ବାଲିଗୁଡା, (ବାଘୁଆବାର୍ତ୍ତା): କନ୍ଧମାଳ ଜ଼ିଲ୍ଲାର ବାଲିଗୁଡା ବ୍ଲକ ଲଣ୍ଡାଗାଁ ପଞ୍ଚାୟତର କମ୍ବାରକିଆ ଜଙ୍ଗଲରୁ ୯୦୭ କିଲୋରୁ ଊର୍ଦ୍ଧ୍ବ ଗଞ୍ଜେଇ ପୋଲିସ ଜବତ କରିଛି। ଲଣ୍ଡାଗାଁ ପଞ୍ଚାୟତର କମ୍ବାରକିଆ ଜଙ୍ଗଲରେ ମଧ୍ୟରେ ଚାଲାଣ ପାଇଁ ଗଞ୍ଜେଇ ଲୁଚାଇ ରଖାଯାଇଥିଲା। ଏ ସମ୍ପର୍କରେ ବାଲିଗୁଡା ଏସ ଡି ପି ଓ଼ ଜି. ଆର ରେଡ୍ଡୀ ଙ୍କ ନେତୃତ୍ୱ ରେ ଏକ ସ୍ୱତନ୍ତ୍ର ଟିମ ବିଶ୍ୱସ୍ତ ସୂତ୍ରରୁ ଖବର ପାଇ ଚଢ଼ାଉ କରିଥିଲେ। ଜଙ୍ଗଲ ମଧ୍ୟରୁ ୯୦୭ କିଲୋ ୬୦୦ ଗ୍ରାମ ଗଞ୍ଜେଇ ପୋଲିସ ଜବତ କରିଥିଲା। ଏହାର ଆନୁମାନିକ ମୂଲ୍ୟ ୪୫ ଲକ୍ଷ ୩୫ ହଜାର ଟଙ୍କାରୁ ଉର୍ଦ୍ଧହେବ ବୋଲି ପୋଲିସ କହିଛି । ଏନେଇ ବାଲିଗୁଡା ଥାନାରେ ଏକ ମାମଲା ରୁଜୁ ହୋଇଛି ।






