Thursday, April 16, 2026
ବାଘୁଆବାର୍ତ୍ତା
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
 
WhatsApp chat
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
No Result
View All Result
ବାଘୁଆବାର୍ତ୍ତା

ଓଡ଼ଗାଁ ଶ୍ରୀରାମ ବିହାର ଓ ଭୋଗମଣ୍ଡପ ହେବ ସୌନ୍ଦର୍ଯ୍ୟକରଣ:୨୦ଲକ୍ଷ ଅର୍ଥ ମଞ୍ଜୁର

by ସଞ୍ଜୟ ସ୍ୱାଇଁ
May 23, 2022
in Literature, Nayagarh
ଓଡ଼ଗାଁ ଶ୍ରୀରାମ ବିହାର ଓ ଭୋଗମଣ୍ଡପ ହେବ ସୌନ୍ଦର୍ଯ୍ୟକରଣ:୨୦ଲକ୍ଷ ଅର୍ଥ ମଞ୍ଜୁର
90
VIEWS
Share on FacebookShare on Twitter

ନୟାଗଡ଼, (ବାଘୁଆବାର୍ତ୍ତା): ନୟାଗଡ଼ ଓଡ଼ଗାଁ ଶ୍ରୀରଘୁନାଥ ଜିଉଙ୍କ ଶ୍ରୀରାମ ବିହାର ଓ ଭୋଗମଣ୍ଡପ ହେବ ସୌନ୍ଦର୍ଯ୍ୟକରଣ । ମନ୍ଦିରର ବିକାଶ କ୍ଷେତ୍ରକୁ ଆଉ ପାଦେ ଆଗେଇ ନେବା ପାଇଁ ୨୦ଲକ୍ଷ ଟଙ୍କା ଅନୁଦାନ ମଞ୍ଜରୁର ହୋଇଥିବା ଜଣାପଡିଛି । ସ୍ଥାନୀୟ ବିଧାୟକ ତଥା ରାଜ୍ୟ ସରକାରଙ୍କ କୃଷି ଓ ଉଚ୍ଚଶିକ୍ଷା ମନ୍ତ୍ରୀ ଡ଼ ଅରୁଣ କୁମାର ସାହୁ କିଛିଦିନ ତଳେ ଶ୍ରୀରଘୁନାଥ ଜୀଉଙ୍କୁ ଦର୍ଶନ କରିବା ପାଇଁ ମନ୍ଦିର ଯାଇଥିଲେ । ସେବାୟତମାନେ ଶ୍ରୀରଘୁନାଥ ଜୀଉଙ୍କ ମନ୍ଦିର ପରିସରରେ ଥିବା ଶ୍ରୀରାମ ବିହାର ଓ ଭୋଗ ମଣ୍ଡପର ସୌନ୍ଦର୍ଯ୍ୟକରଣ, ଉନ୍ନୟନ କାର୍ଯ୍ୟ କରିବାକୁ ମନ୍ତ୍ରୀ ଡ଼ ସାହୁଙ୍କୁ ଅବଗତ କରାଇଥିଲେ । ମନ୍ତ୍ରୀ ଡ଼ ସାହୁ ସେବାୟତଙ୍କ ଦାବିକୁ ଗୁରୁତ୍ୱର ସହ ବିଚାର ବିମର୍ଶକରି ଶ୍ରୀରଘୁନାଥ ଜୀଉଙ୍କ ଶ୍ରୀରାମ ବିହାର ଓ ଭୋଗ ମଣ୍ଡପର ସୌନ୍ଦର୍ଯ୍ୟକରଣ କରିବା ପାଇଁ ୨୦ଲକ୍ଷ ଟଙ୍କା ଅନୁଦାନ ପ୍ରଦାନ କରିଛନ୍ତି । ଆଜି ଓଡ଼ଗାଁ ବ୍ଲକ୍ ଅଧ୍ୟକ୍ଷ ଲୋକନାଥ ସାହୁ, ଓଡ଼ଗାଁ ବିଜ୍ଞାପିତ ଅଞ୍ଚଳ ପରିଷଦର ନିର୍ବାହୀ ଅଧିକାରୀ ସନ୍ତୋଷ କୁମାର ଜେନା, ପୂର୍ତ୍ତ ବିଭାଗର କନିଷ୍ଠ ଯନ୍ତ୍ରୀ ସିଧାଂଶୁ ବେହେରା ମନ୍ଦିର ପରିସରରେ ପହଞ୍ଚି କାର୍ଯ୍ୟ ଯଥାଶୀଘ୍ର ଆରମ୍ଭ କରିବା ପାଇଁ ମନ୍ଦିରର ପରିଚାଳନା କମିଟି ଓ ସେବାୟତମାନଙ୍କ ଆଲୋଚନା କରିଛନ୍ତି । ମନ୍ଦିର ପାଇଁ ଆସିଥିବା ୨୦ଲକ୍ଷ ଅନୁଦାନରୁ ଭୋଗମଣ୍ଡର ସୌନ୍ଦର୍ଯ୍ୟକରଣ ପାଇଁ ୧୫ଲକ୍ଷ ଟଙ୍କା ଖର୍ଚ୍ଚ କରାଯିବାକୁ ଆଲୋଚନା କରାଯାଇଥିବା ବେଳେ ଶ୍ରୀରାମ ବିହାରର ଉନ୍ନତିକରଣ ପାଇଁ ୫ଲକ୍ଷ ଟଙ୍କା ଖର୍ଚ୍ଚ କରାଯିବ । ବହୁ ଦୂରଦୂରାନ୍ତରୁ ଆସୁଥିବା ପର୍ଯ୍ୟଟକ ଓ ଶ୍ରଦ୍ଧାଳୁମାନେ ଭୋଗମଣ୍ଡପରେ ବସି ପ୍ରସାଦ ସେବନ କରିବା ସହ ଶ୍ରୀରାମଙ୍କ ବିଭିନ୍ନ ଲୀଳା ଦେଖିବାର ସୁଯୋଗ ପାଇପାରିବେ । ମନ୍ଦିରର ସୌନ୍ଦର୍ଯ୍ୟ କରଣ ପାଇଁ ମନ୍ତ୍ରୀଙ୍କ ବଡ଼ ଅବଦାନ ଥିବାରୁ ସେବାୟତ ମାନେ ମନ୍ତ୍ରୀଙ୍କ ଡ଼ ସାହୁଙ୍କ ଦୀର୍ଘାୟୁ କାମନା କରିବା ପ୍ରଶଂସା କରିଥିଲେ ।

