ଧର୍ମଗଡ଼, (ବାଘୁଆବାର୍ତ୍ତା): ମାଛ ଧରିବା ଆଶାରେ କେନାଲକୁ ଜାଲ ପିଙ୍ଗାଯାଇଥିଲା। ହେଲେ ଯେତେବେଳେ ଜାଲ ଉପରକୁ ଟଣାଗଲା ମାଛ ବଦଳରେ ଜାଲରେ ଯାହା ପଡ଼ିଥିଲା ତାହା ଦେଖି ଆଶ୍ଚର୍ୟ୍ୟ ହୋଇଯାଇଥିଲେ ମାଛଧରାଳି। ଜାଲରେ ପଡ଼ିଥିଲା ଏକ ନବଜାତ ଶିଶୁର ମୃତଦେହର। ଏହାପରେ ଖବର ବିଜୁଳି ବେଗରେ ବ୍ୟାପିଯାଇଥିଲା। ଏମିତି ଏକ ଅଭାବନୀୟ ଘଟଣା ଦେଖିବାକୁ ମିଳିଛି କୋକସରା ବ୍ଲକ କୁସୁମଖୁଣ୍ଟିରେ। ଏଠାରେ ଥିବା ମୁଖ୍ୟ ଇନ୍ଦ୍ରାବତୀ ବାମ କେନାଲରୁ ନବ ଜାତ ଶିଶୁର ମୃତଦେହ ଉଦ୍ଧାର ହୋଇଛି। କେହି ପିଲାକୁ ଏଠାରେ ଫିଙ୍ଗି ଦେଇଯାଇଥିବା ସନ୍ଦେହ କରାଯାଉଛି। କିଛି ଲୋକ ମାଛ ମାରିବାକୁ ଜାଲ ପକାଇଥିବା ବେଳେ ଜାଲରୁ ଏକ ନବ ଜାତକ ଶିଶୁର ମୃତଦେହ ଉଦ୍ଧାର ହୋଇଛି । ତେବେ ଅନୈତିକ ପ୍ରେମ ସମ୍ପର୍କ କିମ୍ବା କୁମାରୀ ମାତୃତ୍ୱ ଲୋକଲଜ୍ଜ୍ୟା ଭୟରେ କେହି ହୃଦୟହୀନା ଯୁବତୀ କିମ୍ବା ମହିଳା ନବ ଜାତକକୁ ଫିଙ୍ଗି ଦେଇଥିବା ନେଇ ଚର୍ଚ୍ଚା ହେଉଥିବା ବେଳେ ଏନେଇ କୌଣସି ସ୍ପଷ୍ଟ ସୂଚନା ମିଳିନାହିଁ ।






