Sunday, May 31, 2026
ବାଘୁଆବାର୍ତ୍ତା
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
 
WhatsApp chat
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
No Result
View All Result
ବାଘୁଆବାର୍ତ୍ତା

ଜଗନ୍ନାଥ ସେନାର ଏଏସ୍‌ଆଇ ଅଧୀକ୍ଷକଙ୍କ ନାଁରେ ଏତଲା

by ସଞ୍ଜୟ ସ୍ୱାଇଁ
May 16, 2022
in Crime, State
ଜଗନ୍ନାଥ ସେନାର ଏଏସ୍‌ଆଇ ଅଧୀକ୍ଷକଙ୍କ ନାଁରେ ଏତଲା
69
VIEWS
Share on FacebookShare on Twitter

ଭୁବନେଶ୍ୱର, (ବାଘୁଆବାର୍ତ୍ତା): ପୁରୀ ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପକୁ ନେଇ ସୃଷ୍ଟି ହୋଇଥିବା ବିବାଦ ଦିନକୁ ଦିନ ତୀବ୍ର ରୂପ ଧାରଣ କରିବାରେ ଲାଗିଛି। ଗୋଟିଏ ପଟେ ପ୍ରକଳ୍ପକୁ ନେଇ ରାଜନୀତିକ ବିବାଦ ଚାଲିଥିବା ବେଳେ ଆଜି କାର୍ୟ୍ୟରେ ଅବହେଳା ପାଇଁ ଭାରତୀୟ ପ୍ରତ୍ନତତ୍ତ୍ୱ ସର୍ବେକ୍ଷଣ(ଏଏସ୍‌ଆଇ) ଅଧୀକ୍ଷକ ଅରୁଣ ମଲ୍ଲିକଙ୍କ ନାଁରେ ଏଫଆଇଆର ଦେଇଛି ଜଗନ୍ନାଥ ସେନା। ଏଏସ୍‌ଆଇର ଅଫିସ ଲିଙ୍ଗରାଜ ଥାନା ଅଧୀନରେ ଆସୁଥିବାରୁ ଜଗନ୍ନାଥ ସେନା ପକ୍ଷରୁ ଏହି ସ୍ଥାନରେ ହିଁ ଏଫଆଇଆର ଦିଆଯାଇଛି। ଏଥିସହ ଜଗନ୍ନାଥ ସେନାର ଆବାହକ ପ୍ରୀୟଦର୍ଶୀ ପଟ୍ଟନାୟକ ଏଏସ୍‌ଆଇ ଅଧୀକ୍ଷକଙ୍କ ଗିରଫ ଦାବି ମଧ୍ୟ କରିଛନ୍ତି। ସେ କହିଛନ୍ତି, ଏଏସ୍‌ଆଇ ଅଧୀକ୍ଷକ ନିଜ କର୍ତ୍ତବ୍ୟ ଠିକ ଭାବରେ ତୁଲାଇ ନାହାନ୍ତି। ବିନା ଅନୁମତିରେ କିପରି ଶ୍ରୀ ମନ୍ଦିର ଚାରିପାଖରେ ବେଆଇନ ଖନନ କରାଗଲା? ରାଜ୍ୟ ସରକାରଙ୍କ ସହିତ ମଧୁଚନ୍ଦ୍ରିକା ନା କେନ୍ଦ୍ରମନ୍ତ୍ରୀଙ୍କ ଚାପରେ ଏଏସଏସ୍‌ଆଇ କାମ ବନ୍ଦ କରିବାକୁ ହାଇକୋର୍ଟରେ ଅପିଲ କରିନି? ଆଜି ଦିନ ବେଳା ଖୋଳା ଯିବାରୁ ମୂର୍ତ୍ତି ମଧ୍ୟ ବାହାରିଛି। ଶ୍ରୀ ମନ୍ଦିର ସୁରକ୍ଷା ଆମର ପ୍ରାଥମିକତା। କ‘ଣ ପାଇଁ ପ୍ରତ୍ନତତ୍ତ୍ୱ ବିଭାଗ କୌଣସି କାର୍ୟ୍ୟନୁଷ୍ଠାନ ନେଉନି? ଯେହେତୁ ପ୍ରତ୍ନତତ୍ତ୍ୱ ବିଭାଗ ସୁପରିନଟେଣ୍ଡେଟଙ୍କ କାର୍ୟ୍ୟାଳୟ ଲିଙ୍ଗରାଜ ଥାନା ଅଧୀନରେ ଯାଉଛି, ତେଣୁ ଆମେ ଏହି ଥାନାରେ ଏତଲା ଦେଲୁ। ଆମସାର ଆକ୍ଟ ୧୯୫୮ ମସିହା ୩୦(ଗ), ଆଇପିସି ଧାରା ୧୬୬ ଅନୁଯାୟୀ ଏଏସଆଇ ଅଧୀକ୍ଷକ ଦଣ୍ଡିତ ହେବା କଥା। କିନ୍ତୁ ଏ ପର୍ୟ୍ୟନ୍ତ କୌଣସି କାର୍ୟ୍ୟାନୁଷ୍ଠାନ ତାଙ୍କ ବିରୋଧରେ ନିଆଯାଇ ନାହିଁ। ଯେହେତୁ ନିଜର କର୍ତ୍ତବ୍ୟ ସେ ଠିକ ଭାବରେ ତୁଲାଇ ନାହାନ୍ତି, ତାଙ୍କୁ ଗିରଫ କରାଯାଉ ବୋଲି ସେ ଦାବି କରିଛନ୍ତି। ଶ୍ରୀ ପଟ୍ଟନାୟକ ଆହୁରି କହିଛନ୍ତି, “୬ମାସ ତଳୁ ଆମେ ଯେତେବେଳେ ବେଆଇନ କାମ ବିରୋଧରେ ଆନ୍ଦୋଳନ କଲୁ ସେତେବେଳେ ଜିଲ୍ଲାପାଳ ମୋଡ଼ା କାଗଜ ଦେଖାଇଲେ। ପୁରୀ ସାଂସଦ ପିନାକୀ ମିଶ୍ର ସଂସଦରେ ମିଛ କହିଲେ। ମୁଖ୍ୟ ଶାସନ ସଚିବ ମଧ୍ୟ ସମସ୍ତଙ୍କୁ ମିଛ କହିଲେ। ଏପରି କି ପୂଜ୍ୟ ଗଜପତି ମହାରାଜଙ୍କୁ ମଧ୍ୟ ସାମ୍ନାକୁ ଆସିବାକୁ ପଡ଼ିଲା। ବେଆଇନ ଖନନ ଯୋଗୁ ଶ୍ରୀ ମନ୍ଦିରରେ ଫାଟ ସୃଷ୍ଟି ହୋଇଛି। ବେଆଇନ ଖନନ ପାଇଁ ଏଏସ୍‌ଆଇ ଆମସାର ଆକ୍ଟ ୧୯୫୮ ର ୩୦(କ)(ଖ) ଓ ୧୬୬ ବଳରେ ପ୍ରଥମେ ଏତଲା କରିବା କଥା। ଏଥିସହ କୋର୍ଟରେ ରହିତାଦେଶ ପାଇଁ ଆବେଦନ କରିବାର ଥିଲା। ହେଲେ ଏଏସ୍‌ଆଇ ସେମିତି କିଛି ବି କରିନି। କେବଳ ଚିଠି ଲେଖି କାର୍ୟ୍ୟ ପାଇଁ ଅନୁମତି ମିଳି ନଥିବା କଥା କହି ବସି ଯାଇଛି। କେବଳ ସତ୍ୟପାଠ ଓ ଚିଠି ଲେଖିଲେ ଚଳିବନି। ଆଇନ କହୁଛି କାର୍ୟ୍ୟରେ ଅବହେଳା ପାଇଁ ଆପଣଙ୍କ ନାଁରେ ୩୦ ଗ ଅନୁଯାୟୀ ମଧ୍ୟ ମାମଲା ହେବ। କ’ଣ ପାଇଁ ଏଏସ୍‌ଆଇ ଅଧୀକ୍ଷକ ଚୁପ ବସିଛନ୍ତି, ତା’ର ତଦନ୍ତ ପାଇଁ ଆମେ ଆଜି ଥାନାରେ ଏଫଆଇଆର ଦେଇଛୁ। ଯଦି ସେମାନେ ତଦନ୍ତ ନ କରିବେ, ତା’ହେଲେ ଆମେ କୋର୍ଟଙ୍କ ଦ୍ୱାରସ୍ଥ ହେବୁ। ଆମେ ବିକାଶର ବିରୋଧ କରୁନୁ। କିନ୍ତୁ ଆମେ ଆଇନ ଅନୁସାରେ କାମ ହେଉ ବୋଲି ଚାହୁଁଛୁ। କୋର୍ଟରେ ମାମଲା ହୋଇ ଜିଲ୍ଲାପାଳ ଗିରଫ ହେବା ସ୍ଥିତିରେ ରହିଛନ୍ତି। ଏଠି ଏଏସ୍‌ଆଇ ଅଧୀକ୍ଷକ ଗିରଫ ହେବା ଦରକାର। ତାଙ୍କ ଭୁଲ ଯୋଗୁ ଆଜି ଏତେ ସବୁ ଘଟଣା ଘଟିଛି। ତେଣୁ ତାଙ୍କ ନାଁରେ ଆମେ ଏତଲା ଦେଇଛୁ।”

