ଭଦ୍ରକ, (ବାଘୁଆବାର୍ତ୍ତା): ଡ଼. ଏ. ପି. ଜେ ଅବଦୁଲ କାଲାମ ଫାଉଣ୍ଡେସନ, ବିଦାର, କର୍ଣ୍ଣାଟକ ତରଫରୁ ସଂମ୍ମାନୀତ ହେଲେ ଚିତ୍ରଶିଳ୍ପୀ କ୍ରିତିକ୍ରିଷ୍ଣା ପଣ୍ଡା ଇଣ୍ଟେରନେଶନାଲ ଚିତ୍ରକଳା ପ୍ରଦର୍ଶନୀ ୨୦୨୨ ଅନୁଷ୍ଠିତ ହୋଇଯାଇଛି । ଏହି ଚିତ୍ରକଳା ପ୍ରଦର୍ଶନୀ ରେ ଦି ଲାଷ୍ଟ ସୁପର ପର୍ୟ୍ୟାୟ ରେ ୱାର୍ଲଡ ଆର୍ଟ ଡେ ତଥା ଲିଓନାରଡୋ ଦା ଭିନସି ଙ୍କ ୫୭୦ ତମ ଜନ୍ମ ବାର୍ଷିକ ଅବସରରେ ଇଣ୍ଟରନେସନାଲ ଟ୍ରାଡୀସନାଲ ଆର୍ଟିଷ୍ଟ ଆୱାର୍ଡ ଭାବେ ଭଦ୍ରକ ଜ଼ିଲ୍ଲା ଧାମନଗର ବ୍ଲକ ଅଧିନ କଟସାହି ପଂଚାୟତ ର ବଉଳନାଳି ଶାସନ ର ଆଇନୀଜୀବି ସ୍ନେହାଶିଷ ପଣ୍ଡା ଓ ଶାଖା ଡାକ ଅଧିକାରିଣୀ ତିଲୋତ୍ତମା ମିଶ୍ର ଙ୍କ କନ୍ୟା ଚିତ୍ରଶିଳ୍ପୀ କ୍ରିତିକ୍ରିଷ୍ଣା ପଣ୍ଡା ଙ୍କୁ ସମ୍ମାନିତ କରାଯାଇଛି । ତାଙ୍କର କ୍ରମାଗତ ସଫଳତା ପାଇଁ ତାଙ୍କୁ ଅନେକ ବରିଷ୍ଠ ଚିତ୍ରଶିଳ୍ପୀ ମାନେ ଶୁଭେଚ୍ଛା ଜଣାଇଅଛନ୍ତି, ତାଛଡା ଡ୍ରିମ ପେଣ୍ଟ ବ୍ରସ ତରଫରୁ ଟାଗୋର ଆୱାର୍ଡ, ସ୍ବଦେଶୀ ସଂସ୍ଥାନ ତରଫରୁ ଗୋଲଡେନ ଆର୍ଟିଷ୍ଟ ଆୱାର୍ଡ ୨୦୨୨,ନୋବେଲ ଆର୍ଟିଷ୍ଟ ଆୱାର୍ଡ ୨୦୨୨, ଦକ୍ଷିତା ଆର୍ଟ ଦିଲ୍ଲୀ ତରଫରୁ ଭାରତ ଗୌରବ ସମ୍ମାନ,ବିଦ୍ୟା ଭାରତୀ କଳାକେନ୍ଦ୍ର ତରଫରୁ ମଧ୍ୟ ସମ୍ମାନିତ କରାଯାଇଛି ।






