ନୟାଗଡ଼, (ବାଘୁଆବାର୍ତ୍ତା): ମହିଳାଙ୍କ ମୃତ ଦେହ ଘର ଭିତରେ ଝୁଲୁଥିବା ବେଳେ ଆତ୍ମହତ୍ୟା କି ହତ୍ୟା ତାହା ଜଣାପଡିନାହିଁ । ଘଟଣା ଘଟିବାର ୩ଘଣ୍ଟା ପରେ ପୁଲିସ୍ ଘଟଣା ସ୍ଥଳରେ ପହଞ୍ଚିଥିବା ଜଣାପଡିଛି । ମୃତ ମହିଳା ଜଣଙ୍କ ହେଲେ ବର୍ଷାରାଣୀ ମାନସିଂ(୨୧) । ଏଭଳି ଘଟଣା ଘଟିଛି ବୋଲଗଡ଼ ଥାନା ଦିଘିରି ଅଞ୍ଚଳରେ । ସୁଚନାନୁସାରେ, ବୋଲଗଡ଼ ଥାନା ଅନ୍ତର୍ଗତ ଦିଘିର ଗ୍ରାମର ଦିପୁ ମାନସିଂଙ୍କ ଧର୍ମପତ୍ନୀ ବର୍ଷାରାଣୀ ମାନସିଂ ମୃତ ଶରୀର ଘର ଭିତରେ ଆଜି ଅପରାହ୍ନ ୨ଟା ସମୟରେ ଝୁଲୁଥିବା ଦେଖିବାକୁ ମିଳିଛି । ଏନେଇ ବର୍ଷାଙ୍କ ଶାଶୁଘର ଲୋକ ବର୍ଷାଙ୍କ ବଳରାମପୁର ଗ୍ରାମର ବାପଘରକୁ ଖବର ଦେଇଥିଲେ । ଖବର ପାଇଁ ବର୍ଷାଙ୍କ ପରିବାର ଲୋକ ଦିଘିର ଗ୍ରାମରେ ପହଞ୍ଚି ମୃତ୍ୟୁର କାରଣ ଖୋଜିବା ପାଇଁ ବୋଲଗଡ଼ ଥାନାକୁ ଖବର ଦେଇଥିଲେ । ତେବେ ବୋଲଗଡ଼ ପୁଲିସ୍ ଖବର ପାଇବାର ୩ଘଣ୍ଟା ବିଳମ୍ବ ପହଞ୍ଚର ଘର ଭିତରେ ଝୁଲୁଥିବା ଶବକୁ ଉଦ୍ଧାର କରି ତଦନ୍ତ କରୁଥିବା ଜଣାପଡିଛି ।