ରାଜ୍ୟ ନିମ୍ନ ମାଧ୍ୟମିକ ଶିକ୍ଷକସଂଘର ରାଜ୍ୟସ୍ତରୀୟ ସମ୍ମିଳନୀ ପାଇଁ ଚୂଡ଼ାନ୍ତ ପ୍ରସ୍ତୁତି ବୈଠକ

ରାଜ୍ୟ ନିମ୍ନ ମାଧ୍ୟମିକ ଶିକ୍ଷକସଂଘର ରାଜ୍ୟସ୍ତରୀୟ ସମ୍ମିଳନୀ ପାଇଁ ଚୂଡ଼ାନ୍ତ ପ୍ରସ୍ତୁତି ବୈଠକ

May 27, 2026
ବରିଷ୍ଠ ସାମ୍ବାଦିକ ରାମକୃଷ୍ଣ ରଥଙ୍କ ପିତୃବିୟୋଗ

ବରିଷ୍ଠ ସାମ୍ବାଦିକ ରାମକୃଷ୍ଣ ରଥଙ୍କ ପିତୃବିୟୋଗ

May 27, 2026
ପ୍ରକାଶ ପାଇଲା ଓଡ଼ିଶା ସିଭିଲ୍ ସର୍ଭିସେସ ପରୀକ୍ଷା ଫଳ

ପ୍ରକାଶ ପାଇଲା ଓଡ଼ିଶା ସିଭିଲ୍ ସର୍ଭିସେସ ପରୀକ୍ଷା ଫଳ

May 27, 2026
ବିଜେଡି ପକ୍ଷରୁ ଟିପିସିଓଡିଏଲ୍ କାର୍ଯ୍ୟାଳୟ ଘେରାଉ:ବିଞ୍ଚଣା ହଲାଇ ଜୋରଦାର ପ୍ରତିବାଦ

ବିଜେଡି ପକ୍ଷରୁ ଟିପିସିଓଡିଏଲ୍ କାର୍ଯ୍ୟାଳୟ ଘେରାଉ:ବିଞ୍ଚଣା ହଲାଇ ଜୋରଦାର ପ୍ରତିବାଦ

May 25, 2026
ବିଜେଡି ପକ୍ଷରୁ ମହିଳା ଅଧିକାର ଅଭିଯାନ:ମା’ର ସମ୍ମାନ ମାଟିରୁ ଆକାଶ ଯାଏଁ ଉଚ୍ଚା;ଅରୁଣ

ବିଜେଡି ପକ୍ଷରୁ ମହିଳା ଅଧିକାର ଅଭିଯାନ:ମା’ର ସମ୍ମାନ ମାଟିରୁ ଆକାଶ ଯାଏଁ ଉଚ୍ଚା;ଅରୁଣ

May 24, 2026

© 2025 Baghuabarta. Designed & Developed by WebHunk International

No Result
View All Result
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
WhatsApp chat
error: Content is protected !!