ଘଟଣା ଚପାଇବାକୁ ଜୋରଦାର ପ୍ରୟାସ
ନୟାଗଡ଼, (ବାଘୁଆବାର୍ତ୍ତା) : ନୟାଗଡ଼ ଜିଲ୍ଲା ନୂଆଗାଁ ଥାନା ସିକ୍ରିଡ଼ା ସରପଂଚଙ୍କ ବୋହୂ ତଥା ନୂଆଗାଁ ବ୍ଲକ ପ୍ରୋଜେକ୍ଟ ମ୍ୟାନେଜରଙ୍କ ପôତୀ ଆତ୍ମହତ୍ୟା କରିଥିବା ଜଣାପଡ଼ିଛି । ଘଟଣାକୁ ଚପାଇ ଦେବାକୁ ଉଦ୍ୟମ ଚାଲିଛି । ସୂଚନାନୁସାରେ, ଭାପୁର ବ୍ଲକ ଅନ୍ତର୍ଗତ ଜାମୁସାହିର ଗୋଟିଏ ଝିଅ ନୂଆଗାଁ ସିକ୍ରିଡ଼ା ସରପଂଚଙ୍କ ପୁଅ ସୁଶାନ୍ତ ସାସମଲଙ୍କୁ ବିବାହ କରିଥିଲେ । ପୂର୍ବରୁ ପାରିବାରିକ କଳହ ଥିବା ବେଳେ ଆଜି କୈାଣସି କାରଣରୁ ବୋହୂ ଜଣଙ୍କ ଆତ୍ମହତ୍ୟା କରିଥିବା ଜଣାପଡ଼ିଛି । ଏହି ଘଟଣା ପଛରେ କିଛି ନିର୍ଦ୍ଦିଷ୍ଟ ରହସ୍ୟ ଥିବା ବେଳେ ପୁଲିସ ଜାଣତରେ ଘଟଣା ଚାପି ଦେବାକୁ ଉଦ୍ୟମ ଚାଲିଛି ।






