Sunday, May 31, 2026
ବାଘୁଆବାର୍ତ୍ତା
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
 
WhatsApp chat
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
No Result
View All Result
ବାଘୁଆବାର୍ତ୍ତା

ଝିଆରୀକୁ ଗର୍ଭବତୀ କଲା କକା

by ସଞ୍ଜୟ ସ୍ୱାଇଁ
May 19, 2022
in Crime, State
ଝିଆରୀକୁ ଗର୍ଭବତୀ କଲା କକା
63
VIEWS
Share on FacebookShare on Twitter

ରାଜଗାଙ୍ଗପୁର, (ବାଘୁଆବାର୍ତ୍ତା): ପିଶାଚ କକା। ରକ୍ତ ସମ୍ପର୍କର ଝିଆରୀକୁ ଛାଡ଼ିଲାନି। ବାପାମା’ ନ ଥିବା ବେଳେ ନାବାଳିକା ଝିଆରୀର ହାତଗୋଡ଼ ବାନ୍ଧି ଦୁର୍ଷ୍କମ କରି ୮ ମାସର ଗର୍ଭବତୀ କଲା। ଏଭିଳି ଅଭିଯୋଗ ଆସିଛି ସୁନ୍ଦରଗଡ଼ ଜିଲ୍ଲା କୁତ୍ରା ଥାନା ଅଞ୍ଚଳରୁ। ଘଟଣାପରେ ଅଭିଯୁକ୍ତ କକା ଫେରାର ହୋଇଯାଇଛି। ନାବାଳିକା ଜଣଙ୍କ ସପ୍ତମ ଶ୍ରେଣୀ ପାଠ ପଢ଼ନ୍ତି। ଅଭିଯୋଗ ଅନୁସାରେ, ୯ ମାସ ତଳେ ନାବାଳିକାଙ୍କ ବାପା ଅସୁସ୍ଥ ଥିଲେ। ସେ ଡାକ୍ତରଖାନାରେ ଚିକିତ୍ସିତ ହେଉଥିଲେ। ମା’ ମଧ୍ୟ ବାପାଙ୍କ ତଦାରଖ ପାଇଁ ଡାକ୍ତରଖାନାରେ ଥିଲେ। ନାବାଳିକା ଝିଅ ଓ ତାଙ୍କ ଛୋଟ ଭଉଣୀ ଘରେ ରହୁଥିଲେ। ବାପାମା’ ଅଭିଯୁକ୍ତ କକାଙ୍କ ଭରସାରେ ଦୁଇ ଝିଅଙ୍କୁ ଛାଡ଼ି ଦେଇ ପଳାଇଥିଲେ। ପିଶାଚ କକା ଏହାର ସୁଯୋଗ ନେଇ ନାବାଳିକାର ହାତଗୋଡ଼ ବାନ୍ଧି ବାରମ୍ବାର ଦୁଷ୍କର୍ମ କରିଥିଲା। ନାବାଳିକା ଜଣକ ଆବାସିକ ସ୍କୁଲରେ ପାଠ ପଢ଼ନ୍ତି। ସ୍କୁଲର ଶିକ୍ଷୟିତ୍ରୀ ଦିଦି ନାବାଳିକାର ଶାରୀରିକ ପରିବର୍ତ୍ତନକୁ ଲକ୍ଷ୍ୟ କରି ଝିଅଟିକୁ ପଚରାଉଚରା କରିଥିଲେ। ପରେ ନାବାଳିକା ଜଣଙ୍କ ଶିକ୍ଷୟିତ୍ରୀ ଦିଦିଙ୍କ ପାଖରେ ସବୁ ସତ କହିଥିଲେ। ସତ ଜଣାପଡ଼ିବା ପରେ ନାବାଳିକାଙ୍କ ବାପା ମା’ଙ୍କୁ ଡାକି ଦିଦି ସବୁ କଥା କହିଥିଲେ। ଏହି ଘଟଣା ଲୋକଲୋଚନକୁ ଆସିବା ପରେ ଗତକାଲି ଗାଁ ମୁଖିଆଙ୍କୁ ନେଇ ଏକ ବୈଠକ ବସିଥିଲା। ନାବାଳିକାଙ୍କ ପରିବାର ଏନେଇ ଅଭିଯୁକ୍ତ କକାଙ୍କ ନାଁରେ କୁତ୍ରା ଥାନାରେ ଅଭିଯୋଗ କରିଥିଲେ। ପୁଲିସ ଅଭିଯୁକ୍ତ କକାକୁ ଖୋଜିବା ସହ ଘଟଣାର ତଦନ୍ତ କରୁଛି।

ରାଜ୍ୟ ନିମ୍ନ ମାଧ୍ୟମିକ ଶିକ୍ଷକସଂଘର ରାଜ୍ୟସ୍ତରୀୟ ସମ୍ମିଳନୀ ପାଇଁ ଚୂଡ଼ାନ୍ତ ପ୍ରସ୍ତୁତି ବୈଠକ

ରାଜ୍ୟ ନିମ୍ନ ମାଧ୍ୟମିକ ଶିକ୍ଷକସଂଘର ରାଜ୍ୟସ୍ତରୀୟ ସମ୍ମିଳନୀ ପାଇଁ ଚୂଡ଼ାନ୍ତ ପ୍ରସ୍ତୁତି ବୈଠକ

May 27, 2026
ବରିଷ୍ଠ ସାମ୍ବାଦିକ ରାମକୃଷ୍ଣ ରଥଙ୍କ ପିତୃବିୟୋଗ

ବରିଷ୍ଠ ସାମ୍ବାଦିକ ରାମକୃଷ୍ଣ ରଥଙ୍କ ପିତୃବିୟୋଗ

May 27, 2026
ପ୍ରକାଶ ପାଇଲା ଓଡ଼ିଶା ସିଭିଲ୍ ସର୍ଭିସେସ ପରୀକ୍ଷା ଫଳ

ପ୍ରକାଶ ପାଇଲା ଓଡ଼ିଶା ସିଭିଲ୍ ସର୍ଭିସେସ ପରୀକ୍ଷା ଫଳ

May 27, 2026
ବିଜେଡି ପକ୍ଷରୁ ଟିପିସିଓଡିଏଲ୍ କାର୍ଯ୍ୟାଳୟ ଘେରାଉ:ବିଞ୍ଚଣା ହଲାଇ ଜୋରଦାର ପ୍ରତିବାଦ

ବିଜେଡି ପକ୍ଷରୁ ଟିପିସିଓଡିଏଲ୍ କାର୍ଯ୍ୟାଳୟ ଘେରାଉ:ବିଞ୍ଚଣା ହଲାଇ ଜୋରଦାର ପ୍ରତିବାଦ

May 25, 2026
ବିଜେଡି ପକ୍ଷରୁ ମହିଳା ଅଧିକାର ଅଭିଯାନ:ମା’ର ସମ୍ମାନ ମାଟିରୁ ଆକାଶ ଯାଏଁ ଉଚ୍ଚା;ଅରୁଣ

ବିଜେଡି ପକ୍ଷରୁ ମହିଳା ଅଧିକାର ଅଭିଯାନ:ମା’ର ସମ୍ମାନ ମାଟିରୁ ଆକାଶ ଯାଏଁ ଉଚ୍ଚା;ଅରୁଣ

May 24, 2026

© 2025 Baghuabarta. Designed & Developed by WebHunk International

No Result
View All Result
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
WhatsApp chat
error: Content is protected !!