Sunday, May 31, 2026
ବାଘୁଆବାର୍ତ୍ତା
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
 
WhatsApp chat
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
No Result
View All Result
ବାଘୁଆବାର୍ତ୍ତା

ପ୍ରେମ ପାଇଁ ଗଲା ଅବିନାଶଙ୍କ ଜୀବନ

by ସଞ୍ଜୟ ସ୍ୱାଇଁ
May 19, 2022
in Crime, State
ପ୍ରେମ ପାଇଁ ଗଲା ଅବିନାଶଙ୍କ ଜୀବନ
136
VIEWS
Share on FacebookShare on Twitter

ଭୁବନେଶ୍ୱର, (ବାଘୁଆବାର୍ତ୍ତା): ପ୍ରେମ ପାଇଁ ଗଲା ଅବିନାଶଙ୍କ ଜୀବନ। ଶିଖରଚଣ୍ଡୀ ପାହାଡ଼ ତଳୁ ଅର୍ଦ୍ଧଦଗ୍ଧ ଅବସ୍ଥାରେ ସଫ୍ଟେଓ୍ୱୟାର ଇଞ୍ଜିନୟଙ୍କ ଉଦ୍ଧାର ହୋଇଥିଲେ। ତାଙ୍କୁ ଗୁରୁତର ଅବସ୍ଥାରେ ହସ୍ପିଟାଲ ଭର୍ତ୍ତି କରାଯାଇଥିଲେ ବି ମୃତ୍ୟୁ ଘଟିଛି। ତେବେ ଏହା ହତ୍ୟା ନାଁ ଆତ୍ମହତ୍ୟା ତାକୁ ନେଇ ସ୍ପଷ୍ଟ ହୋଇନାହିଁ। ଏହା ଭିତରେ ଅବିନାଶଙ୍କ ବାପା ପୁଅ ମୃତ୍ୟୁ ନେଇ ମୁହିଁ ଖୋଲିଛନ୍ତି। ଅବିନାଶ ଏକ ହାତ ଲେଖା ଚିଠି ମିଳିଛି। ସେଥିରେ ଅବିନାଶ ମୃତ୍ୟୁ ପୂର୍ବରୁ ଲେଖିଛନ୍ତି ଶେଷ ଚିଠି। ଏହି ଚିଠି ରହିଛି ଅନେକ ରହସ୍ୟ। ସେ ଚିଠିରେ ଲେଖିଛନ୍ତିଟ୍ଟ ଦିନ ପରେ ମୁଁ ବାହାରକୁ ଚାଲିଯିବି । ଆଉ ତୋ ସହ ଦେଖାହେଇପାରିବନି । ମୋତ ଭୁଲିଯାଅ । ଘରେ ପାଖରେ ଥିବା ଜଣେ ଯୁବତୀଙ୍କୁ ଆଧାର କରି ଏପରି ସୁଇସାଇଡ୍‌ ନୋଟ୍‌ ଲେଖିଛନ୍ତି ବୋଲି କହିଛନ୍ତି ମୃତ ଅବିନାଶଙ୍କ ବାପା। ସୂଚନା ମୁତାବକ, ଇନ୍‌ଫୋସିଟି ଥାନା ଅନ୍ତର୍ଗତ ଜରେ ଯୁବକଙ୍କ ଅର୍ଦ୍ଧଦଗ୍ଧ ମୃତଦେହ ମିଳିବା ଘଟଣା ନୂଆ ମୋଡ଼ ନେଇଛି। ଘଟଣାସ୍ଥଳରୁ ଏକ ବ୍ୟାଗ ଜବତ କରାଯାଇଛି । ଯେଉଁ ଥିରେ ଏକ ହାତଲେଖା ସୁଇସାଇଡ୍ ନୋଟ୍ ମିଳିଛି । ଘର ଲୋକେ ଏହା ଅବିନାଶର ହାତଲେଖା ବୋଲି ଚିହ୍ନଟ କରିଛନ୍ତି । ଆଉ ଏହି ଚିଠିରେ ଏହିପରି ଭାବରେ କିଛି ଲେଖାଥିବା ସୂଚନା ମିଳିଛି । ତେବେ ସୁଇସାଇଡ୍‌ ନୋଟ୍‌ଟି ଅବିନାଶଙ୍କର ବୋଲି ପରିବାର ଲୋକ ସ୍ପଷ୍ଟ କରିଛନ୍ତି ବୋଲି କହିଛନ୍ତି ଡିସିପି ପ୍ରତୀକ ସିଂହ । ସୂଚନାଯୋଗ୍ୟ ଯେ, ଭୁବନେଶ୍ୱର ଇନ୍‌ଫୋସିଟି ଥାନା ନିକଟରୁ ବାରଙ୍ଗ ବାଲିପୋଡ଼ା ଅଞ୍ଚଳର ଅବିନାଶ ପ୍ରଧାନ ଅଧାପୋଡ଼ା ମୃତଦେହ ଠାବ ହୋଇଥିଲା । ତାଙ୍କ ବୟସ ପାଖାପାଖି ୨୨ ବର୍ଷ ହେବ ବୋଲି ଅନୁମାନ କରାଯାଉଛି । ଅବିନାଶ ଏକ କମ୍ପ୍ୟୁଟର ସଂସ୍ଥାରେ ଫ୍ଟେଓ୍ୱୟାର ଇଞ୍ଜିନିୟର ଭାବେ କାମ କରୁଥିଲେ। ତାଙ୍କୁ ପ୍ରମୋସନ ମିଳିଥିବାରୁ ସେ କିଛି ଦିନ ଭିତରେ ବିଦେଶୀକୁ ଯିବେ ବୋଲି ସୂଚନା ମିଳିଥିଲା। ଅବିନାଶଙ୍କ ମୃତ୍ୟୁ ଘଟିବା ପାଇଁ ଘଟଣା ବିଭିନ୍ନ ଦିଗରୁ ଛନ୍ଦି ହୋଇଯାଇଛି। ଉଲ୍ଳେଖ ଯୋଗ୍ୟ, ଗତ କିଛି ମାସ ତଳେ ମଡେଲ ତଥା ଯୁବ ବ୍ୟବସାୟୀ ସୌମ୍ୟଙ୍କର ମଧ୍ୟ ଏଭଳି ଅପମୃତ୍ୟୁ ଘଟିଥିଲା। ଗାୟିକା ସୋନାଲି ନନ୍ଦଙ୍କ ପାଇଁ ସୌମ୍ୟଙ୍କ ଆତ୍ମହତ୍ୟା କରିଥିବା ପରିବାର ଲୋକେ ଅଭିଯୋଗ କରିଥିଲେ । କିନ୍ତୁ ତାପରେ ମଧ୍ୟ ପୋଲିସ ମାମଲା ରୁଜୁ କରିଥିଲା । ଶେଷରେ ହାଇକୋର୍ଟ ନିର୍ଦ୍ଦେଶ କ୍ରମେ ପୋଲିସ ମାମଲାକୁ ରୁଜୁ ସୋନାଲି ଓ ତାଙ୍କ ମାଆଙ୍କ ତଦନ୍ତ ପରିସରଭୁକ୍ତ କରିଥିଲା ।

