Friday, June 12, 2026
ବାଘୁଆବାର୍ତ୍ତା
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
 
WhatsApp chat
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
No Result
View All Result
ବାଘୁଆବାର୍ତ୍ତା

୨୦୦ ମିଟର ରେସରେ ଶ୍ରାବଣୀ ନନ୍ଦ ଜିତିଲେ ସ୍ୱର୍ଣ୍ଣ ପଦକ

by ସଞ୍ଜୟ ସ୍ୱାଇଁ
May 22, 2022
in Sports, State
୨୦୦ ମିଟର ରେସରେ ଶ୍ରାବଣୀ ନନ୍ଦ ଜିତିଲେ ସ୍ୱର୍ଣ୍ଣ ପଦକ
91
VIEWS
Share on FacebookShare on Twitter

ଭୁବନେଶ୍ୱର, (ବାଘୁଆବାର୍ତ୍ତା): ଇଣ୍ଡିଆନ ଗ୍ରାଁ ପ୍ରି ଆଥଲେଟିକ୍ସ ଇଭେଣ୍ଟରେ ଚମକିଲେ ଓଡ଼ିଶାର ଆଥଲେଟ୍ ଶ୍ରାବଣୀ ନନ୍ଦ। ୪ ବର୍ଷ ପରେ ଟ୍ରାକକୁ ଫେରିଥିବା ଶ୍ରାବଣୀ ୨୦୦ ମିଟର ରେସରେ ସ୍ୱର୍ଣ୍ଣ ପଦକ ହାସଲ କରିଛନ୍ତି। ଶ୍ରାବଣୀ ୨୪.୦୪ ସେକଣ୍ଡରେ ଏହି ରେସ୍ ସମ୍ପୂର୍ଣ୍ଣ କରି ପ୍ରଥମ ସ୍ଥାନ ହାସଲ କରିଥିଲେ। ଅନ୍ୟପକ୍ଷରେ ୨୦୦ ମିଟର ପୁରୁଷ ବିଭାଗରେ ଓଡ଼ିଶାର ଆର୍ୟ୍ୟନ ଏକ୍କା ରୌପ୍ୟ ପଦକ ଜିତିଥିବା ବେଳେ ଅମୀୟ ମଲ୍ଲିକ ବ୍ରୋଞ୍ଜ ପଦକ ହାସଲ କରିଛନ୍ତି। ଭୁବନେଶ୍ୱରର କଳିଙ୍ଗ ଷ୍ଟାଡିୟମରେ ଗତକାଲିଠାରୁ ଆରମ୍ଭ ହୋଇଥିବା ଏହି ସମ୍ମାନଜନକ ଟ୍ରାକ୍‌ ଆଣ୍ଡ ଫିଲ୍ଡ ଇଭେଣ୍ଟରେ ୧୭ଟି ବିଭାଗରେ ପ୍ରତିଯୋଗିତା ହେଉଛି। ଏଥର ଓଡ଼ିଶାରୁ ୧୦ଜଣ ଆଥଲେଟଙ୍କ ସହ ଭାରତର ୧୧୬ଜଣ ବଛା ବଛା ଆଥଲେଟ୍ ଭାଗ ନେଇଛନ୍ତି। ଇଣ୍ଡିଆନ୍‌ ଗ୍ରାଁ ପ୍ରି ପ୍ରଦର୍ଶନ ଆଧାରରେ ଆଗାମୀ ଏସିଆନ ଗେମ୍ସ ଓ ରାଜ୍ୟଗୋଷ୍ଠୀ କ୍ରୀଡ଼ା ପାଇଁ ଖେଳାଳି ଚୟନ କରାଯିବ। ଏଥିସହ ଆମେରିକାରେ ହେବାକୁ ଥିବା ୱାର୍ଲଡ୍‌ ଚାମ୍ପିଅନଶିପ୍ ପାଇଁ ମଧ୍ୟ ଖେଳାଳି ଚୟନ କରାଯିବ।

ବିଶ୍ୱ ଶିଶୁ ଶ୍ରମ ନିଷେଧ ଦିବସ

ବିଶ୍ୱ ଶିଶୁ ଶ୍ରମ ନିଷେଧ ଦିବସ

June 12, 2026
ନୟାଗଡ଼ ରୋଟାରୀ କ୍ଲବ ପରିଦର୍ଶନ କଲେ ଜିଲ୍ଲା ଗଭର୍ଣ୍ଣର

ନୟାଗଡ଼ ରୋଟାରୀ କ୍ଲବ ପରିଦର୍ଶନ କଲେ ଜିଲ୍ଲା ଗଭର୍ଣ୍ଣର

June 7, 2026
ରାଜ୍ୟ ନିମ୍ନ ମାଧ୍ୟମିକ ଶିକ୍ଷକସଂଘର ରାଜ୍ୟସ୍ତରୀୟ ସମ୍ମିଳନୀ ପାଇଁ ଚୂଡ଼ାନ୍ତ ପ୍ରସ୍ତୁତି ବୈଠକ

ରାଜ୍ୟ ନିମ୍ନ ମାଧ୍ୟମିକ ଶିକ୍ଷକସଂଘର ରାଜ୍ୟସ୍ତରୀୟ ସମ୍ମିଳନୀ ପାଇଁ ଚୂଡ଼ାନ୍ତ ପ୍ରସ୍ତୁତି ବୈଠକ

May 27, 2026
ବରିଷ୍ଠ ସାମ୍ବାଦିକ ରାମକୃଷ୍ଣ ରଥଙ୍କ ପିତୃବିୟୋଗ

ବରିଷ୍ଠ ସାମ୍ବାଦିକ ରାମକୃଷ୍ଣ ରଥଙ୍କ ପିତୃବିୟୋଗ

May 27, 2026
ପ୍ରକାଶ ପାଇଲା ଓଡ଼ିଶା ସିଭିଲ୍ ସର୍ଭିସେସ ପରୀକ୍ଷା ଫଳ

ପ୍ରକାଶ ପାଇଲା ଓଡ଼ିଶା ସିଭିଲ୍ ସର୍ଭିସେସ ପରୀକ୍ଷା ଫଳ

May 27, 2026

© 2025 Baghuabarta. Designed & Developed by WebHunk International

No Result
View All Result
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
WhatsApp chat
error: Content is protected !!