରେ କୋଭିଡ୍ ନିୟମ ପାଳନ କରି ୟୁନିଟେକ ମହାବିଦ୍ୟାଳୟର ଚେୟାରମ୍ୟାନ ପ୍ରଦୀପ କୁମାର ପ୍ରୁଷ୍ଟି ଓ ରୋଟାରୀ କ୍ଳବ ସଭାପତି ଧୀରେନ୍ଦ୍ର କୁମାର ପଟ୍ଟନାୟକଙ୍କ ନେତୃତ୍ବରେ ମହାସମାରୋହରେ ଏକ ରକ୍ତ ଦାନ ଶିବିର ଅନୁଷ୍ଠିତ ହୋଇ ଯାଇଛି। ଆୟୋଜିତ ଏହି ରକ୍ତ ଦାନ ଶିବିରରେ ମହାବିଦ୍ୟାଳୟର ଛାତ୍ରଛାତ୍ରୀ ମାନେ ବହୁସଂଖ୍ୟା ରେ ଯୋଗଦେଇ ରକ୍ତ ଦାନ କରିଥିଲେ। “ରକ୍ତ ଦାନ ଜୀବନ ଦାନ,ରକ୍ତ ଦାନ ମହା ପୂଣ୍ୟ ” ଏହି ଉକ୍ତିକୁ ଅନୁଭବ କରି ମହାବିଦ୍ୟାଳୟର ୭୦ ଜଣ ଛାତ୍ରଛାତ୍ରୀ ରକ୍ତ ଦାନ କରିଥିଲାବେଳେ ୨୦ ଜଣ ଛାତ୍ରଛାତ୍ରୀ ସ୍ବୟଂସେବକ ଭାବେ ସହଯୋଗ କରିଥିଲେ।ରକ୍ତ ଦାତା ମାନଙ୍କୁ ଜଳଖିଆ,ଥଣ୍ଡାପାନୀୟ ଦେବା ସହିତ ସାର୍ଟିଫିକେଟ ଓ ସ୍ବାମୀ ବିବେକାନନ୍ଦଙ୍କ ରଚିତ ସତସାହିତ୍ୟ ପୁସ୍ତକ ଖଣ୍ଡିଏ ଖଣ୍ଡିଏ ପ୍ରଦାନ କରାଯାଇଥିଲା।ଏହି କାର୍ୟ୍ୟକ୍ରମରେ ରୋଟାରୀଆନ୍ ସୁବୋଧ କୁମାର ପଟ୍ଟନାୟକ, ପ୍ରସନ୍ନ କୁମାର ବସନ୍ତିଆ,ଆରିଫି ଖାଁ, ବାସୁଦେବ ସାହୁ,ଶ୍ରୀଧର ସାହୁ, ୟୁନିଟେକ ମହାବିଦ୍ୟାଳୟର ଡାଇରେକ୍ଟର ପ୍ରବୀର କୁମାର ପ୍ରୁଷ୍ଟି,ସମାଜସେବୀ ଦାମୋଦର ସାହୁ ଯୋଗଦେଇ ଥିଲା ବେଳେ ମହାବିଦ୍ୟାଳୟର କର୍ମଚାରୀମାନେ ସହଯୋଗ କରିଥିଲେ। ନୟାଗଡ଼ ବ୍ଳଡ୍ ବ୍ୟାଙ୍କର ଡାକ୍ତର, ଟେକନିସିଆନ ଓ କର୍ମଚାରୀ ମାନେ ରକ୍ତ ଦାନ ଶିବିରକୁ ସଂଚାଳନ କରିଥିଲେ।

ବିଶ୍ୱ ଶିଶୁ ଶ୍ରମ ନିଷେଧ ଦିବସ

ବିଶ୍ୱ ଶିଶୁ ଶ୍ରମ ନିଷେଧ ଦିବସ

June 12, 2026
ନୟାଗଡ଼ ରୋଟାରୀ କ୍ଲବ ପରିଦର୍ଶନ କଲେ ଜିଲ୍ଲା ଗଭର୍ଣ୍ଣର

ନୟାଗଡ଼ ରୋଟାରୀ କ୍ଲବ ପରିଦର୍ଶନ କଲେ ଜିଲ୍ଲା ଗଭର୍ଣ୍ଣର

June 7, 2026
ରାଜ୍ୟ ନିମ୍ନ ମାଧ୍ୟମିକ ଶିକ୍ଷକସଂଘର ରାଜ୍ୟସ୍ତରୀୟ ସମ୍ମିଳନୀ ପାଇଁ ଚୂଡ଼ାନ୍ତ ପ୍ରସ୍ତୁତି ବୈଠକ

ରାଜ୍ୟ ନିମ୍ନ ମାଧ୍ୟମିକ ଶିକ୍ଷକସଂଘର ରାଜ୍ୟସ୍ତରୀୟ ସମ୍ମିଳନୀ ପାଇଁ ଚୂଡ଼ାନ୍ତ ପ୍ରସ୍ତୁତି ବୈଠକ

May 27, 2026
ବରିଷ୍ଠ ସାମ୍ବାଦିକ ରାମକୃଷ୍ଣ ରଥଙ୍କ ପିତୃବିୟୋଗ

ବରିଷ୍ଠ ସାମ୍ବାଦିକ ରାମକୃଷ୍ଣ ରଥଙ୍କ ପିତୃବିୟୋଗ

May 27, 2026
ପ୍ରକାଶ ପାଇଲା ଓଡ଼ିଶା ସିଭିଲ୍ ସର୍ଭିସେସ ପରୀକ୍ଷା ଫଳ

ପ୍ରକାଶ ପାଇଲା ଓଡ଼ିଶା ସିଭିଲ୍ ସର୍ଭିସେସ ପରୀକ୍ଷା ଫଳ

May 27, 2026

© 2025 Baghuabarta. Designed & Developed by WebHunk International

No Result
View All Result
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
WhatsApp chat
error: Content is protected !!