ଭୁବନେଶ୍ବର, (ବାଘୁଆବାର୍ତ୍ତା): ନୟାପଲ୍ଲୀ ଥାନା ଅଧିନରେ ବଡ ଧରଣର ଲୁଟ ହୋଇଛି। ଘରେ କେହି ନ ଥିବା ବେଳେ ଦୁର୍ବୃତ୍ତମାନେ କଳା କନା ବୁଲାଇଛନ୍ତି। ଆଇଆରସି ଭିଲେଜର ପ୍ରଫେସର ଅଭିଜିତ ମଙ୍ଗରାଜଙ୍କ ଘରୁ ଦୁର୍ବୃତ୍ତମାନେ ଲକ୍ଷାଧିକ ଟଙ୍କାର ସୁନାଗହଣା ଲୁଟି ନେଇଛନ୍ତି। ନୟାପଲ୍ଳୀ ଆଇଆରସି ଭିଲେଜରେ ରହୁଥିବା ପ୍ରଫେସର ଅଭିଜିତ ମଙ୍ଗରାଜ ଶୁକ୍ରବାର ଜଳେଶ୍ବର ଯାଇଥିଲେ । ଘରେ କେହି ନ ଥିବାର ସୁଯୋଗ ଦେଖି ଦୁର୍ବୃତ୍ତମାନେ ଘରର ସାମ୍ନା କବାଟ ତାଡି ଘରେ ପଶିଥିଲେ। ଘର ଭିତରୁ ୧୭ ଲକ୍ଷ ଟଙ୍କାର ସୁନା ଗହଣା ଓ ନଗଦ ଏକ ଲକ୍ଷ ୭୦ ହଜାର ଲୁଟେରା ଲୁଟି ନେଇଛନ୍ତି । ପ୍ରଫେସର ଅଭିଜିତ ଜଳେଶ୍ବରରୁ ଫେରିବା ପରେ ଘରର କବାଟ ତଡା ହୋଇଥିବା ଦେଖି ଏ ସମ୍ପର୍କରେ ନୟାପଲ୍ଲୀ ଥାନାରେ ଅଭିଯୋଗ କରିଥିଲେ। ଘଟଣା ସ୍ଥଳରେ ସାଇଣ୍ଟିଫିକ ଟିମ ସହ ପୋଲିସ ପହଞ୍ଚି ଘଟଣାର ତଦନ୍ତ କରୁଛି।