ନୟାଗଡ଼ରେ ଜିଲ୍ଲାସ୍ତରୀୟ ଆମ୍ବେଦକର ଜୟନ୍ତୀ ପାଳିତ

ନୟାଗଡ଼ରେ ଜିଲ୍ଲାସ୍ତରୀୟ ଆମ୍ବେଦକର ଜୟନ୍ତୀ ପାଳିତ

April 14, 2026
ଜିଲ୍ଲା ଆଇନ ସେବା ପ୍ରାଧିକରଣ: ପୋସ୍କୋ ଆକ୍ଟ ସଚେତନତା ଶିବିର

ଜିଲ୍ଲା ଆଇନ ସେବା ପ୍ରାଧିକରଣ: ପୋସ୍କୋ ଆକ୍ଟ ସଚେତନତା ଶିବିର

April 14, 2026
ହନୁମାନ ଜୟନ୍ତୀ ଉତ୍ସବ ଓ ମହାବିଷୁବ ପଣା ସଂକ୍ରାନ୍ତି

ହନୁମାନ ଜୟନ୍ତୀ ଉତ୍ସବ ଓ ମହାବିଷୁବ ପଣା ସଂକ୍ରାନ୍ତି

April 14, 2026
ବଂଶୀଧର ସ୍ମୃତି ପରିଷଦ:୩୩ତମ ରାଜ୍ୟସ୍ତରୀୟ ବିଷୁବ ମିଳନ ଓ କବିତା ପାଠୋତ୍ସବ

ବଂଶୀଧର ସ୍ମୃତି ପରିଷଦ:୩୩ତମ ରାଜ୍ୟସ୍ତରୀୟ ବିଷୁବ ମିଳନ ଓ କବିତା ପାଠୋତ୍ସବ

April 14, 2026
ନୟାଗଡ଼ ଏଏସପି ମହାନତା:ଦୂର୍ଘଟଣା ଗ୍ରସ୍ତକାରୀଙ୍କୁ ମେଡିକାଲ୍ ନେଲେ ଏଏସପି

ନୟାଗଡ଼ ଏଏସପି ମହାନତା:ଦୂର୍ଘଟଣା ଗ୍ରସ୍ତକାରୀଙ୍କୁ ମେଡିକାଲ୍ ନେଲେ ଏଏସପି

April 14, 2026

© 2025 Baghuabarta. Designed & Developed by WebHunk International

No Result
View All Result
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
WhatsApp chat
error: Content is protected !!