ଜଗତସିଂହପୁର, (ବାଘୁଆବାର୍ତ୍ତା): ଜଗତସିଂହପୁର-ତିର୍ତ୍ତୋଲ ଥାନା ବିଦ୍ୟାଧରପୁର ପଞ୍ଚାୟତରେ ଏକ ଅଘଟଣ ଘଟିଛି । ବିଧାରପୁର ଗ୍ରାମର ମହିଳା ୱାର୍ଡ ମେମ୍ବରଙ୍କ ଘର ଭିତରେ ପୋଡି ହୋଇ ମୃତ୍ୟୁ ହୋଇଛି । ମହିଳାଙ୍କର ଦୁଇ ବଖରା ଘର ମଧ୍ୟ ପୋଡିଯାଇଛି । ମୃତ ୱାର୍ଡ ମେମ୍ବର ବିଧାରପୁର ଗାଁ ଏକ ନମ୍ବର ୱାର୍ଡର ସରସ୍ଵତୀ ସେଠୀ । ତେବେ ଏହା ଆତ୍ମହତ୍ୟା କି ହତ୍ୟା ତାହା ଜଣାପଡ଼ିନାହିଁ ।