ରାଜ୍ୟ ନିମ୍ନ ମାଧ୍ୟମିକ ଶିକ୍ଷକସଂଘର ରାଜ୍ୟସ୍ତରୀୟ ସମ୍ମିଳନୀ ପାଇଁ ଚୂଡ଼ାନ୍ତ ପ୍ରସ୍ତୁତି ବୈଠକ

ରାଜ୍ୟ ନିମ୍ନ ମାଧ୍ୟମିକ ଶିକ୍ଷକସଂଘର ରାଜ୍ୟସ୍ତରୀୟ ସମ୍ମିଳନୀ ପାଇଁ ଚୂଡ଼ାନ୍ତ ପ୍ରସ୍ତୁତି ବୈଠକ

May 27, 2026
ବରିଷ୍ଠ ସାମ୍ବାଦିକ ରାମକୃଷ୍ଣ ରଥଙ୍କ ପିତୃବିୟୋଗ

ବରିଷ୍ଠ ସାମ୍ବାଦିକ ରାମକୃଷ୍ଣ ରଥଙ୍କ ପିତୃବିୟୋଗ

May 27, 2026
ପ୍ରକାଶ ପାଇଲା ଓଡ଼ିଶା ସିଭିଲ୍ ସର୍ଭିସେସ ପରୀକ୍ଷା ଫଳ

ପ୍ରକାଶ ପାଇଲା ଓଡ଼ିଶା ସିଭିଲ୍ ସର୍ଭିସେସ ପରୀକ୍ଷା ଫଳ

May 27, 2026
ବିଜେଡି ପକ୍ଷରୁ ଟିପିସିଓଡିଏଲ୍ କାର୍ଯ୍ୟାଳୟ ଘେରାଉ:ବିଞ୍ଚଣା ହଲାଇ ଜୋରଦାର ପ୍ରତିବାଦ

ବିଜେଡି ପକ୍ଷରୁ ଟିପିସିଓଡିଏଲ୍ କାର୍ଯ୍ୟାଳୟ ଘେରାଉ:ବିଞ୍ଚଣା ହଲାଇ ଜୋରଦାର ପ୍ରତିବାଦ

May 25, 2026
ବିଜେଡି ପକ୍ଷରୁ ମହିଳା ଅଧିକାର ଅଭିଯାନ:ମା’ର ସମ୍ମାନ ମାଟିରୁ ଆକାଶ ଯାଏଁ ଉଚ୍ଚା;ଅରୁଣ

ବିଜେଡି ପକ୍ଷରୁ ମହିଳା ଅଧିକାର ଅଭିଯାନ:ମା’ର ସମ୍ମାନ ମାଟିରୁ ଆକାଶ ଯାଏଁ ଉଚ୍ଚା;ଅରୁଣ

May 24, 2026

© 2025 Baghuabarta. Designed & Developed by WebHunk International

No Result
View All Result
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
WhatsApp chat
error: Content is protected !!